ଭୁବନେଶ୍ୱର: ଏଥର ଜମିବ ରଜ ଉତ୍ସବ। ରୂପେଲି ପରଦାରେ ଦେଖିବାକୁ ମିଳିବ ଗୋଟିଏ ପରେ ଗୋଟିଏ ଦମଦାର ଓଡିଆ ଫିଲ୍ମ। ରଜରେ ବାବୁଶାନଙ୍କ ଦମନ ଓ ବିଦ୍ୟାରାଣ ରିଲିଜ ହେବ। ଏହା ସହ ଅମ୍ଳାନ ଓ ଭୂମିକାଙ୍କ ମାୟାବୀ ମଧ୍ୟ ରଜରେ ହିଁ ଆସିବ। ଚଳଚ୍ଚିତ୍ର 'ଚକ୍ଷୁବନ୍ଧନ'ର ସଫଳତା ପରେ ଅନିଶ ଏଣ୍ଟରଟେନମେଣ୍ଟ ରଜ ଉପଲକ୍ଷେ 'ମାୟାବୀ' ପ୍ରସ୍ତୁତ କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ଆମେ ଯାହା ଦେଖୁ ସବୁ ଯେ ସତ ଏହା ଏକ ମଧୁର ମିଛ। ଯିଏ ଯାହା ଦେଖେଇବାକୁ ଚାହେଁ ସେ ଦାବି କରେ ଯେ ତା କଥାଟା ହିଁ ସତ। ତୋ ସତ, ଆଉ ମୋ ସତ ଲଢେଇ ଭିତରେ ପ୍ରକୃତ ସତ ହଜିଯାଏ। ରଙ୍ଗ ପୁଟ ଦେଇ କହିବାକୁ ଯାଇ ଆମେ ସତକୁ ଏତେ ବଦଳେଇ ଦଉ ଯେ, ତାହା ଗୁଜବ ପାଲଟି ଯାଏ। ସମ୍ପର୍କ, ସିଦ୍ଧାନ୍ତ ଆଉ ମାନବିକ ଭାବ ପ୍ରବଣତାକୁ ଆଧାର କରି ପ୍ରକୃତ ସତ ପାଖରେ ପହଁଚି ସତ୍ୟର ସ୍ୱରୂପକୁ ଖୋଜି ପାଇବାର ଏକ ରହସ୍ୟ ଘେରା ରୋମାଞ୍ଚକର କାହାଣୀକୁ ନେଇ ଦର୍ଶକଙ୍କ ଆଗକୁ ଆସୁଛି 'ମାୟାବୀ'।


Also Read: 'ଦମନ'ର ଦମଦାର ଟ୍ରେଲର୍ ରିଲିଜ୍, ଜାଣନ୍ତୁ କେବେ ଆସିବ ଫିଲ୍ମ


ଓଡିଆ ଫିଲ୍ମ 'ମାୟାବୀ'ର ଶୁଭମହୁରତ ଶେଷ ହୋଇଛି। ଉଭୟ କଳାକାର ଓ ନିର୍ମାତା ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଫିଲ୍ମର ସୁଟିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତପନ କୁମାର ଦାଶ, 'ମାୟାବୀ' ଚଳଚ୍ଚିତ୍ରର ପ୍ରଯୋଜନା କରୁଥିବାବେଳେ ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶନା ଦେଉଛନ୍ତି। ପ୍ରଥମ ଥର ପାଇଁ ରୂପେଲି ପରଦାରେ ଅମ୍ଳାନ ଓ ଭୂମିକା ଯୋଡି ଦେଖିବାକୁ ମିଳିବ। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଆରଲିନ୍ ଅଙ୍କିତା, ସ୍ନେହା (କୋଲକାତା), ଆଶୁତୋଷ, ଚକ୍ରଧର, ପ୍ରଶାନ୍ତ ପାତ୍ର,ଆଲିଭିୟା, କୁନାଲ୍ ପ୍ରମୁଖ ଅଛନ୍ତି।



'ମାୟାବୀ'ର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଯଜ୍ଞ ଦାସ, ଚିତ୍ରୋତ୍ତଳନ ଦାୟିତ୍ୱରେ ଧୃବାନନ୍ଦ ପଣ୍ଡା (ଲିଟୁ) ଓ କ୍ରିଏଟିଭ ହେଡ‌ ପ୍ରଣୟ ଜେଠୀ ଓ କାର୍ଯ୍ୟକାରୀ ପ୍ରଯୋଜକ ଦିଲ୍ଲିପ ବଳବନ୍ତରାୟ ଅଛନ୍ତି। ଫିଲ୍ମର ଶୁଭମହୁରତ ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଯୋଗଦେଇ ମହୁରତ କ୍ଲାପ ଦେଇ ଥିଲେ।