କଟକ: ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ବିବାଦ ମାମଲାରେ ଆଜି ଚାର୍ଜଫ୍ରେମ୍‌ ଦାଖଲ କରାଯାଇଛି। କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ହାଜର ପରେ ଚାର୍ଜଫ୍ରେମ୍ କରାଯାଇଛି। ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି। ବର୍ଷାଙ୍କ ଏତଲା ଆଧାରରେ ଅନୁଭବଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଥିଲା। ବାରମ୍ବାର ସମନ ସତ୍ତ୍ୱେ ହାଜର ନହେବାରୁ ତାଙ୍କ ନାଁରେ ଏନବିଡବ୍ଲୁ ଜାରି ହୋଇଥିଲା। ତେବେ ନିର୍ଯାତନା ନେଇ ପୁରୀଘାଟ ଥାନାରେ ମାମଲା ରୁଜ୍ଜୁ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ବର୍ଷାଙ୍କୁ ନିର୍ଯାତନ ମାମଲାରେ ଚାର୍ଜଫ୍ରେମ୍‌ ଲାଗି ପୂର୍ବରୁ ହାଜର ହୋଇନଥିଲେ ଅନୁଭବ। ହାଜର ନହେବାରୁ ଏନବିଡବ୍ଲୁ ଜାରି କରଥିଲେ ସ୍ବତନ୍ତ୍ର କୋର୍ଟ। ପରେ ଅନୁଭବଙ୍କ ଜାମିନ ବିହୀନ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ଅନୁଭବ ଏବଂ ତାଙ୍କ ଦୁଇ ସହଯୋଗୀ କୋର୍ଟରେ ହାଜର ହୋଇଛନ୍ତି।