ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) କ୍ରିକେଟର ସମସ୍ତ ତିନୋଟି ଫର୍ମାଟର ଅଧିନାୟକତ୍ୱରୁ ହଟିବା ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏବଂ ତାଙ୍କ ମଧ୍ୟରେ ସମ୍ୱନ୍ଧକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ସମୟରେ ବିରାଟ କୋହଲିଙ୍କୁ ନେଇ ପାକିସ୍ତାନର ପୂର୍ବତନ ଖେଳାଳି ଶୋଏବ ଅଖତର (Shoaib Akhtar) କହିଛନ୍ତି ଯେ, କୋହଲିଙ୍କ ଉପରେ ନିଶ୍ଚିତ ଭାବରେ ପ୍ରଦର୍ଶନର ଚାପ ରହିଛି ।


COMMERCIAL BREAK
SCROLL TO CONTINUE READING

ବିରାଟ କୋହଲି (Virat Kohli) ଓ ଚୟନ କମିଟିର ନିଷ୍ପତ୍ତିକୁ ନେଇ ନିଜ ପ୍ରତିକ୍ରିୟା ଦେଇ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର (Shoaib Akhtar) କହିଛନ୍ତି ଯେ, "ମୁଁ ଚାହୁଁଥିଲି ଯେତେବେଳେ ସେ ୧୨୦ ଶତକ ହାସଲ କରିବେ, ସେତେବେଳେ ସେ ବିବାହ କରନ୍ତୁ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସେ ଭାରତରେ ଥା'ନ୍ତେ ଏବଂ ତାଙ୍କ ପ୍ରସିଦ୍ଧି ବିରାଟ କୋହଲିଙ୍କ ଭଳି ହୋଇଥାନ୍ତା, ତେବେ ସେ କେବେବି ବିବାହ କରିନଥାନ୍ତେ ।"



ସେ କହିଛନ୍ତି ଯେ, ମୁଁ ମୋର ଦାୟିତ୍ୱକୁ କଦାପି ବଢ଼ାଇ ନଥାନ୍ତି । ତେବେ ବିବାହ କରିବା ବିରାଟଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ ଆହୁରି ମଧ୍ୟ କହିଛନ୍ତି । ଏଠାରେ କହି ରଖୁଛୁ ଯେ, ନିକଟରେ ବିରାଟ କୋହଲି (Virat Kohli) ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଥିଲେ । ବିରାଟ କୋହଲିଙ୍କ ଘୋଷଣାର ପ୍ରାୟ ଏକ ମାସ ପୂର୍ବରୁ ଭାରତୀୟ କ୍ରିକେଟ୍ ବୋର୍ଡ ବିରାଟ କୋହଲିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଦିବସୀୟ ସିରିଜ୍ ପୂର୍ବରୁ ODI ଅଧିନାୟକତ୍ୱରୁ ହଟାଇ ଦେଇଥିଲା ।


ଏହା ବି ପଢ଼ନ୍ତୁ:-କେଏଲ୍ ରାହୁଲଙ୍କ ଅଧିନାୟକତ୍ୱ ସହିତ ଏହି ଖେଳାଳିଙ୍କ କ୍ୟାରିୟରର ମଧ୍ୟ ହେବ ଅନ୍ତ, ରୋହିତଙ୍କୁ ମଧ୍ୟ ଜମା ପସନ୍ଦ ନୁହଁନ୍ତି!


ଏହା ବି ପଢ଼ନ୍ତୁ:-'ବାପ୍ ନମ୍ବରୀ, ବେଟା ୧୦ ନମ୍ବରୀ', ଜାଣନ୍ତୁ ଅଖିଳେଶ ଓ ମୁଲାୟମଙ୍କୁ ନେଇ ଏପରି କାହିଁକି କହିଲେ SPର ସହଯୋଗୀ ଓପି ରାଜଭର


ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!


ସୂଚନାଯୋଗ୍ୟ, ଏହାପୂର୍ବରୁ ଟି-20 ବିଶ୍ୱକପ ପରେ ସେ ଟି-20 ଫର୍ମାଟର ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ ତାଙ୍କ ଓ ବୋର୍ଡ ମଧ୍ୟରେ ବିବାଦ ଓ ସବୁ ଠିକ୍ ଚାଲୁ ନଥିବାର ଖବର ଆସୁଥିଲା ।