Kaalchakra 2025: ଶନି-ବୃହସ୍ପତି ଏବଂ ରାହୁ କେତୁଙ୍କ ଚଳନ, ଜାଣନ୍ତୁ କେଉଁ ରାଶିରେ ପ୍ରଭାବ

Kaalchakra 2025: ଶନି, ବୃହସ୍ପତି, ରାହୁ ଏବଂ କେତୁଙ୍କ ଚଳନ ଚଳିତ ବର୍ଷ ହେବାକୁ ଯାଉଛି । ଜ୍ୟୋତିଷଙ୍କ ନିକଟରୁ ଆସନ୍ତୁ ଜାଣିବା ଏହି ୪ ଟି ବଡ ଗ୍ରହର ରାଶି ପରିବର୍ତ୍ତନ କେଉଁ ରାଶିକୁ ପ୍ରଭାବିତ କରିବ ।

1/6

ମେଷ ରାଶି

ମାର୍ଚ୍ଚ ୨୯ ରୁ ଶନିଙ୍କ ସାଡେ ସତୀ ଆପଣଙ୍କ ରାଶିରେ ଆରମ୍ଭ ହେବ । ଏହି ଅବଧିରେ ଶନି ମନ୍ଦିରରେ ସୋରିଷ ତେଲର ଏକ ଦୀପ ଜାଳନ୍ତୁ । ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ । ବୃହସ୍ପତିଙ୍କ ଚଳନ ସମୟରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ। ରାହୁଙ୍କ ଚଳନ ସମୟରେ ଭଗବାନ କୃଷ୍ଣଙ୍କୁ ପୂଜା କରିବା ଉଚିତ । କେତୁଙ୍କ ଚଳନ ସମୟରେ ଗଣେଶଙ୍କ ଶ୍ଲୋକ ପାଠ କରନ୍ତୁ ।

2/6

ବୃଷ ରାଶି

ଶନିଙ୍କ ରାଶି ପରିବର୍ତ୍ତନ ସମୟରେ ଗାଈ, କୁକୁର ଏବଂ କାଉମାନଙ୍କୁ ରୁଟି ଖାଇବାକୁ ଦିଅନ୍ତୁ । ଘର ସାମ୍ନା ରାସ୍ତା କଡରେ ଏକ ଅଶ୍ୱସ୍ଥ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ । ବୃହସ୍ପତିଙ୍କ ଚଳନ ସମୟରେ କଦଳୀ ଗଛକୁ ପୂଜା କରନ୍ତୁ । ରାହୁଙ୍କ ଚଳନ ସମୟରେ ପରିମଳ କର୍ମଚାରୀଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ । ମାଆ ଦୁର୍ଗାଙ୍କ ଚାଲିସା ନିୟମିତ ପଢନ୍ତୁ ।  କେତୁଙ୍କ ଚଳନ ସମୟରେ ଚାଉଳ ମନ୍ଦିରକୁ ଦାନ କରନ୍ତୁ ।

3/6

ମିଥୁନ ରାଶି

ଶନିଙ୍କ ଚଳନ ସମୟରେ ପକ୍ଷୀମାନଙ୍କୁ ଖାଦ୍ୟ ଏବଂ ଜଳ ଦିଅନ୍ତୁ । କଳା ଖାଦ୍ୟଶସ୍ୟ ଏବଂ କଳା ତେଲ ଦାନ କରନ୍ତୁ । ବୃହସ୍ପତିଙ୍କ ଚଳନ ସମୟରେ ହଳଦୀକୁ ପାଣିରେ ମିଶାଇ ସ୍ନାନ କରନ୍ତୁ । ରାହୁଙ୍କ ଚଳନ ସମୟରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । କାର୍ଯ୍ୟକୁ ସଠିକ ଢଙ୍ଗରେ କରନ୍ତୁ । କେତୁଙ୍କ ଚଳନ ସମୟରେ ୧୨ ଜ୍ୟୋତିର୍ଲିଙ୍ଗଙ୍କ ନାମ ଉଚ୍ଚାରଣ କରନ୍ତୁ । ଏହା ବ୍ୟତୀତ ନିମ୍ୱ ଗଛ ଲଗାଇଲେ ମଧ୍ୟ ଶୁଭଫଳ ମିଳିବ ।

4/6

କର୍କଟ ରାଶି

୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଶନିଙ୍କ ପ୍ରଭାବ ଆପଣଙ୍କ ରାଶିରେ ରହିବ । ଶନିଙ୍କ ଚଳନ ସମୟରେ ଶନିଦେବଙ୍କୁ ଉପାସନା କରନ୍ତୁ । ଶନି ମନ୍ଦିରରେ ଦାନ କରନ୍ତୁ । ବୃହସ୍ପତିଙ୍କ ଚଳନ ସମୟରେ, ଅଭାବୀ ଲୋକଙ୍କୁ ହଳଦିଆ ଖାଦ୍ୟ ଶସ୍ୟ ଏବଂ ହଳଦିଆ ଫଳ ଦାନ କରନ୍ତୁ । ଗୁରୁବାର ଦିନ ଗୋମାତାଙ୍କୁ ମଇଦା ଲଡୁ ଖାଇବାକୁ ଦିଅନ୍ତୁ । ବୃହସ୍ପତ୍ତିଙ୍କ ସ୍ତ୍ରୋତ୍ର ଜପ କରନ୍ତୁ । ରାହୁଙ୍କ ଚଳନ ସମୟରେ ହନୁମାନ ଚାଲିସା ପଠ କରନ୍ତୁ । କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ । କେତୁଙ୍କ ଚଳନ ସମୟରେ ଶିବ ମନ୍ଦିରରେ ପୂଜା କରନ୍ତୁ ।

5/6

ସିଂହ ରାଶି

୨୯ ମାର୍ଚ୍ଚ ପରଠୁ ଆପଣଙ୍କ ଉପରେ ଶନିଙ୍କ ପ୍ରଭାବ ଆରମ୍ଭ ହେବ । ଏହି ଚଳନ ସମୟରେ ଲୋକଙ୍କୁ ଖାଦ୍ୟ ଦାନ କରନ୍ତୁ । ବୃହସ୍ପତିଙ୍କ ଚଳନ ସମୟରେ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ । ରାହୁଙ୍କ ଚଳନ ସମୟରେ ଭଗବାନ ଶିବଙ୍କୁ ପୂଜା କରନ୍ତୁ। କେତୁଙ୍କ ପାଇଁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link