Horoscope for 4th June 2022 : ମେଷ: ଦାନ ଧର୍ମ ପ୍ରତି ମନ ବଳିବ । ଦିଅଁ ଦର୍ଶନ ପାଇଁ ଦୂରଯାତ୍ରା କରିବେ । ବ୍ୟୟ ଅଧିକ ହେବ । ସାମାନ୍ୟ ଅସୁସ୍ଥତା ବୋଧ ହେବ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ ।


COMMERCIAL BREAK
SCROLL TO CONTINUE READING

ବୃଷ: ମନ ଭଲ ରହିଲେ ମଧ୍ୟ ଶାରିରୀକ ଅସୁସ୍ଥତା ଦେଖାଦେବ ।  ବ୍ୟସ୍ତତା ମଧ୍ୟେ ଦୀନଚର୍ଯ୍ୟା କରିବେ । କୌଣସି ମୂଲ୍ୟବାନ୍ ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ଯାଇପାରେ । ଦୂରଯାତ୍ରା ନକରିବା ଭଲ ।


ମିଥୁନ: ବିଳମ୍ବ ହେଉ ପଛେ କାର୍ଯ୍ୟ ସିଦ୍ଧି ହେବ । ଏକାନ୍ତରେ ସମୟ ବିତାଇବେ । ସନ୍ତାନଙ୍କ କୃତ୍ୱତିରେ ଆନନ୍ଦ ପାଇବେ । ବ୍ୟବସାୟିକ ଭିତ୍ତିଭୂମି ସୁଦୃଢ ହେବ ।


କର୍କଟ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ପରିବାରରେ ହସଖୁସି ଲାଗି ରହିବ । ପଡୋଶୀଙ୍କ ସହ ଥିବା ମନାନ୍ତର ମତାନ୍ତର ଅନ୍ତଃ ଘଟିବ ।


Also Read: ବାଲେଶ୍ୱର ବସ୍ତା ବ୍ଲକରରେ ବସିଲା ପ୍ରଜା କୋର୍ଟ, ମହିଳା ଆଦିବାସୀ ୱାର୍ଡ ମେମ୍ବରଙ୍କୁ ମିଳିଲା ସଜା


ସିଂହ: ଶରୀର ଅସୁସ୍ଥ ରହିବ । ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭରା ବୃଦ୍ଧି ପାଇବ । ଆୟ ସଂକୁଚିତ ହେବ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ ।


କନ୍ୟା: ଜଗିରଖି ଚଳିବାର ଦିନଟିଏ ଽ ଶାରିରୀକ ସମସ୍ୟା ଦେଖାଦେବ । ଧର୍ମ କାର୍ଯ୍ୟରେ ଦିନ ବିତାଇବେ । ଦିଅଁ ଦର୍ଶନର ସୌଭାଗ୍ୟ ରହିଛି । ଆୟ ଅବ୍ୟାହତ ରହିବ । ନୂତନ ବସ୍ତ୍ରାଦି କ୍ରୟ କରିବେ । ଅପରାହ୍ନରେ ବନ୍ଧୁମିଳନ ଓ ସୁସ୍ୱାଦୁ ଭୋଜନର ଯୋଗ ରହୁଛି ।

ତୁଳା: ମନ ପ୍ରସନ୍ନ ରହିବ । ତୀର୍ଥଯାତ୍ରାର ଯୋଗ ରହିଛି । ବ୍ୟୟ ଅଧିକ ହେବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁ ବାନ୍ଧବଙ୍କ ଗହଣରେ ଦିନ କାଟିବେ ।


ବିଛା: ମନରେ ପ୍ରସନ୍ନତା ଭାବ ରହିବ । ତୀର୍ଥଯାତ୍ରା ପାଇଁ ମନ ବଳିବ । ସୁସମ୍ବାଦ ହସ୍ତଗତ ହେବ । ଆର୍ଥିକ ଅଭିବୃଦ୍ଧି ଘଟିବ । ନୂତନ ବସ୍ତ୍ର କିମ୍ବା ଦ୍ରବ୍ୟ କ୍ରୟ କରିବେ ।


Also Read: ଅସମୟରେ ବାର୍ଦ୍ଧକ୍ୟକୁ ହାତଠାରି ଡାକିଥାଏ ଏସବୁ ଖାଦ୍ୟ, ଦେଖି ନିଅନ୍ତୁ ତାଲିକା


ଧନୁ: ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକୁଳିବେ । ଦୂରଯାତ୍ରା ଲାଭଜନକ ହୋବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ମନୋରଞ୍ଜନ ପାଇଁ ସମୟ ପାଇବେ । କ୍ରୀଡାବିତ୍ ସତର୍କତା ଅବଲମ୍ୱନ କରନ୍ତୁ ।


ମକର: ଶରୀର ଆରୋଗ୍ୟ ରହିବ । ମନ ପ୍ରଫୁଲ୍ଲିତ ରହିବ । ମଉଜ ମଜ୍‌ଲିସରେ ଦିନ କାଟିବେ । ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବେ ।


କୁମ୍ଭ: ବୁଦ୍ଧି ବିଚାରି କାର୍ଯ୍ୟ କରିବେ । ବିବାଦୀୟ ଘଟଣାର ଅବସାନ ଘଟିବ । ନିଜର ଅଧିକାର ସାବ୍ୟସ୍ଥ କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।


ମୀନ: ଦାନ ଧର୍ମ ପ୍ରତି ମନ ବଳିବ । ଦୟାଳୁ ସ୍ୱଭାବର ହେବେ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଆୟ ଅବ୍ୟାହତ ରହିବ । ମନ ପ୍ରଫୁଲ୍ଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।