Lakshmi Narayan Rajyog: ନୂଆ ବର୍ଷରେ ଲକ୍ଷ୍ମୀ ନାରାୟଣ ଯୋଗ, ମିଥୁନ, କର୍କଟ ସହ ଏହି ରାଶିକୁ ଲାଭ

Lakshmi Narayan Yog In 2025: ୨୭ ଫେବୃଆରୀ ୨୦୨୫ ରେ ବୁଧ ମୀନରେ ଚଳନ କରିବେ । ଯେଉଁଠାରେ ଶୁକ୍ର ପୂର୍ବରୁ ଉପସ୍ଥିତ ରହିବେ । ଦୁଇଟି ଗ୍ରହର ମିଳନ ମୀନ ରାଶିରେ ହେବ । ଏହା ପରେ, ମଇ ୭ରେ ବୁଧ ମେଷ ରାଶିରେ ଚଳନ କରିବେ ।

1/6

ମିଥୁନ ରାଶି

୨୦୨୫ ମସିହାରେ ଗଠିତ ହେବାକୁ ଥିବା ଲକ୍ଷ୍ମୀ ନାରାୟଣ ଯୋଗ ଆପଣଙ୍କ ପାଇଁ ସ୍ୱତନ୍ତ୍ର ହେବ । ପୂର୍ବ ବର୍ଷର ବିଚାରାଧୀନ କାର୍ଯ୍ୟ ନୂତନ ବର୍ଷରେ ଶେଷ ହେବାକୁ ଯାଉଛି । ନୂଆ ଘର କିଣିବାର ସ୍ୱପ୍ନ ଥିଲେ ତାହା ପୂରଣ ହୋଇପାରେ । ଭଲ ସ୍ଥାନରେ ପୁଞ୍ଜି ବିନିଯୋଗ କରିପାରିବେ । ରୋଜଗାର ସନ୍ଧାନରେ ଥିଲେ ନୂଆ ସୁଯୋଗ ମିଳିବ । ପାରିବାରିକ ଜୀବନରେ ଉନ୍ନତି ହେବ । ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ । ବ୍ୟବସାୟରେ ପ୍ରଗତି ହେବା ସହ ଭଲ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସମର୍ଥନ ମିଳିବ । ଭ୍ରମଣର ସମ୍ଭାବନା ରହିଛି । ମାନସିକ ଚିନ୍ତାରୁ ମୁକ୍ତି ପାଇବେ ।

2/6

କର୍କଟ ରାଶି

ଲକ୍ଷ୍ମୀ ନାରାୟଣ ଯୋଗର ଶୁଭ ପ୍ରଭାବ ଆପଣଙ୍କ ରାଶିରେ ପଡିବ । ଦୀର୍ଘ ଦିନର ଇଚ୍ଛା ପୂରଣ ହୋଇପାରେ । ବୃତ୍ତିଗତ ଜୀବନରେ ଭଲ ବିକାଶ ହେବ । ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ସେୟାର ମାର୍କେଟରୁ ଲାଭ ହୋଇପାରେ । ଚାକିରି କ୍ଷେତ୍ରରେ ଭଲ ସୁଯୋଗ ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟ କାର୍ଯ୍ୟରେ ବିଦେଶ ଯିବାର ସୁଯୋଗ ମିଳିପାରେ । ପୂର୍ବରୁ ଋଣ ନେଇଥିଲେ ତାହା ପରିଶୋଧ କରିବାକୁ ସକ୍ଷମ ହେବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଖୁସି ଖବର ମିଳିପାରେ ।

3/6

କନ୍ୟା ରାଶି

ଲକ୍ଷ୍ମୀ ନାରାୟଣ ଯୋଗର ଶୁଭ ପ୍ରଭାବ କାରଣରୁ ବିଭିନ୍ନ କ୍ଷେତ୍ରରେ ଶୁଭଫଳ ପାଇବେ । ଏକ ବଡ ଇଚ୍ଛା ପୂରଣ ହେବ । କର୍ମକ୍ଷେତ୍ରରେ ଅଗ୍ରଗତି ହେବ । ଦେବୀ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ପ୍ରତି ରହିବ । ଆର୍ଥିକ ସଙ୍କଟ ଦୂରେଇ ଯିବ । ଚାକିରି ଖୋଜୁଥିଲେ ଖୁସି ଖବର ମିଳିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ବ୍ୟବସାୟ କାର୍ଯ୍ୟରେ ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭଜନକ ଫଳାଫଳ ପାଇବେ । ନୂଆ ବର୍ଷରେ ଋଣ ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଖୁସି ଖବର ମିଳିବ ।

4/6

ବିଛା ରାଶି

ଶୁଭ ପ୍ରଭାବ ଆପଣଙ୍କୁ ଆର୍ଥିକ ଦୃଷ୍ଟିରୁ ଲାଭ ଦେବ । ଚାକିରି କ୍ଷେତ୍ରରେ ଆକର୍ଷଣୀୟ ଅଫର୍ ମିଳିପାରେ । ବ୍ୟବସାୟରେ ଲାଭ ଉପାର୍ଜନ ପାଇଁ ଅନେକ ସୁଯୋଗ ପାଇବେ । ବ୍ୟବସାୟକୁ ବିସ୍ତାର କରିବାକୁ ସୁଯୋଗ ସୃଷ୍ଟି ହେବ । କାର୍ଯ୍ୟରତ ବ୍ୟକ୍ତି ସହକର୍ମୀଙ୍କ ସମର୍ଥନ ପାଇବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଧନ ସଞ୍ଚୟ କରିବାରେ ମଧ୍ୟ ସଫଳ ହେବେ ।

5/6

ମୀନ ରାଶି

ଆପଣ ଲକ୍ଷ୍ମୀ ନାରାୟଣ ରାଜଯୋଗରୁ ବିଶେଷ ଲାଭ ପାଇବାର ସମ୍ଭାବନା ରହିଛି । କ୍ୟାରିୟରରେ ଅଭିବୃଦ୍ଧି ସହ ଆର୍ଥିକ ଲାଭ ପାଇବେ । ସରକାରୀ ସୁତ୍ରରୁ ଲାଭ ମିଳିପାରେ । ଏହି ସମୟରେ ଘରକୁ ଅତିଥିଙ୍କ ଆଗମନ ହେବ । ଅବିବାହିତ ଲୋକଙ୍କ ବିବାହ ଚୁଡାନ୍ତ ହୋଇପାରେ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link