କଙ୍ଗନାଙ୍କ ସମର୍ଥନରେ ଆସିଲେ ଏହି ଭେଟେରାନ୍ ଅଭିନେତା, ଜାଣନ୍ତୁ ବର୍ତ୍ତମାନ କ`ଣ କହିଲେ ସେ
ଭେଟେରାନ ମରାଠୀ ଅଭିନେତା ବିକ୍ରମ ଗୋଖଲେ (Vikram Gokhale) ରବିବାର ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଙ୍କ ବିବାଦୀୟ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ।
ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଯେବେଠାରୁ 'ଭିକରେ ମିଳିଛି ସ୍ୱାଧୀନତା' ମନ୍ତବ୍ୟ ଦେଇଛନ୍ତି ସେବେଠାରୁ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଅଭିନେତ୍ରୀଙ୍କ ଏହି ବୟାନକୁ ନେଇ ବିରୋଧ ଜାରି ରହିଥିବାବେଳେ ଏହି ସମୟରେ ଜଣେ ଭେଟେରାନ ଅଭିନେତା କଙ୍ଗନାଙ୍କୁ ସମର୍ଥନ କରିଛନ୍ତି ଓ ତାଙ୍କ ସମର୍ଥରେ ନିଜ ମତ ରଖିଛନ୍ତି।
କଙ୍ଗନାଙ୍କୁ ଦେଲେ ସମର୍ଥନ
ଭେଟେରାନ ମରାଠୀ ଅଭିନେତା ବିକ୍ରମ ଗୋଖଲେ (Vikram Gokhale) ରବିବାର ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଙ୍କ ବିବାଦୀୟ ମନ୍ତବ୍ୟକୁ ସମର୍ଥନ କରିଛନ୍ତି । ମହାରାଷ୍ଟ୍ରର ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋଖଲେ କହିଛନ୍ତି ଯେ ରାନାୱତ ଯାହା କହିଛନ୍ତି ତାହା ସତ୍ୟ । ବିକ୍ରମ ଗୋଖଲେ କହିଛନ୍ତି, "ମୁଁ ରାନାୱତଙ୍କ ବୟାନରେ ସହମତ । ଆମକୁ (ବ୍ରିଟିଶ ଶାସନରେ) ସ୍ୱାଧୀନତା ଦିଆଯାଇଥିଲା । ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦିଆଯାଇଥିଲା ଓ ସେତେବେଳେ ବଡ଼ ଲୋକମାନେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନଥିଲେ । ସେମାନେ କେବଳ ମୂକ ଦର୍ଶକ ରହିଲେ । ଏହି ମୂକ ଦର୍ଶକଙ୍କ ମଧ୍ୟରେ ଅନେକ ବରିଷ୍ଠ ନେତା ଥିଲେ । ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢୁଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସେମାନେ ରକ୍ଷା କରିନଥିଲେ ।
ଅମରାବତୀ ଦଙ୍ଗା ବିଷୟରେ ମଧ୍ୟ କହିଛନ୍ତି
ଗୋଖଲେ (Vikram Gokhale) ମରାଠୀ ଥିଏଟର, ବଲିଉଡ ଏବଂ ଟିଭିରେ ଅଭିନୟ ପାଇଁ ଜଣାଶୁଣା । ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (BJP) ସମେତ ପ୍ରତ୍ୟେକ ରାଜନୈତିକ ଦଳ ବିବାଦରେ ନିଜର ସୁବିଧା ଦେଖନ୍ତି । ତ୍ରିପୁରାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଓ ଏହା ବିରୋଧରେ ଅମରାବତୀ ତଥା ଅନ୍ୟାନ୍ୟ ସହରରେ ହୋଇଥିବା ଉତ୍ତେଜନା ଉପରେ ଏକ ପ୍ରଶ୍ନର ଉତ୍ତରରେ ଗୋଖଲେ କହିଛନ୍ତି ଯେ ଭୋଟ୍ ବ୍ୟାଙ୍କ ରାଜନୀତିର ପରିମାଣ ସ୍ୱରୂପ ହେଉଛି ସାମ୍ପ୍ରଦାୟିକ ଦଙ୍ଗା । ସେ କହିଛନ୍ତି ଯେ ପ୍ରତ୍ୟେକ ରାଜନୈତିକ ଦଳ ତାହା ( ଭୋଟ ବ୍ୟାଙ୍କ ରାଜନୀତି) କରନ୍ତି । ମହାରାଷ୍ଟ୍ରର ରାଜନୈତିକ ଦୃଷ୍ଟିକୋଣରୁ ଗୋଖଲେ କହିଛନ୍ତି ଯେ ପୂର୍ବତନ ସହଯୋଗୀ- ଶିବସେନା ଓ ବିଜେପି ପୁଣିଥରେ ଦେଶର ଉନ୍ନତି ପାଇଁ ଏକାଠି ହେବା ଉଚିତ୍ ।
ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର