ନୂଆଦିଲ୍ଲୀ: ନିର୍ଦ୍ଦେଶକ କରଣ ଜୋହର ଖୋଲିବେ ବଲିଉଡରେ ଡ୍ରଗ୍ସ ଲିଙ୍କର ଗୁମର। ୨୦୧୯ ପାର୍ଟିର ଭାରଇଲା ଭିଡିଓ ଦେବେ ସମ୍ପୂର୍ଣ୍ଣ ତଥ୍ୟ। ଏନେଇ ଗୁରୁବାର NCB ତାଙ୍କୁ ସମନ କରିଛି। ଯଦି କରଣ ବ୍ୟକ୍ତିଗତ ଭାବେ ହାଜର ନ ହୁଅନ୍ତି ତେବେ ନିଜର ପ୍ରତିନିଧିଙ୍କୁ ପଠାଇ ପାରିବେ ବୋଲି ଅନୁସନ୍ଧାନକାରୀ ସଂସ୍ଥା କହିଛି। 


COMMERCIAL BREAK
SCROLL TO CONTINUE READING

କରଣ ଜୋହର (Karan Johar) ୨୦୧୯ରେ ଜୁଲାଇରେ ତାଙ୍କ ବାସଭବନରେ ଏକ ପାର୍ଟିର ଆୟୋଜନ କରିଥିଲେ। ସେଥିରେ ଦୀପିକା ପାଦୁକୋନ (Deepika Padukon), ଅର୍ଜୁନ କପୁର, ବିକି କୌଶଲ, ବରୁଣ ଧୱନ, ରଣବୀର କପୁର, ମଲାଇକା ଆରୋରା ଭଳି ଅନେକ ସେଲିବ୍ରିଟି ନଜର ଆସିଥିଲେ। ତେବେ ଏହି ପାର୍ଟିର ଭିଡିଓ ଭାଇରାଲ (Viral Video) ପରେ ଏଥିରେ ଡ୍ରଗ୍ସ (drugs) ଏବଂ ଅନ୍ୟାନ୍ୟ ନିଷିଦ୍ଧ ମାଦକ ଦ୍ରବ୍ୟ ସେବନ କରାଯାଇଥିବାର ଅଭିଯୋଗ ହୋଇଥିଲା।



ସେହି ସମୟରେ ଶିରୋମଣି ଅକାଳୀ ଦଳ (SAD) ନେତା ମନଜିନ୍ଦର ସିଂ ସିରସା ଏହି ପାର୍ଟି ସମ୍ପର୍କରେ NCB ମୁଖ୍ୟ ରାକେଶ ଆସ୍ଥାନା (Rakesh Asthana) ଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ସେତେବେଳେ ଏହାକୁ ସେତିକି ଗୁରୁତ୍ୱ ଦିଆଯାଇନଥିଲା। ଏବେ ସେହି ପୁରୁଣା ମାମଲାରେ NCB ଖୋଳତାଡ ଆରମ୍ଭ କରିଛି। ଆଉ ପାର୍ଟିର ସବିଶେଷ ତଥ୍ୟ ଦେବାକୁ କରଣ ଜୋହଙ୍କୁ ନିର୍ଦ୍ଦେଶ ଦେଇଛି।


ସୂଚନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ NCB ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ପରବର୍ତ୍ତୀ ସମୟରେ ଅନେକଙ୍କୁ ଜାମିନରେ ମଧ୍ୟ ଛଡାଯାଇଛି। NCB ଦୀପିକା ପାଦୁକୋନ, ସାରା ଅଲ୍ଲି ଖାନ ଏବଂ ଶ୍ରଦ୍ଧା କପୁରଙ୍କ ସମେତ ଅନ୍ୟ ଅଭିନେତ୍ରୀଙ୍କୁ ବି ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା କରିଛି।