Andes plane crash survivor:


COMMERCIAL BREAK
SCROLL TO CONTINUE READING

1972 ରେ ଏଣ୍ଡିଜ୍ ବିମାନ ଦୁର୍ଘଟଣା ଏବଂ ଏହା ପରେ ଘଟିଥିବା ଘଟଣା ଦୁନିଆରେ ନା ଆଗରୁ କେବେ ଘଟିଥିଲା ନା କେବେ ଘଟିବାର କେହି କଳ୍ପନା କରିବେ । ଦୁର୍ଘଟଣାରୁ ବଞ୍ଚିଥିବା ଏବଂ ବରଫ ପାହଡରେ ଫସି ରହିଥିବା ଜଣେ ବ୍ୟକ୍ତି ନିଜ ମୃତ ବନ୍ଧୁମାନଙ୍କ ମାଂସ ଖାଇ ନିଜ ଭୋକ ମେଣ୍ଟାଇ ଥିଲେ । ଦିନ ନୁହେଁ କି ଦୁଇ ଦିନ ନୁହେଁ,ଦୁର୍ଘଟଣାରୁ ବଂଚିଯାଇଥିବା ସେହି ବ୍ୟକ୍ତ ୭୩ ଦିନ ପର୍ଯ୍ୟନ୍ତ ନରମାଂସ ଭକ୍ଷଣ କରି ନିଜକୁ ଜୀବିତ ରଖିଥିଲେ । ଆଉ ଏଥିପାଇଁ ସେ ଅନୁତପ୍ତ ନୁହନ୍ତି । ନିକଟରେ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ ଏଥିପାଇଁ ଗର୍ବିତ ବୋଲି କହିଛନ୍ତି ।


ଦୁର୍ଘଟଣା ପାଇଁ ପାଲଟିଲେ ନରଭକ୍ଷୀ


ସେହି ଦିନକୁ ମନେ ପକାଇ ଏଡୱାର୍ଡ୍ ଷ୍ଟ୍ରେଚ୍ କୁହନ୍ତି ଯେ, ପ୍ରଥମେ ଏହାକୁ ମୋ ଶରୀର ଅସ୍ୱୀକାର କରିଥିଲା । କିନ୍ତୁ ପରିସ୍ଥିତି ଆମକୁ ବାଧ୍ଯ କରିଥିଲା । ସୂଚନାଯୋଗ୍ୟ ଯେ, ଏଡୱାର୍ଡ ସେହି ଦୁର୍ଘଟଣାରେ ବଂଚିଯାଇଥିବା ୧୬ ଜଣଙ୍କ ମଧ୍ଯରୁ ଜଣେ ଥିଲେ । ଦୁର୍ଘଟଣା ପରେ ସେମାନଙ୍କୁ ଉଦ୍ଧାରକାରୀ ଦଳ ଖୋଜି ପାଇନଥିଲେ । କିଛି ଦିନ ଭୋକରେ କଟାଇବା ପରେ ଏଡୱାର୍ଡ୍ ଓ ତାଙ୍କ ସାଥୀ ମୃତ ସହଯାତ୍ରୀଙ୍କ ମାଂସ ଖାଇବାକୁ ନିଷ୍ପତି ନେଇଥିଲେ । ସେହିଦିନ ଓ ଘଟଣାକୁ ମନେ ପକାଇ ୭୬ ବର୍ଷୀୟ ଏଡୱାର୍ଡ କୁହନ୍ତି ଯେ, ମାନବ ମାଂସର ସ୍ୱାଦ କିଛି ନଥିଲା । ଏହା ଚାଉଳ ଖଣ୍ଡ ଖାଇବା ପରି ଥିଲା । ଏବେ ମୁଁ ଭାବୁଛି ଯେଉଁ ନିଷ୍ପତି ଆମେ ନେଇଥିଲୁ ତାହା ଠିକ ଥିଲା । ଆମେ ସେଥିପାଇଁ ଦୁଃଖିତ ନୁହେଁ କିମ୍ବା ଲଜ୍ଜିତ ନୋହୁଁ । ମୁଁ ଗର୍ବିତ ଯେ,ଆମେ ଜୀବିତ ଫେରିଥିଲୁ ।


ପ୍ରଥମ ଥର ପାଇଁ ଏହା ଚିନ୍ତା କରିବା ଭୟଙ୍କର ଥିଲା


ଏଡୱାର୍ଡ୍ କହିଛନ୍ତି ଯେ, ମାନବ ମାଂସ ଭକ୍ଷଣ ପାଇଁ ପ୍ରଥମେ ବିପର୍ଯ୍ୟୟରୁ ବଞ୍ଚିଥିବା ରୋବର୍ଟୋ କାନେସା  ପରାମର୍ଶ ଦେଇଥିଲେ । ତାଙ୍କ ଅନୁସାରେ ପ୍ରଥମେ ଏଭଳି  ଚିନ୍ତା କରିବା ଅତ୍ୟନ୍ତ ଭୟଙ୍କର ଥିଲା କିନ୍ତୁ ବଂଚିବା ପାଇଁ ଏକମାତ୍ର ଉପାୟ ଥିଲା । ଏଭଳି କଥା ଚିନ୍ତା କରି ଆମେ ପାଗଳ ହୋଇ ଯାଇଥିଲୁ । ଅବଶ୍ୟ ମାନବ ମାଂସ ଖାଇବାର କଳ୍ପନା ଭୟଙ୍କର ଏବଂ ଘୃଣ୍ୟ ଥିଲା କିନ୍ତୁ ଆମକୁ ତାହା କରିବାକୁ ପଡିଲା । ଏହି ଦୁର୍ଘଟଣାରୁ ରକ୍ଷା ପାଇଥିବା  ସାବେଲା କହିଛନ୍ତି ଯେ ଦୁର୍ଘଟଣା ପରେ ଆମେ ନିଜ ଭିତରେ ଗୋଟିଏ ଚୁକ୍ତି କରିଥିଲୁ । ଆମେ ପରସ୍ପରକୁ ପ୍ରତିଶୃତି ଦେଇଥିଲୁ ଯେ ଯଦି ଆମ ମଧ୍ୟରୁ କେହି ମରିଯାଏ, ଅନ୍ୟମାନେ ତାଙ୍କ ଶରୀର ଖାଇବେ ।


କ’ଣ ଓ କେମିତି ହୋଇଥିଲା ଦୁର୍ଘଟଣା ?


ଅକ୍ଟୋବର 13, 1972 ରେ 45 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ଆଣ୍ଡିସ୍ ପର୍ବତମାଳାରେ ଖସିପଡିଥିଲା। ଉରୁଗୁଏ ବାୟୁସେନାର ଫ୍ଲାଇଟ୍ 571 ରଗବୀ ଦଳ ଏବଂ ସେମାନଙ୍କ ପରିବାରକୁ ନେଇ ଚିଲି ଅଭିମୁଖେ ଯାତ୍ରା କରିଥିଲା। ଏହି ବିମାନଟି ଆଣ୍ଡିଜ୍ ପର୍ବତମାଳା ଉପରେ ଉଡୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନ ବରଫାବୃତ ପର୍ବତମାଳା ଭିତରେ ଖସି ପଡିଥିଲା । ଦୁର୍ଘଟଣାରେ 29 ଜଣ ଯାତ୍ରୀ ସଙ୍ଗେ ସଙ୍ଗେ ପ୍ରାଣ ହରାଇଥିବା ବେଳେ 13 ଜଣଙ୍କର ପରେ ମୃତ୍ୟୁ ଘଟିଥିଲା । 72 ଦିନ ପରେ ଏହି ବିମାନରେ ଯାତ୍ରା କରୁଥିବା ୧୬ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା । ଉଦ୍ଧାରକାରୀ ଦଳ 23 ଡିସେମ୍ବର 1972 ରେ 16 ଜଣଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ପରେ ୧୦ ଦିନ ଯାଏ ବ୍ୟାପକ ତଲାସି ଅଭିଯାନ ହୋଇଥିଲା କିନ୍ତୁ ସେଥିରେ କୌଣସି ଫଳ ମିଳିନଥିଲା ।