ଭୁବନେଶ୍ଵର: ବିଏମସିର ବିଜେଡି କର୍ପୋରେଟରଙ୍କ ପାଇଁ କଡ଼ା କଟକଣା ଜାରି କରିଛି ଦଳ। ବିଜେଡି ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ଏକ ଚିଠି ମାଧ୍ୟମରେ ଏହି କଟକଣା ଜାରି କରାଯାଇ ଥିବା ଜଣାପଡ଼ିଛି। ଚିଠିରେ କୁହାଯାଇଛି ଯେ, ବିଏମସିର ବିଜେଡି କର୍ପୋରେଟର ମାନେ ବିନା ଅନୁମତିରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି। ଦଳୀୟ ନିର୍ଦ୍ଦେଶ ନେଇ କେହି ମୁହଁ ଖୋଲି ପାରିବେ ନାହିଁ ବୋଲି କଡ଼ା କଟକଣା ଜାରି କରାଯାଇଛି। ତେବେ ଏହି ନିର୍ଦ୍ଦେଶ ପରେ କର୍ପୋରେଟରଙ୍କ ମଧ୍ୟରେ ଛନକା ପସିଛି। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ସରକାର ବଦଳିବା ପରେ ବିଏମସିର ଅଧିକାଂଶ ବିଜେଡି କର୍ପୋରେଟର । ତେଣୁ ଦରକାର ବିଜେପିକୁ ଆସିବା ପରେ ଏମାନଙ୍କ ମଧ୍ୟରୁ କିଛି କର୍ପୋରେଟର ଦଳ ଛାଡ଼ି ବିଜେପିରେ ସାମିଲ ହେବାକୁ ଯାଉଥିବା ବିଶେଷ ସୂତ୍ରରୁ ଜଣାପଡିଛି।