ନୂଆଦିଲ୍ଲୀ: ବଲିଉଡ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ୱେବ୍ ସିରିଜ୍ 'ଆଶ୍ରମ' ଏମଏକ୍ସ ପ୍ଲେୟାରରେ ଧମାଲ ମଚାଇଛି। ଲୋକଙ୍କ ଭିରତରୁ ପ୍ରଥମ ପାର୍ଟର ରଙ୍ଗ ନଲିଭୁନୁ ଦ୍ୱିତୀୟ ପାର୍ଟ ଆସୁଛି। ଶୁକ୍ରବାର ଏହାର ଘୋଷଣା କରାଯିବା ସହ ସିରିଜର ଟିଜର ରିଲିଜ କରାଯାଇଛି। ଆଉ ଏହାର କେଇ ମୂହୁର୍ତ୍ତ ମଧ୍ୟରେ ପ୍ରକାଶ ଝାଙ୍କୁ ଗିରଫ ନେଇ ଦାବି ହୋଇଛି।


COMMERCIAL BREAK
SCROLL TO CONTINUE READING


ଆଶ୍ରମ ୱେବ୍ ସିରିଜ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଲୋକେ ଟ୍ୱିଟରରେ କ୍ରମାଗତ ଭାବେ ଦାବି କରି ଆସୁଛନ୍ତି। ଯୁଜର୍ସଙ୍କ ଅଭିଯୋଗ ହେଲା, ଏହି ୱେବ୍ ସିରିଜ୍ ହିନ୍ଦୁ ଧର୍ମକୁ ଅସମ୍ମାନ କରୁଛି। ଏହିପରି ବିଷୟବସ୍ତୁ ହିନ୍ଦୁ ଧର୍ମ ବିଷୟରେ ମିଥ୍ୟା ପ୍ରଚାରକୁ ପ୍ରୋତ୍ସାହିତ କରିଥାଏ, ଯାହାକୁ ବନ୍ଦ କରାଯିବା ଉଚିତ୍। ସେଥିପାଇଁ ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ #ArrestPrakashJha ଟ୍ରେଣ୍ଡ କରିଥିଲା। 



ଏହି ଆଶ୍ରାମ ୱେବ ସିରିଜର ମୂଖ୍ୟ ଭୂମିକାରେ ଅଛନ୍ତି ବବି ଦେଓଲ୍। ସେ ଜଣେ ଭଣ୍ଡ ବାବା (ବାବା ନିରାଲା) ଚରିତ୍ରରେ ନଜର ଆସୁଛନ୍ତି। ଗତ ଫିଲ୍ମ ଗୁଡିକରେ ଫ୍ଲୋପ ହୋଇଥିବା ବବି ୱୋବ ସିରିଜ ଆଶ୍ରମରେ ଚମିକି ଉଠିଛନ୍ତି।  ତାଙ୍କ ଅଭିନୟକୁ ଦର୍ଶକ ଉଚ୍ଚ ପ୍ରଶଂସା କରିଛନ୍ତି। ତେବେ ଆସନ୍ତାମାସ ୧୧ ତାରିଖରେ ଆଶ୍ରମ-୨ ଏମଏକ୍ସ ପ୍ଲେୟାରରେ ରିଲିଜ ହେବ। ଏହାର ପାର୍ଟ ୨କୁ 'ଆଶ୍ରମ ଚାପ୍ଟର ୨-ଦ ଡାର୍କ ସାଇଡ୍" ରଖାଯାଇଛି। 



'ଆଶ୍ରମ'ର ପ୍ରଥମ ଭାଗରେ, ବିଶ୍ୱାସ ନାମରେ ନିରୀହ ଲୋକଙ୍କ ଭାବନା ସହିତ ଖେଳାଯାଉଥିବା ଖେଳକୁ ଦର୍ଶାଯାଇଥିଲା।  ଏହା ସହିତ ବିଶ୍ୱାସଘାତକତା, ହୀନ ରାଜନୀତି ଏବଂ ଅପରାଧର ଉପରେ ଆଧାରିତ ଏହି ୱେବ୍ ସିରିଜ। ଆଗାମୀ ଦ୍ୱିତୀୟ ସିଜନରେ କାହାଣୀ ସମାନ ଦିଗରେ ଗତି କରିବ। କିନ୍ତୁ ବାବା ନିରାଲାର ଅପରାଧ ସାମ୍ରାଜ୍ୟର ପତନ ହେବ ଓ ଭଣ୍ଡ ବାବା ଜେଲ ଯିବେ।