ଅନୁଗୋଳ: ଜିଲ୍ଲାର ଜରପଡା ଥାନା ଦୁର୍ଗାପୁର ଗାଁରେ ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ ଓ ମାଆ ଗୁରତର । ମୃତକ ଜଣକ ହେଲେ ଦୁର୍ଗାପୁର କୁଡାସାହିର କୃଷ୍ଣ ଚନ୍ଦ୍ର ବେହେରା ଓ ଗୁରୁତର ଜଣକ ହେଲେ ତାଙ୍କ ସ୍ତ୍ରୀ ରୁକ୍ମଣୀ ବେହେରା ।ଘଟଣାରୁ ପ୍ରକାଶ ଦୁର୍ଗାପୁର ଗ୍ରାମର କୁଡାସାହିର ନାଥ ବେହେରା ଜଣେ ଗାଡି଼ ଚାଳକ ଭାବେ ବାହାରେ କାମ କରନ୍ତି । 


COMMERCIAL BREAK
SCROLL TO CONTINUE READING

ସେ ଗତକାଲି ଗ୍ରାମକୁ ଫେରିଥିଲେ । ସୋମବାର ସକାଳେ ପାରିବାରିକ କଳହକୁ ନେଇ ବାପ ପୁଅ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ନାଥ ବେହେରା ଏକ ଟାଙ୍ଗିଆ (Axe Attack) ରେ ବାପା କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଆକ୍ରମଣ କରିଥିଲା ।ଏପରିକି ମାଆ ରୁକ୍ମଣୀ ବେହେରା ପୁଅକୁ ବାରଣ କରିବାରୁ ଆକ୍ରୋଶର ଶିକାର ହୋଇଥିଲେ।


Also Read: ବିଶ୍ୱ ଜଳ ଦିବସ: ଜଳ ସଙ୍କଟ ଦୂରେଇବାକୁ ନେବା ଶପଥ


ଫଳରେ ଘଟଣାସ୍ଥଳରେ କୃଷ୍ଣ ଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ମାଆ ରୁକ୍ମଣୀ ବେହେରା ଗୁରୁତର ହୋଇଥିଲେ । ବାପର ମୃତ୍ୟୁ ହୋଇଯିବା ଦେଖି ଘଟଣାସ୍ଥଳରୁ ପୁଅ ଫେରାର ହୋଇଯାଇଥିଲା ।ସ୍ଥାନୀୟ ଲୋକ ଓ ସମ୍ପର୍କୀୟ ମାନେ ଆସି ୧୦୮ ଆମ୍ବୁଲାନସ (108 Ambulance) ଯୋଗେ ଗୁରୁତର ରୁକ୍ମଣୀଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ।ଖବର ପାଇ ଜରପଡା ପୋଲିସ (Police) ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।


Edited: Zee Odisha Desk