Lucky Zodiac Sign: ୧୭ ଅଗଷ୍ଟରେ ଆୟୁଷ୍ମାନ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 17 August 2024: ବୈଦିକ ଜ୍ୟୋତିଷ ଅନୁଯାୟୀ, ୧୭ ଅଗଷ୍ଟ ଶନିବାର ଦିନ ମେଷ, ସିଂହ, ଧନୁ ରାଶି ସମେତ ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବ । ତେବେ କେଉଁ ୫ଟି ରାଶିକୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 16 Aug 2024-10:51 pm,
1/5

ମେଷ ରାଶି ଆପଣଙ୍କ ପାଇଁ ଦିନଟି ଶୁଭଫଳ ଆଣିଦେବ । ଶନିଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ଆପଣଙ୍କ ଦିନଟି ସୁଖରେ ଭରିଯିବ । ମାନ ସମ୍ମାନ ବଢିବ । ଆୟ ନୂତନ ଉତ୍ସ ମିଳିବ । ଆଖପାଖର ପରିବେଶ ସୁଖଦ ହେବ । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସମର୍ଥନ ପାଇବେ । ବରିଷ୍ଠ କର୍ମକର୍ତ୍ତା ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । କ୍ୟାରିୟର କ୍ଷେତ୍ରରେ ନୂଆ ସମ୍ଭାବନା ରହିଛି । ଭାଗ୍ୟ ଆପଣଙ୍କ ସାଥ୍ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିବେ ।

2/5

ସିଂହ ରାଶି ଆପଣଙ୍କ ପାଇଁ ଦିନଟି ବିଶେଷ ଫଳପ୍ରଦ ହେବ । ଶନିଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ସମସ୍ତ ଇଚ୍ଛା ପୂରଣ ହେବା ସହ ଜୀବନରେ ଚାଲିଥିବା ଟେନସନରୁ ମଧ୍ୟ ମୁକ୍ତି ପାଇବେ । ବକ୍ତବ୍ୟ, ଆଚରଣ ଏବଂ ଚିନ୍ତାଧାରାରେ ସକରାତ୍ମକ ପରିବର୍ତ୍ତନ ଦେଖିବେ । ନିଜ କାର୍ଯ୍ୟ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିବେ । ହଠାତ୍ ବହୁତ ଟଙ୍କା ପାଇବାର ସମ୍ଭାବନା ରହିଛି । ବ୍ୟବସାୟକୁ ବିସ୍ତାର କରିବେ । ପିତାମାତାଙ୍କ ସହିତ ସମ୍ପର୍କ ନିବିଡ ହେବ । ପରିବାରର ସମସ୍ତ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବେ । ନିଜ ସାଥୀଙ୍କ ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରିବେ ।

3/5

ବିଛା ରାଶି ଆପଣଙ୍କ ପାଇଁ ଜୀବନରେ ନୂଆ ଆଶା ଆସିବ । ମାନସିକ ଚାପରୁ ମୁକ୍ତି ପାଇବା ସହ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଭଲ ଅଗ୍ରଗତି କରିବେ । ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧିର ନୂଆ ଉତ୍ସ ପାଇବେ । ଯେଉଁ କାରଣରୁ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ । ନୂତନ ବ୍ୟବସାୟରେ ବିନିଯୋଗ କରିପାବେ । ନିଯୁକ୍ତ ବ୍ୟକ୍ତିମାନେ ଅଧିକାରୀଙ୍କ ସହ ସୁ ସମ୍ପର୍କ ସ୍ଥାପନ କରିବେ । ଯେଉଁମାନେ ପ୍ରେମ ସଂପର୍କରେ ଅଛନ୍ତି ସେମାନେ ସେମାନଙ୍କର ସମ୍ପର୍କକୁ ବିବାହରେ ପରିଣତ କରିପାରିବେ । ଯଦି ବୈବାହିକ ଜୀବନରେ କୌଣସି ମତଭେଦ ଥାଏ, ତେବେ ତାହା ଶେଷ ହେବ । ସଂପର୍କରେ ନୂତନତା ଆସିବ ।

4/5

ଧନୁ ରାଶି ୧୭ ଅଗଷ୍ଟ ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଟଙ୍କା ସଞ୍ଚୟ କରିବାକୁ ସମର୍ଥ ହେବେ । ବିନିଯୋଗରୁ ଭଲ ଲାଭ ପାଇବେ । ଯଦି ଆପଣ କୌଣସି ଆଇନଗତ ପ୍ରସଙ୍ଗରେ ଅଟକି ରହିଛନ୍ତି ତେବେ ଆପଣ ଆରାମ ପାଇବେ । ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇବେ । ଅନେକ ବିଶେଷ ବ୍ୟକ୍ତିଙ୍କ ସହିତ ଆପଣଙ୍କ ପରିଚୟ ବୃଦ୍ଧି ପାଇବ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଥିଲେ ତାହା ପୂରଣ ହୋଇପାରେ । ଚାକିରି କ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ସମୟ ବିତାଇବେ । ପାରିବାରିକ ଜୀବନରେ ଯଦି କୌଣସି ସମସ୍ୟା ଥାଏ ତେବେ ତାହା ଦୂର ହେବ ।

5/5

କୁମ୍ଭ ରାଶି ଆପଣଙ୍କ ପାଇଁ ଏକ ମନୋରମ ଦିନ ହେବାକୁ ଯାଉଛି । ସାଙ୍ଗମାନଙ୍କ ସହିତ ମନୋରମ ସମୟ ଅତିବାହିତ କରିବେ । ଘରର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ କିଛି ସପିଂ କରିବେ । ଚାକିରି କ୍ଷେତ୍ରରେ ବସଙ୍କ ସହିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ ଆଲୋଚନା କରିପାରନ୍ତି । ସାମାଜିକ କାର୍ଯ୍ୟ କରି କ୍ଷାତି ଅର୍ଜନ କରିବେ । ଶିକ୍ଷା, ଚାକିରି କିମ୍ବା ଯାତ୍ରା ପାଇଁ ବିଦେଶ ଯିବାକୁ ଚାହୁଁଥିଲେ ଇଚ୍ଛା ପୂରଣ ହେବ । ଘରର ମରାମତି ଏବଂ ସଜାଇବାରେ କିଛି ଟଙ୍କା ଖର୍ଚ୍ଚ କରିପାରନ୍ତି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link