Lucky Zodiac Sign: ୨୨ ଡିସେମ୍ୱରରେ ଆୟୁଷ୍ମାନ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 22 December 2024: ୨୨ ଡିସେମ୍ବର ରବିବାର ଦିନ ଆୟୁଷ୍ମାନ ଯୋଗ, ତ୍ରିପୁଷ୍କର ଯୋଗ ସମେତ ଅନେକ ବିଶେଷ ତଥା ଫଳପ୍ରଦ ଯୋଗ ଗଠନ ହେଉଛି । ପ୍ରଭାବରେ କର୍କଟ, ସିଂହ, ମକର ସମେତ ୫ ରାଶିର ବ୍ୟକ୍ତିଙ୍କ ପାଇଁ ଏକ ଭଲ ଦିନ ହେବ ।

1/7

Top 5 Lucky Zodiac Sign, 22 December 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୨ ଡିସେମ୍ୱର ଦିନ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବାକୁ ଯାଉଛନ୍ତି ।

2/7

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ଆପଣଙ୍କ ମଧ୍ୟରେ ଉତ୍ତମ ନେତୃତ୍ୱ ଦକ୍ଷତା ଜାଗ୍ରତ ହେବ । ଛୁଟିଦିନରେ ପରିବାର ସଦସ୍ୟଙ୍କୁ ସମୟ ଦେବେ । ଘରେ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ ହୋଇପାରେ । ଦିନଟିରେ ବିପୁଳ ପରିମାଣର ଟଙ୍କା ରୋଜଗାର କରିବେ । ଟଙ୍କା ବିନିଯୋଗ କରିବା ପାଇଁ ସମୟ ଶୁଭ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ କରିପାରନ୍ତି । ଘର ପାଇଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କିଣିବାରେ ଟଙ୍କା ଖର୍ଚ୍ଚ କରିବେ । ଜୀବନସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସହାୟତା ମିଳିବ । କୌଣସି ସମ୍ପର୍କୀୟଙ୍କ ସହ ବାଦ ବିବାଦ ଥିଲେ ତାହାର ସମାଧାନ ହୋଇଯିବ । ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି । ସନ୍ଧ୍ୟା ସମୟ ସାଙ୍ଗମାନଙ୍କ ସହିତ ବିତାଇବେ ।

3/7

କର୍କଟ ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ଚାରିପାଖର ପରିବେଶ ଅତ୍ୟନ୍ତ ସୁଖଦ ରହିବ । ଆପଣଙ୍କ ମନ ଖୁସି ରହିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଧ୍ୟାନ ଦେଇ ସଫଳତାର ସହ ସମ୍ପୂର୍ଣ୍ଣ କରିବେ । ସାମାଜିକ କାର୍ଯ୍ୟ କରି ସମ୍ମାନ ପାଇବେ । ନୂଆ ଘର କିଣିବାକୁ ପୂର୍ବରୁ ଯୋଜନା କରୁଥିଲେ ସୁଯୋଗ ମିଳିପାରେ । ସୂର୍ଯ୍ୟ ଭଗବାନଙ୍କ କୃପା ଆପଣଙ୍କ ପ୍ରତି ରହିବ । ବ୍ୟବସାୟୀମାନେ ଭଲ ଲାଭ ପାଇବେ । ଦିନସାରା ବ୍ୟବସାୟିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ପ୍ରେମ ଜୀବନରେ ସାଥୀଙ୍କ ମନ ପସନ୍ଦକୁ ଧ୍ୟାନ ଦେବେ । ପରିବାରର ସମସ୍ତ ସଦସ୍ୟ ଆପଣଙ୍କୁ ସମର୍ଥନ କରିବେ । ସନ୍ଧ୍ୟାରେ କିଛି ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

4/7

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି । ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟରେ ବିଳାସପୂର୍ଣ୍ଣ ପରିବେଶ ଉପଭୋଗ କରିବେ । ଟଙ୍କା ରୋଜଗାର କରିବାର ନୂଆ ରାସ୍ତା ଖୋଜି ପାଇବେ । ଆପଣଙ୍କର ଆର୍ଥିକ ଅବସ୍ଥା ସୁଦୃଢ ହେବାକୁ ଲାଗିବ । ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ପରିଚୟ ବୃଦ୍ଧି ପାଇବ । ପିଲାମାନଙ୍କର ଭବିଷ୍ୟତକୁ ଧ୍ୟାନରେ ରଖି ନିଜ ଜୀବନସାଥୀଙ୍କ ସହିତ ପୁଞ୍ଜି ବିନିଯୋଗ ସମ୍ପର୍କରେ କଥା ହେବେ । ପରିବାରରେ ଭାଇ ଓ ଭଉଣୀମାନଙ୍କ ସହିତ ହସ ଥଟ୍ଟାରେ ସମୟ ବିତାଇବେ । ସନ୍ଧ୍ୟାରେ ପିତାମାତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା ହୋଇପାରେ ।

5/7

ବିଛା ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଫଳପ୍ରଦ ହେବାକୁ ଯାଉଛି । ଛୁଟିଦିନଟିକୁ ଆରାମଦାୟକ ମନୋଭାବରେ ଅତିବାହିତ କରିବେ । ଦୀର୍ଘ ଦିନରୁ ରହିଥିବା ବିଚାରାଧୀନ କାର୍ଯ୍ୟ ଶେଷ କରିବେ । ଜମି କିଣିବାରେ ଟଙ୍କା ବିନିଯୋଗ କରୁଥିଲେ ଭବିଷ୍ୟତରେ ବଡ଼ ଲାଭ ପାଇବେ । ଭଲ କାମ କରି ଖ୍ୟାତି ବଢାଇବାରେ ସକ୍ଷମ ହେବେ । ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିବ । ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହୋଇପାରେ । ପାରିବାରିକ ବିବାଦ ଥିଲୋ ଆପୋଷ ବୁଝାମଣା ମଧ୍ୟରେ ସମାଧାନ ହେବ ।

6/7

ମକର ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ଧାର୍ମିକ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ପ୍ରତିଟି କାର୍ଯ୍ୟରେ ପିତାମାତାଙ୍କ ସାହାଯ୍ୟ ମିଳିବ । ଅବିବାହିତ ବ୍ୟକ୍ତିଙ୍କ ଜୀବନରେ ଜଣେ ଖାସ୍ ଅତିଥି ଆସିବେ । ଛାତ୍ରଛାତ୍ରୀମାନେ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ସଫଳ ହେବାର ସମ୍ଭାବନା ରହିଛି । ଭାଇ ଓ ଭଉଣୀଙ୍କ ସହିତ କୌଣସି ବାଦ ବିବାଦ ଥିଲେ ତାହା ଶେଷ ହେବ । ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି । ପରିବାର ସଦସ୍ୟଙ୍କ ସହ ସନ୍ଧ୍ୟା ସମୟ ବିତାଇବାକୁ ମନ ବଳାଇବେ ।

7/7

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link