Astrology 2025: ଗ୍ରହଚଳନ ଦୃଷ୍ଟିରୁ ଏପ୍ରିଲ ପର୍ଯ୍ୟନ୍ତ କିପରି ରହିବ ଭାଗ୍ୟ, ଜାଣନ୍ତୁ ଜ୍ୟୋତିଷଙ୍କ ଭବିଷ୍ୟବାଣୀ
Astrology 2025: ନୂଆବର୍ଷରେ ଅନେକ ପ୍ରମୁଖ ଗ୍ରହ ନିଜର ରାଶି ପରିବର୍ତ୍ତନ କରିବେ । ତେବେ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ମେଷଠୁ ମୀନ ରାଶିର ବ୍ୟକ୍ତି କିପରି ଫଳ ପାଇବେ ସେ ସମ୍ପର୍କରେ ତଥ୍ୟ ଦେଇଛନ୍ତି ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ ।
ମେଷ ରାଶି- ଆର୍ଥିକ ସ୍ଥିତି ଭଲ ରହିବ । ବିଭିନ୍ନ ସୁତ୍ରରୁ ଅର୍ଥ ପ୍ରାପ୍ତି ହେବ । ପାରିବାରିକ ଜୀବନରେ ଖୁସି ମିଳିବ । ବ୍ୟବସାୟରେ ଲାଭ ବଢିବ ।
ବୃଷ ରାଶି- ପାରିବାରିକ ଚିନ୍ତା ରହିବ । ଚିଡିଚିଡା ଅନୁଭବ କରିପାରନ୍ତି । ମନକୁ ହାଲୁକା କରିବା ପାଇଁ ଭ୍ରମଣ କରିପାରନ୍ତି ।
ମିଥୁନ ରାଶି - ଆପଣଙ୍କ ପାଇଁ ଦୂରଯାତ୍ରା ତଥା ଭ୍ରମଣ ଯୋଗ ରହିଛି । ବିଭିନ୍ନ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିବେ । ପାରିବାରିକ ସମ୍ପର୍କରେ ବିରକ୍ତିଭାବ ଆସିପାରେ । ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଖର୍ଚ୍ଚାନ୍ତ ହେବେ ।
କର୍କଟ ରାଶି- ସବୁ କ୍ଷେତ୍ରରେ ଆପଣ ଲାଭରେ ରହିବେ । ଦୂରଯାତ୍ରା ସଫଳ ହେବ । ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ ରାଶି- କର୍ମକ୍ଷେତ୍ରରେ ଚାପ ବଢିପାରେ । ମାନସିକ ସ୍ଥିତି ବିଗିଡିପାରେ । ପାରିବାରିକ ଦୃଷ୍ଟିରୁ ସମୟ ଭଲ । ଆର୍ଥିକ ସ୍ଥିତି ପ୍ରଭାବିତ ହେବାର ସମ୍ଭାବନା ରହିଛି ।
କନ୍ୟା ରାଶି- ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳିବ। ଅର୍ଥ ପ୍ରାପ୍ତିର ସୁଯୋଗ ମିଳିବ । ସନ୍ତାନ ସନ୍ତତି ଲାଭର ସମ୍ଭାବନା ରହିଛି ।
ତୁଳା ରାଶି- ମାନସିକ ଅଶାନ୍ତି ଲାଗି ରହିବ । ଆର୍ଥିକ ଦୃଷ୍ଚିରୁ ଲାଭବାନ ହେବେ । ବୃହସ୍ପତିଙ୍କ ଚଳନର ପ୍ରଭାବରୁ ପାରିବାରିକ ସମ୍ପର୍କ ପ୍ରଭାବିତ ହେବ।
ବିଛା ରାଶି- ସମୟ ଖୁବ ଭଲରେ କଟିବ । ବ୍ୟବସାୟିକ କ୍ଷେତ୍ରରେ ଲାଭ ପାଇବେ । ଦେବୀ ଲକ୍ଷ୍ମୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ । ବିଭିନ୍ନ ସୁତ୍ରରୁ ଧନ ପ୍ରାପ୍ତିର ଯୋଗ ରହିଛି ।
ଧନୁ ରାଶି- ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ । ଶତୃମାନେ ଆପଣଙ୍କୁ ଆଘାତ ଦେଇପାରନ୍ତି । ଆର୍ଥିକ ସ୍ଥିତି ଏତେଟା ପ୍ରଭାବିତ ହେବନାହିଁ । ଆୟ ବ୍ୟୟ ପ୍ରାୟ ସମାନ ରହିବ।
ମକର ରାଶି- ସନ୍ତାନମାନଙ୍କ କ୍ଷେତ୍ରରେ ଉନ୍ନତି ଆସିବ । ମାନ ସମ୍ମାନ ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ବ୍ୟବସାୟରେ ଉନ୍ନତି ହେବ । ପାରିବାରିକ ସମ୍ପର୍କ ମଜବୁତ ହେବ।
କୁମ୍ଭ ରାଶି- ପାରିବାରିକ ଜୀବନରେ ଚାପଗ୍ରସ୍ତ ହୋଇପାରନ୍ତି । ଗୃହ କାର୍ଯ୍ୟରେ ମନ ବଳାଇବେ। ଆର୍ଥିକ ସ୍ଥିତି ବିଗିଡିପାରେ। ଚାକିରି କ୍ଷେତ୍ରରେ ଚାପ ଗ୍ରସ୍ତ ରହିପାରନ୍ତି ।
ମୀନ ରାଶି- ଭାଇଭଉଣୀଙ୍କ ମଧ୍ୟରେ ସମ୍ପର୍କ ବିଗିଡିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ଦେଖିଚାହିଁ ଖର୍ଚ୍ଚ କରିବା ଉଚିତ । ପାରିବାରିକ ସମ୍ପର୍କ ଭଲ ରହିବ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।