ନୂଆଦିଲ୍ଲୀ: Lata Mangeshkar Hospitalized: ସୁର କୋକିଲା ଲତା ମଙ୍ଗେଶକର କୋରୋନା ପଜିଟିଭ୍ ବୋଲି ଜଣାପଡିଛି । ତାଙ୍କୁ ମୁମ୍ବାଇର ବ୍ରୀଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାର ସଦସ୍ୟ କହିଛନ୍ତି ଯେ ତାଙ୍କର କୋରୋନାର ସାମାନ୍ୟ ଲକ୍ଷଣ ଅଛି । ଲତାଙ୍କ ବୟସ ଦେଖି ତାଙ୍କୁ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି ।


COMMERCIAL BREAK
SCROLL TO CONTINUE READING

କୋଭିଡ କାରଣରୁ ଲତା ମଙ୍ଗେଶକରଙ୍କୁ ନିମୋନିଆ ହୋଇଯାଇଛି, ଯାହାକୁ କୋଭିଡ ନିମୋନିଆ କୁହାଯାଏ । ଲତା ମଙ୍ଗେଶକର ଶନିବାର ରାତିରୁ ବ୍ରୀଚ୍ କ୍ୟାଣ୍ଡି ହସ୍ପିଟାଲରେ ଅଛନ୍ତି । କୋରୋନା କାରଣରୁ ତାଙ୍କ ଅବସ୍ଥା ବହୁତ ଭଲ ନାହି ବୋଲି କୁହାଯାଉଛି । ମୁମ୍ବାଇ ମେୟର କିଶୋରୀ ପେଡନେକର କହିଛନ୍ତି ଯେ ଲତା ମଙ୍ଗେଶକର କୋରୋନା ସଂକ୍ରମିତ। କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ରହିଛି । ସେ ବ୍ରୀଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।


ଏହା ବି ପଢ଼ନ୍ତୁ:-ରାହୁଲଙ୍କ ନେଇ ବଡ଼ ପ୍ଲାନିଂ କଲେ ପ୍ରିୟଙ୍କା, ଜାଣନ୍ତୁ ୟୁପି ନିର୍ବାଚନରେ କ'ଣ ରହିଛି କଂଗ୍ରେସର ଗେମ୍ ପ୍ଲାନ୍


ଏହା ବି ପଢ଼ନ୍ତୁ:-କିଏ ହେବେ ପରବର୍ତ୍ତୀ ୟୁପି ମୁଖ୍ୟମନ୍ତ୍ରୀ? ଜବାବ ରଖିଲେ ଯୋଗୀଙ୍କ ଡେପୁଟି ସିଏମ କେଶବ ମୌର୍ଯ୍ୟ


ଏହା ବି ପଢ଼ନ୍ତୁ:-ଆଶ୍ୱସ୍ତିକର ଖବର: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ହ୍ରାସ, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ


ଏହା ବି ପଢ଼ନ୍ତୁ:-ଭଉଣୀ ପରେ କଂଗ୍ରେସରେ ସାମିଲ ହେବେ ସୋନୁ ସୁଦ! ଟ୍ୱିଟ୍ କରି ଦଳର ଏହି ବଡ଼ ନେତା ଦେଲେ ସୂଚନା


୯୨ ବର୍ଷୀୟ ପ୍ରସିଦ୍ଧ ଗାୟକ ଲତା ମଙ୍ଗେଶକରଙ୍କ ଭାଣିଜୀ ରଚନା ମଧ୍ୟ ନ୍ୟୁଜ୍ ଏଜେନ୍ସି ANI କୁ ଏହା ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର କୋରୋନାର ସାମାନ୍ୟ ଲକ୍ଷଣ ଅଛି ଓ ତାଙ୍କୁ ବ୍ରୀଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟଭାର୍ଗିଆ କହିଛନ୍ତି ଯେ ଲତା ଦିଦିଙ୍କ ଅସୁସ୍ଥତା ଖବର ତାଙ୍କୁ ମିଳିଛି । ତାଙ୍କ ଶୀଘ୍ର ସୁସ୍ଥ କାମନା କରୁଛି ।


ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଲତା ମଙ୍ଗେଶକରଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଆମେ ଲତା ଦିଦି ଶୀଘ୍ର ସୁସ୍ଥ ହେବାର କାମନା କରୁଛୁ ।