ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଫିଲ୍ମରେ କମ୍ କିନ୍ତୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଦେଖାଯାଉଛନ୍ତି। ପ୍ରାୟତଃ ସମୟରେ ମଲାଇକା ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ସୂଚନା ସେୟାର କରନ୍ତି। କେବଳ ଏତିକି ନୁହେଁ, ଅଭିନେତ୍ରୀ ଅନେକ ସମୟରେ ତାଙ୍କ ଫଟୋ ଏବଂ ଭିଡିଓ ସେୟାର କରି ନିଜ ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି। କିନ୍ତୁ ଏହି ଭିଡିଓ ଓ ଫଟୋ ପାଇଁ ଏବେ ସେ ଟ୍ରୋଲ ହେଉଛନ୍ତି।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ମଲାଇକା ଆରୋରା (Malaika Arora) କୋଭିଡ ଟିକା (Corona vaccine) ର ଦ୍ୱିତୀୟ ଡୋଜ ନେଇଥିଲେ। ଏହି ସମୟରେ ଅଭିନେତ୍ରୀ ବହୁତ ବୋଲ୍ଡ ଲୁକରେ ନଜର ଆସିଥିଲେ, ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଅଭିନେତ୍ରୀଙ୍କ ପୋଷାକ ଦେଖି କିଛି ୟୁଜର୍ସ ତାଙ୍କୁ ଟିକା ନେବାପାଇଁ ଆସିଛନ୍ତି ନା ଜିମ୍ ଯାଉଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି। କିଛି ୟୁଜର୍ସ ତାଙ୍କୁ ଉପଯୁକ୍ତ ପୋଷାକ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି।


 



କୋରୋନା ଟିକା ନେବା ପରେ ମଲାଇକା ନିଜେ ଏକ ପୋଷ୍ଟ ସେୟାର କରି ଫ୍ରଣ୍ଟଲାଇନ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କ୍ୟାପସନରେ ଅଭିନେତ୍ରୀ ଲେଖିଛନ୍ତି 'ମୁଁ ସବୁବେଳେ #weareinthistogether । ମୁଁ କେବଳ ନିଜ ପାଇଁ ନୁହେଁ ଆପଣଙ୍କ ପାଇଁ ମଧ୍ୟ ସୁରକ୍ଷିତ ରହିବି। ସଂପୂର୍ଣ୍ଣ ଟିକାକରଣ। ପ୍ରତ୍ୟକ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବାକୁ ମୋ ପାଖରେ ଶବ୍ଦ ନାହିଁ। ତୁମର ଚମତ୍କାର କାର୍ଯ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ।'