ନୂଆଦିଲ୍ଲୀ: Team India Squad: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜ୍ (West Indies ODI Series) ପାଇଁ ବିସିସିଆଇ (BCCI) ଭାରତୀୟ ଦଳ (Indian Team) ଘୋଷଣା କରିଛି । ୧୮ ସଦସ୍ୟ ବିଶିଷ୍ଟ ଦଳରେ ୮ ବ୍ୟାଟ୍ସମ୍ୟାନ୍, ୪ ସ୍ପିନର, ୫ ଦ୍ରୁତ ବୋଲର ଏବଂ ଜଣେ ୱିକେଟ୍ କିପର ସ୍ଥାନ ପାଇଛନ୍ତି । ରୋହିତ ଶର୍ମା (Rohit Sharma) ଦଳର ନେତୃତ୍ୱ  କରୁଥିବାବେଳେ କେଏଲ ରାହୁଲ (KL Rahul) ଉପ ଅଧିନାୟକ ଅଛନ୍ତି । ଏହି ଦଳରେ ୫ ଖେଳାଳିଙ୍କୁ ସ୍ଥାନ ମିଳି ନାହିଁ ଯେଉଁମାନେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଦିବସୀୟ ସିରିଜର ଅଂଶ ଥିଲେ ।


COMMERCIAL BREAK
SCROLL TO CONTINUE READING

ଅଲରାଉଣ୍ଡର ଭେଙ୍କଟେଶ ଆୟର (Venkatesh Iyer), ଜୟନ୍ତ ଯାଦବ (Jayant Yadav), ଆର ଅଶ୍ୱିନ (R Ashwin), ଦ୍ରୁତ ବୋଲର ଭୁବନେଶ୍ୱର କୁମାର (Bhuvneshwar Kumar) ଏବଂ ଇଶାନ କିଶନ (Ishan Kishan) ଙ୍କୁ ଦଳରୁ ବିଦା କରାଯାଇଛି । ଭାରତୀୟ ଦଳ (Team India) କୁ ଏକ ଦିବସୀୟ ସିରିଜରେ ୦-୩ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା, ଏହା ପରେ କିଛି ଖେଳାଳିଙ୍କ ପତା କଟିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । 


ଦଳରୁ ଭୁବନେଶ୍ୱର ଓ ଅଶ୍ୱିନଙ୍କୁ ବାଦ ଦେବା ନିଶ୍ଚିତ ବୋଲି ମନେ କରାଯାଉଥିଲା, କିନ୍ତୁ ଭେଙ୍କଟେଶ ଆୟର ଓ ଇଶାନ କିଶନଙ୍କ ବିଦା କରିବା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି । ODI ସିରିଜରେ ଇଶାନଙ୍କୁ ସୁଯୋଗ ମିଳିନଥିଲା । ଏଥି ସହିତ ଭେଙ୍କଟେଶଙ୍କୁ ଅଲରାଉଣ୍ଡର ଭାବରେ ଦଳରେ ସାମିଲ କରାଯାଇଥିଲା, କିନ୍ତୁ ତାଙ୍କୁ ବୋଲିଂ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିନଥିଲା । ଯଦିଓ ସେ ଦୁଇଟି ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ବାହାରିଥିଲେ, କିନ୍ତୁ ଏହାର ପ୍ରଭାବ ପକାଇ ପାରିନଥିଲେ ।


ଭେଙ୍କଟେଶ ଆୟର ପ୍ରଥମ ODIରେ ବୋଲିଂ କରିନଥିଲେ । ବ୍ୟାଟିଂ ବିଷୟରେ କହିବାକୁ ଗଲେ ସେ ୭ଟି ବଲରେ ୨ ରନ୍ ସଂଗ୍ରହ କରିଥିଲେ । ଦ୍ୱିତୀୟ ODI ରେ ସେ ୩୩ଟି ବଲରେ ୨୨ ରନ୍ ସଂଗ୍ରହ କରିଥିଲେ । ଏଥିସହିତ ସେ କୌଣସି ୱିକେଟ୍ ନ ନେଇ ୫ ଓଭରରେ ୨୮ ରନ୍ ଦେଇଥିଲେ । ଏଥି ସହିତ ତୃତୀୟ ODI ରେ ତାଙ୍କୁ ଅନ୍ତିମ ଏକାଦଶରେ ସାମିଲ କରାଯାଇ ନଥିଲା ।


ଏହି ସିରିଜରେ ଟିମ୍ ଇଣ୍ଡିଆର ସବୁଠାରୁ ଅଭିଜ୍ଞ ବୋଲର ଆର ଅଶ୍ୱିନ୍ ମଧ୍ୟ ପ୍ରଭାବହୀନ ଥିଲେ । ପ୍ରଥମ ମ୍ୟାଚରେ ସେ ୧୦ ଓଭରରେ ୫୩ ରନ୍ ଦେଇ ୧ ୱିକେଟ୍ ନେଇଥିଲେ, ଦ୍ୱିତୀୟ ODI ରେ ସେ ୧୦ ଓଭର ବୋଲିଂ କରି ୬୮ ରନ୍ ଦେଇଥିଲେ । ସେ ଏହି ମ୍ୟାଚରେ ଗୋଟିଏ ୱିକେଟ୍ ନେଇପାରିନଥିଲେ । ତୃତୀୟ ODI ରେ ଜୟନ୍ତ ଯାଦବ ଅଶ୍ୱିନଙ୍କ ସ୍ଥାନରେ ସୁଯୋଗ ପାଇଥିଲେ । ଜୟନ୍ତ ୧୦ ଓଭରରେ ୫୩ ରନ୍ ଦେଇଥିଲେ ଓ ଗୋଟିଏ ୱିକେଟ୍ ମଧ୍ୟ ପାଇନଥିଲେ । ସେ ବ୍ୟାଟ୍ସମ୍ୟାନଙ୍କ ଭାବେ ବିଫଳ ହୋଇ ୨ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ ।


ଏହା ବି ପଢ଼ନ୍ତୁ:-ସର୍ଭେ: ଉତ୍ତରାଖଣ୍ଡରେ ବିଜେପିକୁ ଲାଗିବ ଝଟକା! ଜାଣନ୍ତୁ କେଉଁ ଦଳ ଗଢ଼ିବାକୁ ଯାଉଛି ସରକାର


ଏହା ବି ପଢ଼ନ୍ତୁ:-ଭାଙ୍ଗି ଯିବ କି ସୋରେନ ସରକାର? ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପିକୁ ଆବଶ୍ୟକ କେବଳ ଏତିକି ବିଧାୟକ


ଏହା ବି ପଢ଼ନ୍ତୁ:-ପୁରୁଷମାନେ କିସମିସ୍ ସହିତ ଏହି ଜିନିଷଟି କରନ୍ତୁ ସେବନ, ମିଳିଥାଏ ଏହି ୫ଟି ଜବରଦସ୍ତ ଲାଭ


ଅଶ୍ୱିନଙ୍କ ଏହି ପ୍ରଦର୍ଶନ ଟିମ୍ ଇଣ୍ଡିଆ ଉପରେ ପ୍ରଭାବ ପକାଇଥିଲା । ପାର୍ଲର ପିଚର ଉପରେ ଯେଉଁଠାରେ ଦକ୍ଷିଣ ଆଫ୍ରିକାର ସ୍ପିନରମାନେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନମାନଙ୍କୁ ବାନ୍ଧି ରଖିଥିଲେ ଓ ମିଡିଲ୍ ଓଭରରେ ୱିକେଟ୍ ମଧ୍ୟ ନେଉଥିଲେ, ଅନ୍ୟପଟେ ଅଶ୍ୱିନ୍ ନା ରନକୁ ବନ୍ଦ କରିଥିଲେ ନା ୱିକେଟ୍ ନେବାରେ ସକ୍ଷମ ହୋଇପାରିଥିଲେ ।


ସେହିପରି ଭୁବନେଶ୍ୱର ଏହି ଟୁର୍ ୨ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ, ଯେଉଁଥିରେ ସେ ଫ୍ଲପ୍ ଥିଲେ । ପ୍ରଥମ ଦୁଇଟି ODI ରେ ଖରାପ ପ୍ରଦର୍ଶନ ପରେ ତାଙ୍କୁ ତୃତୀୟ ମ୍ୟାଚରେ ବାହାର ରଖାଯାଇଥିଲା । ଭୁବନେଶ୍ୱର ଏକଦା ଟିମ୍ ଇଣ୍ଡିଆର ମୁଖ୍ୟ ବୋଲର ଥିଲେ । ପ୍ରାରମ୍ଭିକ ସଫଳତା ପାଇଁ ଦଳ ତାଙ୍କ ଉପରେ ନିର୍ଭର କରୁଥିଲା, କିନ୍ତୁ ଗତ କିଛି ମ୍ୟାଚରୁ ତାଙ୍କ ବୋଲରୁ ସେହି ଧାର ଆଉ ଦେଖିବାକୁ ମିଳୁ ନାହିଁ ।


ଭୂବନେଶ୍ୱର ସିରିଜର ପ୍ରଥମ ମ୍ୟାଚରେ ୧୦ ଓଭରରେ ୬୪ ରନ୍ ଦେଇଥିଲେ । ତାଙ୍କ ଖାତାରେ ଗୋଟିଏ ବି ୱିକେଟ୍ ଆସି ନଥିଲା । ଏଥିସହ ଦ୍ୱିତୀୟ ଦିନିକିଆରେ ସେ ୮ ଓଭର ବୋଲିଂ କରି ୬୭ ରନ ଦେଇଥିଲେ । ଭୁବନେଶ୍ୱରକୁ ସମଗ୍ର ସିରିଜରେ ୱିକେଟ୍ ମିଳି ନଥିଲା ।


ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଦଳ କିଛି ଏପରି ରହିଛି, ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଋତୁରାଜ ଗାଇକୱାଡ, ଶିଖର ଧୱନ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ୍ ଆୟର, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟକିପର), ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ , ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୁ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଆବେଶ ଖାନ ।