Horoscope of 26th September 2022, ମେଷ: ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ପରିବାରରେ ହସ ଖୁସିର ଲହରୀ ଲାଗି ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ ।


COMMERCIAL BREAK
SCROLL TO CONTINUE READING

ବୃଷ: କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅଶାନ୍ତିର କାରଣ ହେବ । ସନ୍ତାନଙ୍କ ପଢାପଢି ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । କୋର୍ଟ  କଚେରୀ ସମ୍ପର୍କିତ ରାୟ ଆପଣଙ୍କ ବିପକ୍ଷରେ ଯିବ ।


ମିଥୁନ: ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । କୃତକାର୍ଯ୍ୟ ହେବେ । କର୍ମ କ୍ଷେତ୍ର ସହଜ,ସରଳ ଓ ଆନନ୍ଦଦାୟକ ହେବ । ଆୟ ଅବ୍ୟାହତ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।


କର୍କଟ: ମନ ପ୍ରସନ୍ନ ରହିବ । ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ସନ୍ତାନଙ୍କ ପଢାପଢିରେ ଅଧିକ ଖର୍ଚ୍ଚ କରିବେ । ପରିବାରରେ ବୁଝାମଣା ଭଲ ରହିବ ।


Also Read: Mahalaya 2022: ଆଜି ପବିତ୍ର ମହାଳୟା ଅମାବାସ୍ୟା, ବାଇଶି ପାହାଚରେ ଏବେ ବି ଲାଗିଛି କଟକଣା


ସିଂହ: ଆଳସ୍ୟ ପରାୟଣ ହେବେ । କର୍ମ କ୍ଷେତ୍ରରେ କାର୍ଯ୍ୟ ନିର୍ବାହରେ ବିଳମ୍ବ କରିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଦୂରଯାତ୍ରା ଅସଫଳ ହେବ ।  


କନ୍ୟା: ଦିନଟି ରେ ସତର୍କ ରୁହନ୍ତୁ ।କର୍ମ କ୍ଷେତ୍ରରେ କର୍ମ ଚାପ ବୃଦ୍ଧି ପାଇବ । ଅନ୍ୟକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିବେ । ବ୍ୟବସାୟରେ ମଧ୍ୟମ ସଫଳତା ପାଇବେ । ଦୂର ଯାତ୍ରା କରନ୍ତୁ ନାହିଁ ।


ତୁଳା: ଶରୀର ଆରୋଗ୍ୟ ରହିବ । ଯୋଜନା ମୁତାବକ ସମସ୍ତ କାର୍ଯ୍ୟ ନିର୍ବାହ କରିବେ । ବ୍ୟବସାୟର ଅଭିବୃଦ୍ଧି ପାଇଁ  ଚେଷ୍ଟିତ ହେବେ । ଦୂର ସମ୍ପର୍କୀୟଙ୍କ ଠାରୁ ସୁସମ୍ବାଦ ପ୍ରାପ୍ତି ହେବ ।


ବିଛା: ଶାରୀରିକ ସୁସ୍ଥତା ବୋଧ ହେବ । କାର୍ଯ୍ୟାଳୟରେ ଦାୟିତ୍ୱର ସହ ସମସ୍ତ ନ୍ୟସ୍ତ କାର୍ଯ୍ୟ ନିର୍ବାହ କରିବେ । ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ପରିବାରରେ ଗୁରୁଜନଙ୍କ ସ୍ନେହଶ୍ରଦ୍ଧା ତଥା ଆଶୀର୍ବାଦ ପ୍ରାପ୍ତ ହେବ ।


Also Read: Navaratri: ଜାଣନ୍ତୁ ବରୁଣେଇ ଓ କରୁଣେଇ ପୀଠର କଣ ରହିଛି ରହସ୍ୟ?


ଧନୁ: ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।


ମକର: ଉତ୍ତମ ଆୟ  ଯୋଗ ରହୁଛି । ମନ ପ୍ରଫୁଲ୍ଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ସୁସମ୍ବାଦ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖ ବୋଧ ହେବ ।


କୁମ୍ଭ: ଦିନଟିରେ ଆପଣ ସକଳ କାର୍ଯ୍ୟରେ ସଫଳ ହେବେ । ଆମୋଦ ପ୍ରମୋଦରେ ଦିନ କାଟିବେ । ନୂତନ ବସ୍ତ୍ରାଦି କ୍ରୟ କରିବେ । ପାରିବାରିକ ସୁଖଶାନ୍ତି ଲାଭ  କରିବେ ।


ମୀନ: ସୌଭାଗ୍ୟ ବନ୍ତ ହେବେ । ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ ।