ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: 'ରିୟଲିଟି ସୋ' ମାଧ୍ୟମରେ ଓଲିଉଡକୁ ଏଣ୍ଟ୍ରି କରିବା ପରେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ମିଳିଛି ଅନେକ ସଫଳତା। ଲଗାତାର ଅନେକ ଗୁଡିଏ ସିନେମାରେ ନାୟିକା ଭାବେ ଅଭିନୟ କରି ଦର୍ଶକଙ୍କ ହୃଦୟରୁ ପାଇଛନ୍ତି ଭଲପାଇବା କିନ୍ତୁ ଏବେ ସୂର୍ଯ୍ୟମୟୀଙ୍କ ନୂଆ ଲୁକ୍ ଓ ଗେଟଅପକୁ ନେଇ ଓଲିଉଡ୍ ସମେତ ଦର୍ଶକଙ୍କ ମହଲରେ ଚାଲିଛି ଚର୍ଚ୍ଚା। 


COMMERCIAL BREAK
SCROLL TO CONTINUE READING

'ନୂଆ ଠିକଣା କୁ' ମ୍ୟୁଜିକ୍ ଭିଡିଓ (Music Video) ରେ ଦେଖିବାକୁ ମିଳିଛି ସୂର୍ଯ୍ୟମୟୀଙ୍କ ନିଆରା ଗେଟଅପ୍। ଯେଉଁଥିରେ ଦେଶୀ ଷ୍ଟାଇଲ୍ ଡ୍ରେସ୍ ଟ୍ରାଉଜର ଓ ପ୍ଲେନ୍ ସାର୍ଟ ପିନ୍ଧି ବିନା ମେକଅପରେ ଗୀତଟିକୁ ସୁଟ୍ କରିଛନ୍ତି ସୂର୍ଯ୍ୟମୟୀ। ତେବେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ଏହି ଗୀତଟିର ସୁଟିଂ ଲୋକେସନ୍। ପାହାଡ଼ ପର୍ବତ ଘେରା ଅଞ୍ଚଳ କୋରାପୁଟରେ ସୂର୍ଯ୍ୟମୟୀ ବୁଲେଟ୍ (Royal Enfield Motorcycle) ଚଳାଉଥିବା ଦେଖିବାକୁ ମିଳିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଥମେ ଟିକେ ଭୟ ଲାଗିଥିଲେ ମଧ୍ୟ ସାହସିକତାର ସହ ବୁଲେଟ ଚଳାଇ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ଗୀତ ମାଧ୍ୟମରେ ଦେଇଛନ୍ତି ସୂର୍ଯ୍ୟମୟୀ।


Also Read:Rakhi Sawantଙ୍କୁ କାମୁଡିଲା କେଉଁ ପୋକ? ରାତାରାତି ପାଲଟିଗଲେ Spider Woman


ମହିଳା ସଶକ୍ତିକରଣ, ପରିବେଶ ସମସ୍ୟା, ଘରୋଇ ହିଂସାକୁ କିପରି ମହିଳା ସାମ୍ନା କରନ୍ତି ତାହାର କିଛି ଝଲକ ଏହି ଗୀତରେ ଦର୍ଶକେ ଦେଖିବାକୁ ପାଇଛନ୍ତି ଏବଂ ଏକ ନିଆରା ଗୀତରେ ଅଭିନୟ କରିଥିବାରୁ ସୂର୍ଯ୍ୟମୟୀ (Suryamayee) ଖୁବ୍ ଖୁସି ଥିବା ପ୍ରକାଶ କରିବା ସହ ସେ ଏହା ମଧ୍ୟ କହିଛନ୍ତି ବୁଲେଟ୍ ଚଳାଇବା ତାଙ୍କ ପାଇଁ ଥିଲା ଏକ ଚ୍ୟାଲେଞ୍ଜର ବିଷୟ। 


Also Read: ଚୋରି ଅଭିଯୋଗରେ ଫସିଛନ୍ତି ଏହି ଭାରତୀୟ କ୍ରିକେଟର, ହୋଇପାରେ ଜେଲ୍!


ଗୀତ 'ନୂଆ ଠିକଣା କୁ' ସୁସ୍ମିତା ଦାସ ଗାଇଥିବା ବେଳେ ନିର୍ଦ୍ଦେଶନାର ଭାର ସମ୍ଭାଳିଥିଲେ ଦେବ ମେହେର। ଅରୋମୀରା ଏଣ୍ଟରଟେନମେଣ୍ଟ୍ (Auromira Entertainment) ପ୍ରସ୍ତୁତ କରିଥିବା ଏହି ମିଠା ଗୀତଟିକୁ ଲେଖିଛନ୍ତି ମୋହିତ ଚକ୍ରବର୍ତ୍ତୀ। ତେବେ ଏହି ଗୀତଟି ରିଲିଜ୍ ହେବାର ମାତ୍ର ୫ ଦିନ ମଧ୍ୟରେ କେବଳ ୟୁଟ୍ୟୁବ (YouTube) ରେ ୫ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି। ଯାହା ପ୍ରମାଣିତ କରିଛି ଗୀତଟି ବେଶ୍ ସଫଳ ହୋଇଛି। ଖୁବ୍ କମ ଦିନରେ ଗୀତଟି ମିଲିୟନ୍ ଭ୍ୟୁଜ୍ ଯିବ ବୋଲି ଟିମ୍ ଆଶା ରଖିଛି।