ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କ ପରିବାର। ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି। FIR ପରେ ବାନ୍ଦ୍ରା ପୋଲିସ ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ଗିରଫ କରିଛି ଏବଂ କୋର୍ଟ ତାଙ୍କୁ ତିନି ଦିନିଆ ରିମାଣ୍ଡରେ ପଠାଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତବର୍ଷ ସେପ୍ଟେମ୍ବରରେ ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେ (Poonam Pandey) , ଗୋଆରେ ତାଙ୍କ ସ୍ୱାମୀଙ୍କ ବିରୋଧରେ FIR ଦାଖଲ କରିଥିଲେ। ଏହି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଥିଲା। ବିବାହ ପୂର୍ବରୁ ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ସେମାନେ ଏକ ଲାଇଭ୍-ଇନ୍ ରିଲେସନସିପରେ ଥିଲେ। ଗତବର୍ଷ ସେପ୍ଟେମ୍ବର ୧୦ରେ ଅଭିନେତ୍ରୀ ପୁନମ ପାଣ୍ଡେ ପ୍ରେମିକ ସାମ ବମ୍ବେଙ୍କୁ ବିବାହ କରିଥିଲେ। ବିବାହର ୧୨ ଦିନ ପରେ ହିଁ ସେମାନଙ୍କ ବିବାଦ ଖବର ଆସିଥିଲା।


Also Read: ଅଭିନୟ ନୁହଁ ଫ୍ୟାଶନ୍ ପାଇଁ ଚର୍ଚ୍ଚାରେ ଏହି ବଲିଉଡ୍ ଅଭିନେତା


ପୁନମ ପ୍ରଥମେ ତାଙ୍କ ସ୍ୱାମୀ (Sam Bombay) ଙ୍କ ବିରୋଧରେ ଯୌନ ନିର୍ଯାତନା, ଧମକ ଓ ଆକ୍ରମଣ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ପରେ ସାମଙ୍କୁ ଗୋଆ ପୋଲିସ (Goa Police) ଗିରଫ କରିଥିଲା ​​କିନ୍ତୁ ପରେ ଜାମିନରେ ଛାଡି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ପୁନମ୍ ପାଣ୍ଡେଙ୍କ FIRରେ ସାମ ବମ୍ବେଙ୍କୁ ପୁଣି ଥରେ ଗିରଫ କରାଯାଇଛି। କିନ୍ତୁ ଏଥର ମୁମ୍ବାଇ ପୋଲିସ (Mumbai Police) ଗିରଫ କରିଛି।


ସୂଚନାଯୋଗ୍ୟ, ସାମ୍ ବମ୍ବେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ର ଦୁବାଇରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ବିଜ୍ଞାପନ ନିର୍ମାତା। ୩୬ ବର୍ଷୀୟ ସାମ, ବଲିଉଡ ଅଭିନେତା ଅକ୍ଷୟ କୁମାର, ରଣବୀର କପୁର, ଦୀପିକା ପାଦୁକୋନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ତମନ୍ନା ଭାଟିଆ, ଆଲୁ ଅର୍ଜୁନ ଏବଂ ଅନ୍ୟ ଜଣାଶୁଣା ସେଲିବ୍ରିଟିଙ୍କ ସହ ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି।