Lucky Zodiac Sign: ୧୦ ଜୁନରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 10 June 2024 : ୧୦ ଜୁନ ସୋମବାର ଦିନ ଚନ୍ଦ୍ର ନିଜର ରାଶି କର୍କଟରେ ଚଳନ କରିବେ । ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷର ଚତୁର୍ଥୀ ତିଥି ଏବଂ ଏହି ଦିନଟିରେ ରବି ଯୋଗ, ସର୍ବ ସିଦ୍ଧ ଯୋଗ, ଧ୍ରୁବ ଯୋଗ ଏବଂ ପୁଷ୍ୟା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେଉଛି । ପ୍ରଭାବରୁ ଦିନଟିର ଗୁରୁତ୍ୱ ବଢିଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗଠିତ ଶୁଭ ଯୋଗର ଲାଭ ୫ଟି ରାଶିକୁ ମିଳିବ ।

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 09 Jun 2024-11:00 pm,
1/5

ତୁଳା ରାଶି -  ୧୦ ଜୁନ୍ ଆପଣଙ୍କ ପାଇଁ ବହୁତ ଫଳପ୍ରଦ ହେବାକୁ ଯାଉଛି । ଆର୍ଥିକ ଜୀବନ ଏବଂ କ୍ୟାରିୟର କ୍ଷେତ୍ରରେ ଅପାର ସଫଳତା ପାଇବାର ସମ୍ଭାବନା ଅଛି । ଯଦି କୌଣସି କୋର୍ଟ କଚେରୀ ସମ୍ବନ୍ଧୀୟ ମାମଲା ଚାଲିଥାଏ ତେବେ ଆପଣ ବିଜୟ ଲାଭ କରିବେ । ପିତାମାତାଙ୍କ ସହିତ ଧାର୍ମିକ ଯାତ୍ରା କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସହକର୍ମୀମାନେ ଆପଣଙ୍କୁ ସମର୍ଥନ କରିବେ । ପରିବାର ସଦସ୍ୟଙ୍କ ଠାରୁ ଭଲ ଖବର ଶୁଣିବାକୁ ପାଇବେ । ଘରେ ଶୁଭ କାମ ହେବାର ସମ୍ଭାବନା ଅଛି । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଶୁଭ ।

2/5

ସିଂହ ରାଶି -  ୧୦ ଜୁନ୍ ଆପଣଙ୍କ ପାଇଁ ଅନୁକୂଳ ଫଳାଫଳ ଆଣିଦେବ । ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ଆପଣ ସମସ୍ତ ଦାୟିତ୍ୱ ସଠିକ ଭାବରେ ପୂରଣ କରିବେ । ନିଜ ବ୍ୟବସାୟରେ ଆଗକୁ ବଢିବା ସହ ଭଲ ଲାଭ କରିବେ । କଠିନ ପରିଶ୍ରମର ଭଲ ଫଳ ମିଳିବ । ସାମାଜିକ କାର୍ଯ୍ୟ କାରଣରୁ ଆପଣଙ୍କ ଖ୍ୟାତି ବୃଦ୍ଧି ପାଇବ । ସରକାରୀ ସ୍ତରରୁ ବିଶେଷ ଲାଭ ପାଇପାରନ୍ତି । ନିଜ ଇଚ୍ଛା ଅନୁଯାୟୀ ଟଙ୍କା ରୋଜଗାର କରିବାରେ ସଫଳ ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ ହେବ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରହିବ । ପାରସ୍ପରିକ ବୁଝାମଣା ସୁଦୃଢ ହେବ । ଧାର୍ମିକ କାର୍ଯ୍ୟରେ ମନ ବଳିବ ।

3/5

କନ୍ୟା ରାଶି -  ଆପଣଙ୍କ ପାଇଁ ଦିନଟି ଶୁଭ ପ୍ରମାଣିତ ହେବ । ଆୟର ନୂଆ ଉତ୍ସ ମିଳିବ । ଆପଣ ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ । ପୂର୍ବ ବିନିଯୋଗରେ ଆପଣ ବିପୁଳ ଲାଭ ପାଇବାର ସମ୍ଭାବନା ରହିଛି । ଚାକିରୀ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବେ । ଆପଣଙ୍କର ପରିଶ୍ରମ ଶୁଭ ଫଳ ଦେବ । ବ୍ୟବସାୟରେ ସକରାତ୍ମକ ଫଳାଫଳ ମିଳିବ । କିଛି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଖୁସି ଅନୁଭବ କରିବେ । ପାରିବାରିକ ଜୀବନରେ ଶାନ୍ତି ମିଳିବ । ନିଜ ଭାଇଭଉଣୀଙ୍କ ସହିତ ସମ୍ପର୍କ ସୁଦୃଢ ହେବ । ବିବାହଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ ।

4/5

ବିଛା ରାଶି - ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି । ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ପୁରୁଣା ବିନିଯୋଗରୁ ଭଲ ରିଟର୍ଣ୍ଣ ପାଇବେ । ଦୀର୍ଘ ଦିନ ଧରି ବିଚାରାଧୀନ ଥିବା କାର୍ଯ୍ୟ ଶେଷ କରିବେ । ଚାକିରୀ କ୍ଷେତ୍ରରେ ସକରାତ୍ମକ ବାତାବରଣ ରହିବ । ସହକର୍ମୀମାନେ  ଆପଣଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ । ପ୍ରେମ ଜୀବନରେ ଦିନଟି ରୋମାଣ୍ଟିକ୍ ହେବ । ବ୍ୟବସାୟୀମାନେ ପ୍ରତିଯୋଗୀମାନଙ୍କୁ ଟକ୍କର ଦେଇ ଆଗକୁ ବଢିବେ । ପାରିବାରିକ ଜୀବନରେ ଘରେ କିଛି ଶୁଭ କାର୍ଯ୍ୟ ହୋଇପାରେ ।

5/5

ଧନୁ ରାଶି -  ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଆୟର ନୂଆ ଉତ୍ସ ଖୋଲିବ । ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ । ମହାଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ଚାକିରୀ ଏବଂ ବ୍ୟବସାୟରେ ସଫଳତା ମିଳିବ । ବିନିଯୋଗ ପାଇଁ ଦିନଟି ଶୁଭ ରହିଛି । ଆର୍ଥିକ ସ୍ଥିତି ସୁଦୃଢ ହେବ । ମିଠା କଥାରେ କାର୍ଯ୍ୟ ହାସଲ କରିବାରେ ସଫଳ ହେବେ । ଦୀର୍ଘ ସମୟ ବ୍ୟବଧାନ ପରେ ବନ୍ଧୁ ଏବଂ ପ୍ରିୟଜନଙ୍କୁ ଭେଟିବେ । ପୂର୍ବରୁ ଅଟକି ରହିଥିବା କାମ ଶେଷ କରିବେ । ପରିବାରରେ ସୁଖ, ଶାନ୍ତି ମିଳିବ । ଜୀବନସାଥୀଙ୍କ ସହିତ ସମ୍ପର୍କ ସଦୃଢ ହେବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link