Astrology: ୪ଟି ରାଶି ବ୍ୟକ୍ତିଙ୍କ ଜୀବନର ଦୁଃଖ ଦୂର କରିବେ ପ୍ରଭୁ ଗଜାନନ

Ganesh Chaturthi Astrology: ଗଣେଶ ଚତୁର୍ଥୀ ଚଳିତମାସ ୭ ତାରିଖରେ ପାଳନ କରାଯିବ । ଗଣେଶ ଚତୁର୍ଥୀ କେତେକ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ । କିଛି ବ୍ୟକ୍ତିଙ୍କ ଜୀବନରେ ଅନେକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳବ ।

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 03 Sep 2024-6:38 pm,
1/4

ବୃଷ ରାଶି

ପ୍ରଭୁ ଗଣେଶଙ୍କ କୃପା ଆପଣଙ୍କ ଉପରେ ରହିବ । ଏହି ସମୟରେ ଆପଣ ଅନେକ ଖୁସି ଖବର ପାଇବେ । ଏହି ସମୟ ମଧ୍ୟରେ ପ୍ରଭୁ ଗଣେଶ ଆପଣଙ୍କ ଜୀବନରୁ ଅନେକ ବାଧା ଦୂର କରିବେ । ପାରିବାରିକ ଜୀବନରେ ସମସ୍ୟାର ସମ୍ମୁଖୀନ ହେଉଥିଲେ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇଯିବ । ପିତାମାତାଙ୍କ ସହିତ ଆପଣଙ୍କ ସମ୍ପର୍କରେ ଉନ୍ନତି ହେବ । କାର୍ଯ୍ୟ କ୍ଷେତ୍ରରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ।

2/4

କନ୍ୟା ରାଶି

ନିଜ ବୁଦ୍ଧିକୁ ବ୍ୟବହାର କରି ଆପଣ ସଫଳତା ପାଇବେ । ସୋସିଆଲ ମିଡିଆ ମାଧ୍ୟମରେ ଆପଣ ଖ୍ୟାତି ଅର୍ଜନ କରିବେ । ବିଚାରାଧୀନ କାର୍ଯ୍ୟକୁ ଶେଷ କରି ଆତ୍ମସନ୍ତୋଷ ପାଇବେ । ଦାମ୍ପତ୍ୟ ଜୀବନରେ ସୁଖ ବଢିବ । ଘରକୁ ନୂତନ ଅତିଥିଙ୍କ ଆଗମନ ହୋଇପାରେ । କର୍ମକ୍ଷେତ୍ରରେ ଆପଣ ପ୍ରଶଂସନୀୟ ହେବେ । ସହକର୍ମୀମାନଙ୍କ ସହିତ ଆପଣଙ୍କର ଯୋଗାଯୋଗ ଭଲ ରହିବ । ସ୍ୱାସ୍ଥ୍ୟକୁ ନେଇ ସଚେତନ ହେବେ ।

 

3/4

ତୁଳା ରାଶି

ଗଣେଶ ଚତୁର୍ଥୀ ଆପଣଙ୍କ ଜୀବନରେ ଶୁଭ ଫଳ ଆଣିବ । ସମସ୍ତ କାର୍ଯ୍ୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ନୂତନ ଚାକିରି ଖୋଜୁଥିଲେ ଶୁଭ ଫଳାଫଳ ମିଳିବ । ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କରି ଲାଭ ପାଇବେ । ବ୍ୟବସାୟରେ ଆପଣ ଅଧିକ ଉପାର୍ଜନ କରିବେ । ଦୂରଯାତ୍ରାର ଯୋଗ ରହିଛି 

 

4/4

ବିଛା ରାଶି

ସମାଜ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହେବେ । କାର୍ଯ୍ୟ ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ କରି ବଡ଼ ସଫଳତା ହାସଲ କରିବେ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅନୁକୂଳ ଫଳାଫଳ ପାଇବେ । ପିତାମାତାମାନେ ଆପଣଙ୍କ ପାଇଁ ଗର୍ବ ଅନୁଭବ କରିବେ । ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଆପଣଙ୍କର ଜମା ହୋଇଥିବା ଧନ ଦିନକୁ ଦିନ ବୃଦ୍ଧି ପାଇବ ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link