ମୁମ୍ୱାଇ: ଶେଷରେ ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ସଂପନ୍ନ ହୋଇଛି। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ପରସ୍ପରର ହାତ ଧରିଛନ୍ତି ରଣବୀର-ଆଲିୟା। ଉଭୟ ନିଜନିଜ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଗହଣରେ ବିବାହ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏହି ବିବାହ ଉତ୍ସବରେ ନୀତୁ କପୁର, ରିଦ୍ଧିମା କପୁର ସାହନି, କରୀନା କପୁର ଖାନ, କରିସ୍ମା କପୁର, ମହେଶ ଭଟ୍ଟ, ସୋନି ରାଜଦାନ, ଶାହିନ୍ ଭଟ୍ଟ, ଲଭ ରଞ୍ଜନ, କରଣ ଜୋହର, ଏବଂ ଆୟାନ ମୁଖାର୍ଜୀଙ୍କ ସମେତ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ । ବିବାହ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରଣବୀର-ଆଲିୟା ଲୋକଙ୍କ ସାମ୍ନାକୁ ଆସିନାହାନ୍ତି।  


ରିପୋର୍ଟ ଅନୁସାରେ ରଣବୀର-ଆଲିୟା ସନ୍ଧ୍ୟା କିମ୍ୱା ରାତି ସୁଦ୍ଧା ବିବାହର ଫଟୋ ଆସିପାରେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ନବ ବିବାହିତ ଦମ୍ପତି ଏପ୍ରିଲ ୧୭ରେ ମୁମ୍ୱାଇର ବିଳାସପୂର୍ଣ୍ଣ ତାଜ ମହଲ ପ୍ୟାଲେସରେ ନିଜ ବିବାହ ଭୋଜି ଦେଉଛନ୍ତି।


ଗତ ବୁଧବାର ଦିନ ପ୍ରି-ୱେଡିଂ କାର୍ଯ୍ୟକ୍ରମ ଭାବରେ ମେହେନ୍ଦି ସେରିମନି ଓ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା। ରଣବୀର ଏବଂ ଆଲିୟା ସେମାନଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ସୁଟିଂ ସେଟରେ ପରସ୍ପରର ପ୍ରେମରେ ପଡ଼ିଥିବା କୁହାଯାଏ। ଏହା ପରେ  
୨୦୧୮ରେ ସୋନମ କପୁରଙ୍କ ବିବାହ ରିସେପ୍ସନରେ ଦୁହେଁ କପଲ ଭାବରେ ପ୍ରଥମେ କ୍ୟାମେରା ଆଗକୁ ଆସିଥିଲେ।