ସାଗର ରଥ, ନୂଆଦିଲ୍ଲୀ: କୌଣସି  ଶବ୍ଦ ,ଵାକ୍ୟାଂଶ ବା ଅନୁଚ୍ଛେଦ ଆପଣଙ୍କୁ ବାରମ୍ବାର କହିବାକୁ ଭଲ  ଲାଗେ କି ? ତାର ଅର୍ଥ ଥାଉ କି ନଥାଉ ଆପଣାକୁ ତା ଉଚ୍ଚାରଣ ଭଲ ଲାଗୁଛି କି ? ସେହି ସବୁ ଶବ୍ଦ କହିବାକୁ ଆପଣ ରାତି ରାତି ବି ଅନିଦ୍ରା ରହିଯାଉଛନ୍ତି କି ? ଯଦି ହଁ, ଏହା ଟିକେ ଚିନ୍ତା କରିବାର ବିଷୟ, କାରଣ ଏହା ଏକ ପ୍ରକାର ମାନସିକ ରୋଗ । 


COMMERCIAL BREAK
SCROLL TO CONTINUE READING

ଆଜ୍ଞା ହଁ, ବିଶ୍ଵାସ ନହେଲେ ବି ଏହା ସତ, ଆଉ ଆହୁରି ଚକିତ କରିଦେବା ଭଳି ଖବର ହେଉଛି ଯେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ନସିରୁଦ୍ଦିନ ସାହା (Naseeruddin Shah) ଏବେ ଏହି ରୋଗରେ ପୀଡିତ। ଏନେଇ ସେ ନିଜେ ଏକ ସାକ୍ଷାତକାର ରେ କହିଛନ୍ତି । ଏହି ରୋଗକୁ ଡାକ୍ତରୀ ଭାଷାରେ ଓନୋମାଟୋମାନିଆ (Onomatomania) ବୋଲି କୁହାଯାଏ। ଡାକ୍ତରଙ୍କ ମତ ଅନୁଯାୟୀ ଏହା ସମ୍ପୂର୍ଣ୍ଣ ଭାବରେ ଏକ ମାନସିକ ବ୍ୟତିକ୍ରମ, ଏବଂ ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଏହାକୁ ଏକ ରୋଗ ବୋଲି ବିଲକୁଲ ଜାଣିପାରେ ନାହିଁ । 


Also Read: EPFO ର ଇତିହାସ: କେବେ ସୁଧହାର ବଢିଛି ତ କେବେ କମିଛି


ଏହି ରୋଗ ହେଲେ ବ୍ୟକ୍ତି ମଧ୍ୟରେ କିଛି ଏମିତି ଲକ୍ଷଣ ଦେଖାଦେଇଥାଏ। ସେ ଭଲ ପାଉଥିବା କେତେକ ଶବ୍ଦ ଏପରିକି ଅନୁଚ୍ଛେଦକୁ ବି ବାରମ୍ବାର କହି ଚାଲିଥାଏ । କେବଳ ତାହା ନୁହେଁ କହିବା ସହ ନିଜେ ଶୁଣିବାକୁ ବି ବହୁତ ପସନ୍ଦ କରିଥାଏ । ଏମିତି ଅବସ୍ଥାରେ ରୋଗୀ ରାତିରେ ନିଘୋଡ ନିଦରୁ ଉଠି ସେସବୁ କହିବାକୁ ବି ପଛାଇ ନଥାଏ। ଏହି ରୋଗ ବିଷୟରେ ପ୍ରଥମେ ଆଧୁନିକ ସ୍ନାୟବିକ ବିଜ୍ଞାନ (Nurological Science) ର ଜନକ ଭାବେ ଜଣାଶୁଣା ଜିନ ମାର୍ଟିନ ଚାର୍କଟ ସୂଚନା ଦେଇଥିଲେ । 


Also Read: ଫୁଲ୍ ଟାଇମ୍ ହେଲେ ରେଜଲ୍ଟ ଫେଲ୍: ୧୪୮ରୁ ମାତ୍ର ଜଣେ ପାସ୍


ସାଧାରଣ ଭାବରେ ମସ୍ତିଷ୍କ (Brain) କୁ ରକ୍ତ ପ୍ରବାହରେ ଅସନ୍ତୁଳନ ଦେଖାଦେବା ହିଁ ଏହାର ଅନ୍ୟତମ କାରଣ ବୋଲି ଧରାଯାଏ। ତେବେ ଏହି ରୋଗର ସେମିତି କୌଣସି ନିର୍ଦ୍ଧିଷ୍ଟ ଉପଚାର ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ, କିନ୍ତୁ ଏହାକୁ ମାନସିକ ବିକାରଗ୍ରସ୍ତ ବୋଲି ମଧ୍ୟ କୁହାଯାଇ ନପାରେ ବୋଲି ଏକ ଅଧ୍ୟୟନରୁ ପ୍ରକାଶ ପାଇଛି।