Budh Uday: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧ ସୂର୍ଯ୍ୟଙ୍କ ଅତ୍ୟନ୍ତ ନିକଟତର ଗ୍ରହ ବୋଲି ବିବେଚନା କରାଯାଇଛି । ଫେବୃଆରୀ ୮ ତାରିଖରେ ଅସ୍ତଗାମୀ ହୋଇଥିବା ବୁଧ ପୁଣିଥରେ ଆଜି ତଥା ମାର୍ଚ୍ଚ ୧୫ରେ ଉଦୟ ହୋଇଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଗ୍ରହ ଘୂର୍ଣ୍ଣନ କରିବା ସମୟରେ ସୂର୍ଯ୍ୟଙ୍କ ନିକଟତର ହୁଏ, ସେତେବେଳେ ଏହା ପ୍ରଭାବହୀନ ହୋଇଯାଏ । ଯେତେବେଳେ କୌଣସି ଗ୍ରହ ସୂର୍ଯ୍ୟଙ୍କଠାରୁ ଦୂରକୁ ଚାଲିଯାଏ ସେତେବେଳେ ଏହି ପରିସ୍ଥିତିକୁ ଗ୍ରହର ଉତ୍ଥାନ ବୋଲି କୁହାଯାଏ । ବୁଧ କୁମ୍ଭ ରାଶିରେ ଚଳନ କରିଛନ୍ତି । ଆଜି ମାର୍ଚ୍ଚ ୧୫, ୨୦୨୪ ରେ, ମଧ୍ୟରାତ୍ରୀ ସମୟ ୧ଟା ୭ ମିନିଟରେ ବୁଧ ଗ୍ରହଙ୍କ ପ୍ରଭାବ ବୃଦ୍ଧି ପାଇବା କାରଣରୁ କେଉଁ ତିନୋଟି ରାଶିର ବ୍ୟକ୍ତିବିଶେଷ ଅଧିକ କ୍ଷତିଗ୍ରସ୍ତ ହେବେ ।


COMMERCIAL BREAK
SCROLL TO CONTINUE READING

ମେଷ ରାଶି
ବୁଧଙ୍କ ପ୍ରଭାବ ମେଷ ରାଶିର ଲୋକଙ୍କ ଉପରେ ପଡିବ । ଯାହା ଫଳରେ ଅନେକ ସମସ୍ୟା ସୃଷ୍ଟି ହେବାକୁ ଯାଉଛି । ଅଯୋଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । କୌଣସି ରୋଗର ଚିକିତ୍ସା ପାଇଁ ଆପଣ ଅଧିକ ଟଙ୍କା ଖର୍ଚ୍ଚ କରିପାରନ୍ତି । ଏଥିସହ ମାନସିକ ଚାପ ରହିବ । ଶତ୍ରୁମାନେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବେ । ଚାକିରି ବଦଳାଇବା ପାଇଁ ଏହା ଆଦୌ ଉପଯୁକ୍ତ ସମୟ ନୁହେଁ ।


ସିଂହ ରାଶି
ଆପଣଙ୍କୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସତର୍କ ରହିବାକୁ ପଡିବ । ସ୍ୱାସ୍ଥ୍ୟ ସମସ୍ୟାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ସଠିକ୍ ସ୍ଥାନରେ ଟଙ୍କା ବିନିଯୋଗ ନକଲେ କ୍ଷତି ସହିପାରନ୍ତି । ସେୟାର ବଜାରରେ ଟଙ୍କା ବିନିଯୋଗ କରିବାଠାରୁ ଦୂରେଇ ରୁହନ୍ତୁ । କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି ହୋଇପାରେ ।


ତୁଳା ରାଶି
ବୁଧଙ୍କ ପ୍ରଭାବ ତୁଳା ରାଶିର ଲୋକଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଶତ୍ରୁମାନେ ଆପଣଙ୍କ ପାଇଁ ସମସ୍ୟାର କାରଣ ପାଲଟିବେ । ଖର୍ଚ୍ଚ ବୃଦ୍ଧି କାରଣରୁ ନାନା ସମସ୍ୟା ଦେଖାଦେବ । ସଫଳତା ପାଇଁ ନିଜ କାମ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ । ଏହି ସମୟରେ କୌଣସି ବ୍ୟକ୍ତିଙ୍କୁ ଋଣ ଦିଅନ୍ତୁ ନାହିଁ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)