Lucky Zodiac Sign: ଜୁନ ୨୩ରେ ତ୍ରିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 23 June 2024 : ଜୁନ୍ ୨୩ ରବିବାର ଦିନ ଚନ୍ଦ୍ର ଧନୁ ପରେ ମକର ରାଶିରେ ଚଳନ କରିବେ । ଏଥିସହ ଆଷାଢ ମାସର କୃଷ୍ଣ ପକ୍ଷରେ ବ୍ରହ୍ମା ଯୋଗ, ତ୍ରିପୁଷ୍କର ଯୋଗ, ସବ୍ୟାର୍ଥ ସିଦ୍ଧି ଯୋଗ ଏବଂ ପୁର୍ବାଷାଢ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଅନୁଷ୍ଠିତ ହେଉଛି । ଯେଉଁ କାରଣରୁ ଦିନଟିର ଗୁରୁତ୍ୱ ବଢିଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦିନଟିରେ ଗଠିତ ଶୁଭ ଯୋଗ ପ୍ରଭାବରେ ୫ଟି ରାଶିକୁ ଶୁଭଫଳ ମିଳିବ ।

ସୌଭାଗ୍ୟ ରଞ୍ଜନ ମିଶ୍ର Sat, 22 Jun 2024-9:19 pm,
1/5

ତୁଳା ରାଶି- ଜୁନ୍ ୨୩ ଆପଣଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ପରିବାର ଏବଂ ବନ୍ଧୁଙ୍କ ସହିତ ଆପଣ ସମୟ ବିତାଇବେ । ଆରାମଦାୟକ ଭାବରେ ଦିନଟି ବିତାଇବେ । ବୁଦ୍ଧି, ଅଭିଜ୍ଞତା ଏବଂ ଦକ୍ଷତା ଆଧାରରେ ଆପଣ ବଡ ସମସ୍ୟାର ସମାଧାନ କରିବେ । ପ୍ରତ୍ୟେକ କାର୍ଯ୍ୟ ସମାପ୍ତ କରିବେ । ବାପା ଏବଂ ଭାଇଙ୍କ ମାର୍ଗଦର୍ଶନରେ ପାରିବାରିକ କାର୍ଯ୍ୟ ସଫଳ ହେବ । ବୈବାହିକ ଜୀବନରେ କୌଣସି ବିବାଦ ଚାଲିଥିଲେ ସେଥିରୁ ମୁକୁଳିବେ ।

2/5

ସିଂହ ରାଶି- ୨୩ ଜୁନ୍ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ । ସୂର୍ଯ୍ୟଦେବଙ୍କ କୃପାରୁ ଅସନ୍ତୁଷ୍ଟ ଇଚ୍ଛା ପୂରଣ ହେବ । ବ୍ୟବସାୟରେ ଭଲ ଅଭିବୃଦ୍ଧି ହେବ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ଛୁଟି କାରଣରୁ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବ । ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ । ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବ । ମାନସିକ ସ୍ତରରେ ଦୃଢ ହେବେ । ଟଙ୍କା ରୋଜଗାର ପାଇଁ ନୂଆ ଉପାୟ ଖୋଜିବେ । ଆପଣଙ୍କ ସାଥୀଙ୍କ ସହିତ ଭଲ ସମୟ ବିତିବ । ପାରିବାରିକ ଜୀବନ ଅନୁକୂଳ ହେବ ।

3/5

ତୁଳା ରାଶି- ୨୩ ଜୁନ ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ସକାଳ ସମୟରେ ଭଲ ଖବର ପାଇବେ । ଆପଣଙ୍କର ପୂରଣ ହୋଇନଥିବା ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଛି । ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି । ଚାକିରି କ୍ଷେତ୍ରରେ ନୂଆ କାମ ପାଇଁ ଯୋଜନା କରିବେ । ବ୍ୟବସାୟରେ ଆର୍ଥିକ ଲାଭ ମିଳିବ । ଯଦି ଆପଣ ଜମି, ଫ୍ଲାଟ କିମ୍ବା ଏକ ନୂଆ ଗାଡି କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କର ଇଚ୍ଛା ପୂରଣ ହୋଇପାରେ । ପାରିବାରିକ ଜୀବନ ସୁଖରେ କଟିବ ।

4/5

ମକର ରାଶି- ଦିନଟିରେ ଆପଣଙ୍କୁ ଶୁଭ ଫଳାଫଳ ମିଳିବ । କର୍ମମୟ ଜୀବନରେ ସଫଳତା ପାଇବେ । ଆର୍ଥିକ ସ୍ଥିତି ମଜବୁତ ହେବ । ବ୍ୟବସାୟରେ ପ୍ରତିଦ୍ୱନ୍ଦିଙ୍କୁ ଆପଣ ହରାଇବେ । ଦୂରଯାତ୍ରାରୁ ଶୁଭଫଳ ମିଳିବ । ଘରକୁ ଅତିଥି ଆସିପାରନ୍ତି ।

5/5

ମୀନ ରାଶି- କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିବ । ମିଠା କଥା କହି ଅନ୍ୟର ମନ ଜିଣିବାରେ ସକ୍ଷମ ହେବେ । ଦୂରଯାତ୍ରାରୁ ଆପଣଙ୍କୁ ଶୁଭଫଳ ମିଳିବ । ବ୍ୟବସାୟରୁ ଲାଭ ଅଧିକ ହେବା କାରଣରୁ ସଂଚୟ ପାଇଁ ଯୋଜନା କରିବେ । ପ୍ରତିଟି କଥାରେ ପ୍ରିୟଜନଙ୍କ ସମର୍ଥନ ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link