ପୁରୀ: କାଳିଆର ଭକ୍ତଙ୍କ ଭାବାବେଗ ସହ ଖେଳ ଚାଲିଛି। ରଥ ନିର୍ମାଣ ପାଇଁ ଆସୁଥିବା କାଠରେ କଂସେଇଖାନାକୁ ଯାଉଛି। ଯେଉଁ କାଠକୁ ମନ୍ତ୍ରପାଠ, ପୂଜାର୍ଚ୍ଚନା କରାଯିବା ପରେ ରଥ ନିର୍ମାଣ ଆରମ୍ଭ ହୋଇଥାଏ, ସେହି କାଠରେ ମାଂସ କଟାଯାଉଛି। ପୁରୀର ଦୁଇଟି ଫଟୋ ଭାଇରାଲ ହେବାପରେ କିଛି ଜଗନ୍ନାଥ ପ୍ରେମୀ ଏଭଳି ଅଭିଯୋଗ ଆଣିଛନ୍ତି। ତେବେ ଏହି ଘଟଣା ପଛରେ କିଛି ଷଡଯନ୍ତ୍ର ଚାଲିଛି କି ବୋଲି ସେମାନ ପ୍ରଶ୍ନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ବଡଦେଉଳ ଠାରୁ ଆରମ୍ଭ କରି ଗାଁ ମନ୍ଦିର ସବୁଠି ଜୋରସୋରରେ ପ୍ରସ୍ତୁତି ଚାଲିଛି। ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଏହି ସମୟରେ ସୋସିଆଲ ମିଡିଆରେ ପୁରୀର ଦୁଇଟି ଫଟୋ ଖୁବ ଭାଇରାଲ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। କିଛି ଲୋକ ପବିତ୍ର ରଥ କାଠର ଅପବ୍ୟବହାର ସହ ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହ ଖେଳୁଥିବା କୁହାଯାଉଛି। ଯାହା ଭକ୍ତଙ୍କ ମନରେ କ୍ଷୋଭ ଭାବନା ସୃଷ୍ଟି କରିଛି।  


Also Read: ରାଜ୍ୟବାସୀଙ୍କ ହୃଦୟ ଜିତିଲେ 5T ସଚିବ, ବିଦେଶରୁ ସ୍ୱାସ୍ଥ୍ୟ ବିଭାଗକୁ ଦେଲେ ଏମିତି ନିର୍ଦ୍ଦେଶ


ଗଞ୍ଜାମ, ବୌଦ୍ଧ, ସମ୍ବଲପୁର ଓ ନୟାଗଡ଼ ପରି ଜିଲ୍ଲାରୁ ରଥ ନିର୍ମାଣ ପାଇଁ ଟନ ଟନ କାଠ ଆସେ। ଗଛ କାଟିବା ଠାରୁ ଆରମ୍ଭ କରି ରାଥ ନିର୍ମାଣ ପୂର୍ବରୁ ଏକାଧିକ ଥର କାଠକୁ ପୂଜାର୍ଚ୍ଚନା କରାଯାଏ। ଏହି କାଠ ଲକ୍ଷଲକ୍ଷ ଜଗନ୍ନାଥ ଭକ୍ତଙ୍କ ଭାବାବେଗ ଜଡ଼ିତ ରହିଛି। ତେବେ ଏହି ପବିତ୍ର ରଥକାଠର ଅପବ୍ୟବହାର ହେଉଥିବା ଦେଖାଯାଉଛି। ଭାଇରାଲ ଗୋଟିଏ ଫଟୋରେ ୨ ଜଣ ବ୍ୟକ୍ତି ନିଜ ବାଇକ୍‌ରେ ରଥଖଳାରୁ କାଠ ବୋହି ନେଉଛନ୍ତି। ଅନ୍ୟ ଫଟୋରେ ସେହି କାଠ ସେମାନେ ନିଜ ମାଂସ ଦୋକାନରେ ରଖା ହୋଇଥିବା ମଧ୍ୟଦେଖିବା ମିଳୁଛି।



ସୂତ୍ରାନୁସାରେ, ଏହା ପ୍ରଥମ ଥର ନୁହଁ, ପ୍ରତିବର୍ଷ ରଥନିର୍ମାଣରୁ ବାହାରିଥିବା କାଠକୁ ବାହାର ଲୋକ ନେଇ ଯାଆନ୍ତି। କିନ୍ତୁ ରଥରେ ବ୍ୟବହାର ପାଇଁ ଅଯୋଗ୍ୟ ବଡ ବଡ ଖଣ୍ଡକୁ ରଥ ନିର୍ମାଣରେ ସଂପୃକ୍ତ ସେବାୟତ ବିକ୍ରି କରଥାନ୍ତି। କିଛି ଲୋକ ସେହି କାଠକୁ ନେଇ ମାସଂ ଦୋକାନରେ ବ୍ୟବହାର କରୁଛନ୍ତି। ତେବେ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ରଥକାଠର ଅପବ୍ୟବହାର ବନ୍ଦ କରାଯିବା ଉଚିତ ବୋଲି ଭକ୍ତଗଣ କ୍ଷୋଭର ସହ କହିଛନ୍ତି।


Also Read: ପୁଣି ଟେନସନ୍ ବଢ଼ାଇଲା କୋରୋନା, ଦେଶରେ ଦିନକରେ ସଂକ୍ରମିତ ମାମଲାରେ ବଡ଼ ଧରଣର ବୃଦ୍ଧି


ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।  ୨ ବର୍ଷ ପରେ ଏଥର ବଡ଼ ଦାଣ୍ଡରେ ପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିନିମନ୍ତେ ଦେଶ ତଥା ବିଦେଶରୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଲାଣି। ତିନି ରଥର ସୁରକ୍ଷା ପାଇଁ ତିନିଟି ଫାୟାର ଫାଇଟିଂ ଟିମ୍ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଇଛି। ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ତିନିଟି ସ୍ୱତନ୍ତ୍ର ଟିମ୍ କରାଯାଇଛି । ଏଥିସହ ୯୦ ଜଣ ଲାଇଫ୍ ଗାର୍ଡ ଓ ୩୦୦ ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ।