Mangal Nakshatra Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳଙ୍କୁ ଗ୍ରହମାନଙ୍କ ମଧ୍ୟରେ ସେନାପତି ବୋଲି କୁହାଯାଇଥାଏ । ମଙ୍ଗଳ ଗ୍ରହ ଭୂମି, ଶକ୍ତି, ଆତ୍ମବିଶ୍ୱାସ, କ୍ରୋଧ ଏବଂ ସାହସିକତା ସହିତ ଜଡିତ ଥାଆନ୍ତି ବୋଲି ବିଶ୍ୟାସ କରାଯାଏ । ଏପରି ସ୍ଥିତିରେ ମଙ୍ଗଳ ଗ୍ରହଙ୍କ ରାଶି ପରିବର୍ତ୍ତନ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ସକରାତ୍ମକ ଏବଂ ନକାରାତ୍ମକ ଫଳାଫଳ ଦେବ । ଆଜି ଆମେ ଆପଣଙ୍କୁ ଜଣାଇବୁ ମଙ୍ଗଳଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା କେଉଁ ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ ।


COMMERCIAL BREAK
SCROLL TO CONTINUE READING

ମକର
ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ଦେବ । ବିଶେଷ କରି କ୍ୟାରିଅରରେ ଏକ ବଡ଼ ପରିବର୍ତ୍ତନ ଆସିପାରେ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଫେବୃଆରୀ ୧୮ ପରେ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଯୋଗ ରହିଛି ।


ଧନୁ
ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅନୁକୂଳ ପ୍ରମାଣିତ ହେବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବାର ଅଧିକ ସୁଯୋଗ ରହିଛି । ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଆପଣଙ୍କ ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ମନ ଖୁସି ରହିବ । ଆପଣ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।


କର୍କଟ
ଏହି ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳଙ୍କ ପ୍ରଭାବ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ରାଜନୀତି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିଲା ଏହା ଉପଯୁକ୍ତ ସମୟ । କୌଣସି ବଡ଼ ନେତାଙ୍କ ସଂସ୍ପର୍ଶରେ ଆସି ପାରନ୍ତି । କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇବେ ।


Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।


Also Read- Shukra Gochar 2024: ମକର ରାଶିରେ ପ୍ରବେଶ କରିଛନ୍ତି ଶୁକ୍ର, ଏହି ରାଶିର ଲୋକଙ୍କୁ ବଡ଼ ଲାଭ


Also Read- Ketu Gochar 2024: କନ୍ୟା ରାଶିରେ ବର୍ଷେ ରହିବେ କେତୁ, ପ୍ରଭାବରେ ୩ ରାଶିକୁ ଆର୍ଥିକ ଲାଭ