Grah Gochar June 2024: ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସମସ୍ତ ଗ୍ରହ ସୌରମଣ୍ଡଳରେ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାର ଉଭୟ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ଜୀବଜଗତ ଉପରେ ପଡିଥାଏ । ବର୍ତ୍ତମାନ ଜୁନ୍ ମାସ ଚାଲିଛି ଏବଂ ପ୍ରଥମ ସପ୍ତାହରେ ଗ୍ରହମାନଙ୍କ ସେନାପତି ମଙ୍ଗଳ ମେଷ ରାଶିକୁ ଚଳନ କରିଛନ୍ତି । ଜ୍ୟୋତିଷଙ୍କ କହିବାନୁଯାୟୀ, ଏ ମାସରେ ଗୋଟିଏ କି ଦୁଇଟି ନୁହେଁ ବରଂ ୩ଟି ପ୍ରମୁଖ ଗ୍ରହ ରାଶି ପରିବର୍ତ୍ତନ କରିବେ । ଗ୍ରହ ଚଳନ ଦୃଷ୍ଟିକୋଣରୁ ଜୁନ୍ ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ତେଣୁ ଆଜି ଆପଣଙ୍କୁ କହିବୁ ଜ୍ୟୋତିଷ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ ଗ୍ରହ ଚଳନରୁ କେଉଁ ରାଶିକୁ ଲାଭ ମିଳିବ ।


COMMERCIAL BREAK
SCROLL TO CONTINUE READING

ମଙ୍ଗଳ ଚଳନ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳଙ୍କୁ ଗ୍ରହମାନଙ୍କ ସେନାପତି କୁହାଯାଇଥାଏ । ଜୁନ୍ ୧ ରେ ଦିନ ୩ଟା୩୫ରେ ମଙ୍ଗଳ ମେଷ ରାଶିରେ ପ୍ରବେଶ କରିଛନ୍ତି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ମଙ୍ଗଳ ୧୨ ଜୁଲାଇ ପର୍ଯ୍ୟନ୍ତ ମେଷ ରାଶିରେ ରହିବେ ।


ସୂର୍ଯ୍ୟ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ଜୁନ ୧୫ ରେ ରାତି ୧୨ଟା ୩୭ରେ ମିଥୁନ ରାଶିରେ ଚଳନ କରିବେ । ସେଠାରେ ୧୬ ଜୁଲାଇ ପର୍ଯ୍ୟନ୍ତ ରହିବେ । ଜୁନ୍ ୨୧ ରେ ସୂର୍ଯ୍ୟଦେବ ଆଦ୍ରା ନକ୍ଷତ୍ରରେ ପ୍ରବେଶ କରିବେ ।


ଶୁକ୍ର ଚଳନ
ଧନ, ସୁଖ ସହ ଜଡିତ ଥିବା ଗ୍ରହ ଶୁକ୍ର, ଜୁନ୍ ୧୨ ତାରିଖ ଦିନ ସନ୍ଧ୍ୟା ୬ଟା୨୯ ରେ ମିଥୁନ ରାଶିରେ ଚଳନ କରିବେ । ୧୮ ଜୁନ୍ ରେ ଆଦ୍ରା ନକ୍ଷତ୍ରରେ ପ୍ରବେଶ କରିବେ ।


ବୁଧ ଚଳନ
ଗ୍ରହ ରାଜକୁମାର ବୁଧ ଜୁନ୍ ୧୪ ରେ ମିଥୁନ ରାଶିରେ ଚଳନ କରିବେ । ତା’ପରେ ଜୁନ୍ ୨୯ ରେ କର୍କଟ ରାଶିରେ ପ୍ରବେଶ କରିବେ । ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କ ଚଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ |


ଏହି ରାଶି ହେବେ ଉପକୃତ


ମେଷ ରାଶି
ଜୁନ୍ ମାସ ଆପଣଙ୍କ ପାଇଁ ଅନୁକୂଳ ପ୍ରମାଣିତ ହେବ । ମଙ୍ଗଳ, ସୂର୍ଯ୍ୟ, ଶୁକ୍ର ଏବଂ ବୁଧ ଗ୍ରହଙ୍କ ରାଶି ପରିବର୍ତ୍ତନ କାରଣରୁ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ।


ବୃଷ ରାଶି
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜୁନ୍ ମାସ ଆପଣଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବ। ଏହି ସମୟ ମଧ୍ୟରେ ଆତ୍ମବିଶ୍ୱାସ ବଢିବ । ମାନ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ଦିଗ ସୁଦୃଢ ହେବ । ଆର୍ଥିକ ଲାଭ ହେବ |


ମିଥୁନ ରାଶି
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆପଣ ଜୁନ୍ ମାସରେ ଅଧିକ ଲାଭବାନ ହେବେ । ହଠାତ୍ ଆପଣ ଭାଗ୍ୟବାନ ହୋଇପାରନ୍ତି । ପ୍ରାୟ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ।


ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 


(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)


Also Read- Lucky Zodiac Sign: ୩ ଜୁନରେ ରୁଚକ ରାଜଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ