ଆଜି ୨ ଯୋଡ଼ା ଟ୍ରେନ୍କୁ ବାତିଲ କଲା ପୂର୍ବତଟ ରେଳବାଇ
ମଙ୍ଗଳବାର ଅନୁଗୁଳ ଓ ତାଳଚେର ରୋଡ ମଝିରେ ମାଲଗାଡ଼ି ଲାଇନ୍ଚ୍ୟୁତ ହୋଇଥିଲା। ରେଳଗାଡିର ପ୍ରାୟ ୨୫ଟି ୱାଗନ ଟ୍ରାକ ତଳକୁ ଖସିଯାଇଥିଲା।
ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ଅନୁଗୁଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମାଲଗାଡିକୁ ସମ୍ପୂର୍ଣ୍ଣ ଉଦ୍ଧାର କରାଯାଇ ପାରିନାହିଁ। ଏହି ଦୁର୍ଘଟଣା ପାଇଁ ମଙ୍ଗଳବାର ୧୨ଟି ଟ୍ରେନ ବାତିଲ ହୋଇଥିବା ବେଳେ ଆଜି ୨ ଯୋଡ଼ା ଟ୍ରେନ୍କୁ ପୂର୍ବତଟ ରେଳବାଇ ବାତିଲ କରିଛି। ଏହା ବ୍ୟତୀତ ଅନେକ ଟ୍ରେନର ଗତିପଥ ବଦଳାଯାଇଥିବା ସୂଚନା ମିଳିଛି।
ମଙ୍ଗଳବାର ଅନୁଗୁଳ ଓ ତାଳଚେର ରୋଡ ମଝିରେ ମାଲଗାଡ଼ି ଲାଇନ୍ଚ୍ୟୁତ ହୋଇଥିଲା। ରେଳଗାଡିର ପ୍ରାୟ ୨୫ଟି ୱାଗନ ଟ୍ରାକ ତଳକୁ ଖସିଯାଇଥିଲା। ଫଳରେ ମଙ୍ଗଳବାର ସେହି ରୁଟ ଦେଇ ଯାଉଥିବା ୧୨ ଟ୍ରେନ୍ ବାତିଲ, ୮ର ଗତିପଥ ବଦଳାଯାଇଥିଲା। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସକାଳ ସୁଦ୍ଧା ୭ଟି ୱାଗନକୁ ଲାଇନ୍କୁ ଅଣାଯାଇଥିଲା।
Also Read: ଅନୁଗୁଳ-ତାଳଚେର ରୋଡ୍ରେ ମାଲଗାଡ଼ି ଲାଇନ୍ଚ୍ୟୁତ୍; ୧୨ ଟ୍ରେନ୍ ବାତିଲ, ୮ର ଗତିପଥ ବଦଳିଲା
ଏବେ ବି ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଥିବାରୁ ବୁଧବାର ପାଇଁ ପୂର୍ବତଟ ରେଳବାଇ ୨ ଯୋଡ଼ା ଟ୍ରେନ୍କୁ ସଂପୂର୍ଣ୍ଣ ବାତିଲ କରିଛି। ଭୁବନେଶ୍ବର-ରାଉରକେଲା ଓ ଭୁବନେଶ୍ବର-ବଲାଙ୍ଗିର ଇଣ୍ଟରସିଟି ସ୍ବତନ୍ତ୍ର ଟ୍ରେନ୍କୁ ଉଭୟ ପଟୁ ବାତିଲ କରାଯାଇଛି। ଗୋଟିଏ ଟ୍ରେନ୍ ଆଂଶିକ ବାତିଲ କରାଯାଇଥିବା ବେଳେ ରାଉରକେଲା-ପୁରୀ, ପୁରୀ-LTT ଓ ସୁରତ-ପୁରୀ ସ୍ବତନ୍ତ୍ର ଟ୍ରେନ୍ର ଗତିପଥ ବଦଳାଯାଇଛି।