Mercury Transit: ୩ ରାଶିକୁ ମିଳିବ ଅପାର ଧନ ! ବୁଧ କରୁଛନ୍ତି ନକ୍ଷତ୍ର ପରିବର୍ତ୍ତନ

Budh Nakshatra Gochar 2025: ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବ୍ୟବସାୟ, ବାଣୀ, ଯୋଗାଯୋଗ ଏବଂ ବୌଦ୍ଧିକ କ୍ଷମତା ପାଇଁ ଦାୟୀ ଗ୍ରହ ଭାବରେ ବିବେଚନା କରାଯାଏ । ବୁଧଙ୍କ ପ୍ରଭାବ ମାନବ ଜୀବନ ଉପରେ ବିଶେଷ ପ୍ରଭାବ ପକାଇଥାଏ। ବୁଧ ବର୍ତ୍ତମାନ ଉତ୍ତରାଷାଢା ନକ୍ଷତ୍ରରେ ଅବସ୍ଥିତ ଅଛନ୍ତି । ଖୁବ୍ ଶୀଘ୍ର ଶ୍ରବଣା ନକ୍ଷତ୍ରରେ ଚଳନ କରିବେ ।

1/5

ଚନ୍ଦ୍ରଙ୍କ ନକ୍ଷତ୍ରରେ ବୁଧଙ୍କ ଚଳନ ବିଶେଷ କରି କ୍ୟାରିଅର, ବ୍ୟବସାୟ, ଟଙ୍କା, ବୁଦ୍ଧି ଏବଂ ବ୍ୟକ୍ତିତ୍ୱ ଉପରେ ସକାରାତ୍ମକ ପ୍ରଭାବ ପକାଇପାରେ। ଏହି ତିନୋଟି ରାଶିରେ ଜନ୍ମିତ ବ୍ୟକ୍ତିମାନେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ପାଇଥାନ୍ତି ।

2/5

ବୃଷ ରାଶି

ଶ୍ରବଣା ନକ୍ଷତ୍ରରେ ବୁଧଙ୍କ ଚଳନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଲେଖାଲେଖି ତଥା ଶିକ୍ଷା କ୍ଷେତ୍ରରେ ବିଶେଷ ଲାଭ ମିଳିପାରେ। କାର୍ଯ୍ୟକୁ ନେଇ ଯାତ୍ରା କରୁଥିଲେ ସଫଳ ହେବ । ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର ମିଳିପାରେ।  ପିତାମାତା ଶିକ୍ଷକମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ପୂର୍ବର ଲକ୍ଷ୍ୟ ପୂରଣ ହୋଇପାରେ । ଭାଇଭଉଣୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିପାରେ।

3/5

କର୍କଟ ରାଶି

ଆପଣଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଯୋଗ ରହିଛି । ସହଭାଗୀତାରେ କରିଥିବା କାମ ଶେଷ ହେବ । ବ୍ୟବସାୟରେ ଭଲ ଲାଭ ମିଳିପାରେ । ବିଦେଶୀ କମ୍ପାନୀ ସହିତ ଜଡିତ ଥିଲେ ଭଲ ଲାଭ ମିଳିପାରେ । ବିଦେଶ ଯାତ୍ରା ପାଇଁ ଯୋଜନା ଥିଲେ ସଫଳତା ମିଳିପାରେ । ଜୀବନରେ ନୂଆ ଖୁସି ମିଳିପାରେ । ନିଜର ବ୍ୟକ୍ତିତ୍ୱକୁ ବୃଦ୍ଧି କରିବାକୁ ସୁଯୋଗ ପାଇବେ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଢିବ ।

4/5

ସିଂହ ରାଶି

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଲାଭ ଆଣିଦେବ। ଆର୍ଥିକ କ୍ଷେତ୍ରରେ ସଫଳତା ହାସଲ କରିବେ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଏକାଗ୍ରତା ବୃଦ୍ଧି ପାଇବ । ବ୍ୟବସାୟରେ ପ୍ରଚୁର ଲାଭ ମିଳିବ । ନିବେଶ ଦ୍ୱାରା ଆପଣ ଭଲ ଲାଭ ହାସଲ କରିପାରନ୍ତି । କିନ୍ତୁ ତା ପୂର୍ବରୁ ନିଶ୍ଚିତ ଭାବରେ ଜଣେ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନିଅନ୍ତୁ। ନିଜ ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ।

5/5

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link