Vanar Sena:


COMMERCIAL BREAK
SCROLL TO CONTINUE READING

ଲଙ୍କାରେ ପ୍ରଭୁ ରାମଚନ୍ଦ୍ର ଏବଂ ରାବଣ ମଧ୍ୟରେ ଘଟିଥିବା ମହାଯୁଦ୍ଧରେ, ଗୋଟିଏ ପାର୍ଶ୍ୱରେ ରାବଣର ସେନା ଥିଲେ ତ’ ଅପରପକ୍ଷରେ ଥିଲା ବାନରସେନା । ପ୍ରଭୁ ଶ୍ରୀରାମଙ୍କୁ ସାହାଯ୍ୟ କରିବାକୁ ସମୁଦ୍ରରେ ସେତୁ ବାନ୍ଧି ଏହି ବାନର ସେନା ଲଙ୍କା ଯାଇଥିଲେ । ରାବଣର ସେନା ସେସମୟର ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା ଥିଲା । ଯାହାକୁ ଦେବତାଙ୍କଠାରୁ ଦାନବ ସମସ୍ତେ ଭୟ କରୁଥିଲେ । ପ୍ରତିପକ୍ଷରେ ଥିଲା ବାନରଙ୍କୁ ନେଇ ଗଠିତ ଏମିତି ଗୋଟିଏ ସେନା ଯାହାକୁ ତରବରିଆ ଭାବେ ତିଆରି କରିଯାଇଥିଲା । ରାବଣ ମଧ୍ଯ ଏହି ସେନାକୁ ଦେଖି ପରିହାସ କରଥିଲା । କିନ୍ତୁ ପରେ ସେହି ସେନା ରାବଣର ଅସୁର ସେନା ଉପରେ ଭାରି ପଡିଥିଲା । ଲଙ୍କା ବିଜୟରେ ବାନର ସେନାର ଭୂମିକା ବଡ଼ ଥିଲା କିନ୍ତୁ ଲଙ୍କା ବିଜୟ ପରେ ଏହି ସେନା ହଜିଯାଇଥିଲା । ଏହାପରେ ଏହି ସେନା ବାବଦରେ କୌଣସି ପୁରାଣରେ କିଛି ମଧ୍ଯ ଉଲ୍ଲେଖ ନାହିଁ । ତେବେ ସେହି ବିଶାଳ ସେନା କୁଆଡେ ଗଲା ?ଆସନ୍ତୁ ଜାଣିବା


ରାମାୟଣର ଉତ୍ତରକାଣ୍ଡରେ ଉଲ୍ଲେଖ କରାଯାଇଛି ଯେ ସୁଗ୍ରିବ ଲଙ୍କାରୁ ଫେରିବା ପରେ ପ୍ରଭୁ ଶ୍ରୀ ରାମ ତାଙ୍କୁ କିସ୍କିନ୍ଧାର ରାଜା କରିଥିଲେ। ବାଲିର ପୁଅ ଅଙ୍ଗଦ ଯୁବରାଜ ହୋଇଥିଲେ । ଉଭୟ ଦାଦା ପୁତୁରା ଏକାଠି  ସେଠାରେ ବହୁ ବର୍ଷ ଶାସନ କରିଥିଲେ । ଶ୍ରୀ ରାମ-ରାବଣ ଯୁଦ୍ଧରେ ସହଯୋଗ କରିଥିବା ବାନରସେନା ସୁଗ୍ରିବଙ୍କ ସହିତ ଅନେକ ବର୍ଷ ଧରି ରହିଥିଲେ । କିନ୍ତୁ ଏହା ପରେ ସେମାନେ କୌଣସି  ବଡ ଯୁଦ୍ଧ କରିଥିବାର କିଛି ପ୍ରମାଣ ନାହିଁ ।


ବାନର ସେନାର ମହାବଳୀ ଯୋଦ୍ଧାମାନେ ଲଙ୍କାଯୁଦ୍ଧ ପରେ କ’ଣ କରୁଥିଲେ ?


ରାମ-ରାବଣ ଯୁଦ୍ଧରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଯୋଦ୍ଧାମାନେ କିସ୍କିନ୍ଧା ସେନାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ । ବାନର ସେନାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବା ନାଲ-ନୀଲ ଦୀର୍ଘ ବର୍ଷ ଧରି ସୁଗ୍ରିବଙ୍କ ରାଜ୍ୟରେ ମନ୍ତ୍ରୀ ପଦବୀରେ ଅବସ୍ଥାପିତ ହୋଇଥିବାବେଳେ ଯୁବରାଜ ଅଙ୍ଗଦ ଏବଂ ସୁଗ୍ରିବ ମିଳିତ ଭାବରେ କିସ୍କିନ୍ଧାର ରାଜ୍ୟ ଶାସନ କରିଥିଲେ । ସୂଚନାଯୋଗ୍ୟ ଯେ କିସ୍କିନ୍ଧା ଆଜି ମଧ୍ୟ  ବିଦ୍ୟମାନ ଅଛି।


କିସ୍କିନ୍ଧା କର୍ଣ୍ଣାଟକର ତୁଙ୍ଗଭଦ୍ର ନଦୀ କୂଳରେ ଅବସ୍ଥିତ । ଏହା ବେଲାରୀ ଜିଲ୍ଲାରେ ପଡେ ଏବଂ ବିଶ୍ୱ ପ୍ରସିଦ୍ଧ ହାମ୍ପି ନିକଟରେ ଅବସ୍ଥିତ । ଆଜି ବି କିସ୍କିନ୍ଧାର ଚାରିପାଖରେ ଏପରି ଅନେକ ଗୁମ୍ଫା ଏବଂ ସ୍ଥାନ ଅଛି, ଯେଉଁଠାରେ ରାମ ଏବଂ ଲକ୍ଷ୍ମଣ ରହିଥିଲେ ।


ଦଣ୍ଡକାରଣ୍ୟ ଏବେ ମଧ୍ଯ ଅଛି


କିସ୍କିନ୍ଧାର ଚାରିପାଖରେ ଏକ ଘଞ୍ଚ ଜଙ୍ଗଲ ରହିଛି । ଯାହା ରାମାୟଣ କାଳର ଦଣ୍ଡକାରଣ୍ୟ ଥିଲା । ଏବେ ମଧ୍ଯ ସେହି ଜଙ୍ଗଲକୁ ଦଣ୍ଡକାରଣ୍ୟ ବୋଲି କୁହାଯାଏ । ସେଠାରେ ବସବାସ କରୁଥିବା ଆଦିବାସୀଙ୍କୁ ଗୋଟିଏ ସମୟରେ ବାନର ଜାତିର ବୋଲି କୁହାଯାଉଥିଲା । ଜଙ୍ଗଲରେ ରହୁଥିବାରୁ ସେମାନଙ୍କୁ ବାନର କୁହାଯାଉଥିଲା । ରାମାୟଣର କିସ୍କିନ୍ଧା ନିକଟରେ ଯେଉଁ ରୁଷ୍ୟମୁକ ପର୍ବତ କଥା କୁହାଯାଇଛି ତାହା ଏବେ ମଧ୍ଯ ତ ତୁଙ୍ଗଭଦ୍ର ନଦୀ କୂଳରେ ସମାନ ନାମରେ ରହିଛି । ଏଠାରେ ହନୁମାନଙ୍କ ଗୁରୁ ମାତଙ୍ଗ ଋଷିଙ୍କର ଆଶ୍ରମ ଥିଲା।


ବାନରସେନାରେ କେତେ ସୈନିକ ଥିଲେ ?


ବାନରସେନାରେ ବାନର ମାନଙ୍କର ଅନେକ ଗୋଷ୍ଠୀ ଥିଲେ । ପ୍ରତ୍ୟକ ଗୋଷ୍ଟିର ଜଣେ ଜଣେ ସେନାପତି ଥିଲେ । ଯେଉଁମାନଙ୍କୁ ଯୁଥୁପତି ବୋଲି କୁହାଯାଉଥିଲା । ଯୁଥର ଅର୍ଥ ଥିଲା ଗୋଷ୍ଠୀ । ସୁଗ୍ରିବ ହିଁ ଲଙ୍କା ଉପରେ ଆକ୍ରମଣ କରିବାକୁ ବାନର ଏବଂ ଋକ୍ଷ ସେନାର ବ୍ୟବସ୍ଥା କରିଥିଲେ। କୁହାଯାଏ ଯେ ସେହି ବାନରସେନାରେ ସୈନିକଙ୍କ ସଂଖ୍ୟା ଏକ ଲକ୍ଷ ଥିଲା ।


ରାମଙ୍କ ଦକ୍ଷ ପରିଚାଳନା ଏବଂ ସଂଗଠନର ଫଳାଫଳ ଥିଲା ଲଙ୍କା ଉପରେ ବିଜୟ ।  ବିରାଟ ବାନର ସେନା କିସ୍କିନ୍ଧା,କୋଲ, ଭିଲ, ଭାଲୁ ଏବଂ ଜଙ୍ଗଲ ନିବାସୀଙ୍କୁ ନେଇ ଗଠିତ ଛୋଟଛୋଟ ଦଳର  ମିଳିତ ରୂପ ଥିଲା ।


ନିଜ ରାଜ୍ୟକୁ ଫେରିଯାଇଥିଲେ ସୈନିକ !


ବିଶ୍ୱାସ କରାଯାଏ ଯେ ଲଙ୍କା ବିଜୟ ହେବା ପରେ ଏହି ବିଶାଳ ବାନର ସେନା ପୁନର୍ବାର ନିଜ ନିଜ ରାଜ୍ୟ ଅଧୀନକୁ ଚାଲିଯାଇଥିଲେ ।  କାରଣ ଅଯୋଧ୍ୟାର ରାଜା ହେବା ପରେ ପ୍ରଭୁ ଶ୍ରୀରାମ ଲଙ୍କା କିମ୍ବା କିସ୍କିନ୍ଧାକୁ ନିଜ ଅଧିନକୁ ନେବାକୁ ମନା କରିଦେଇଥିଲେ । ସେ ଏହି ଦୁଇ ରାଜ୍ୟକୁ ସେମାନଙ୍କ ସ୍ୱାଧିନତା ଫେରାଇ ଦେଇଥିଲେ । ଯାହାର ଅର୍ଥ ହେଲା ଏହି ଦୁଇ ରାଜ୍ୟ ନିଜର ସେନା ରଖିବାକୁ ସ୍ୱାଧିନ ଥିଲେ । ଯାହାର ଆଉ ଗୋଟିଏ ଅର୍ଥ ହେଉଛି ଯେ, ବାନର ସୈନିକ ମଧ୍ଯ କିସ୍କିନ୍ଧା ସେନାରେ ଯୋଗ ଦେଇଥିବେ ।