ରଘୁନାଥ ସାହୁ, ଅନୁଗୁଳ: ଜିଲ୍ଲା ବଅଁରପାଳ ଥାନା ସଞ୍ଜପଡା ଗାଁରେ ଏକ ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଚୋର ଧରିବାକୁ ଯାଇଥିବା ସାଧା ପୋଷାକଧାରୀ ପୋଲିସକୁ ପିଲାଚୋର ସନ୍ଦେହରେ ଗାଁ ଲୋକ ମାଡ ମାରିବା ସହ ଗାଡି ଭଙ୍ଗାରୁଜ୍ଜା କରିଛନ୍ତି। ଏହା ପରେ ଗାଁରେ ବ୍ୟାପକ ପୋଲିସ ମୃତୟନ ହୋଇଥିବା ଯୋଗୁଁ ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ କିଛି ପୋଲିସ କର୍ମଚାରୀ ଜଣେ ଚୋରକୁ ଧରିବାକୁ ସାଧା ପୋଷାକ (Civil Dress) ରେ ସଞ୍ଜପଡା ଗାଁକୁ ଯାଇଥିଲେ। ଆଉ ପୋଲିସ ଗାଡି ବଦଳରେ ଅନ୍ୟ ଏକ ଗାଡି ନେଇଥିଲେ। ତେବେ ଗାଁରେ ବୁଲାବୁଲି କରୁଥିବା ବେଳେ ପିଲାଚୋର ସନ୍ଦେହ କରି ଗାଁ ଲୋକ ଏକାଠି ହେବା ସହ ମିଳିତ ଆକ୍ରମଣ କରିଥିଲେ। ସୋମାନେ ପୋଲିସ ପରିଚୟ ଦେବା ପରେ ମଧ୍ୟ ଗାଁ ଲୋକ କିଛି ନଶୁଣି ନିସ୍ତୁକ ପିଟିଥିଲେ। 


Also Read: ବୁର୍ଲା ହାଟରେ ମାଡିଗଲା ଅନିୟନ୍ତ୍ରିତ କାର, ତାପରେ...


ଆକ୍ରମଣର ଖବର ପାଇ ବଅଁରପାଳ ପଲିସ (Angul Police) ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ ଉତ୍ତ୍ୟକ୍ତ ଲୋକ ସେମାନଙ୍କୁ ମଧ୍ୟ ମାଡ (Police Attacked) ମାରିଥିବା ସହ ଏକ ପୋଲିସ ଗାଡି ଏବଂ ପୂର୍ବରୁ ଯାଇଥିବା ପୋଲିସର ଏକ କାରକୁ ଭଙ୍ଗାରୁଜା କରିଥିଲେ। ପରେ ପ୍ଲାଟୁନ ମୁତୟନ ପରେ ଗାଁ ଲୋକ ଛତ୍ରଭଙ୍ଗ ଦେଇଥିବା ଜଣା ପଡିଛି।


ଗିରଫଦାରୀ ଭୟରେ ସଞ୍ଜପଡା ଗାଁ ପୁରୁଷଶୂନ୍ୟ (Manless) ହୋଇ ଯାଇଛି। ପରିସ୍ଥିତିକୁ ଦେଖି ଗାଁରେ ୪ ପ୍ଲାଟୁନ ଫୋର୍ସ ମୃତୟନ କରା ଯାଇଛି। ଗ୍ରାମବାସୀଙ୍କ ଆକ୍ରମଣରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ତେବେ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ।