Lucky Zodiac Sign: ୨୭ଜୁନରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 27 June 2024: ଜୁନ୍ ୨୭, ଗୁରୁବାର ଦିନ ଚନ୍ଦ୍ର କୁମ୍ଭ ପରେ ମୀନ ରାଶିରେ ଚଳନ କରିବେ । ଆଷାଢ ମାସର କୃଷ୍ଣ ପକ୍ଷର ଷଷ୍ଠୀ ତିଥିରେ ରବି ଯୋଗ, ଆୟୁଷ୍ମାନ ଯୋଗ, ସୌଭାଗ୍ୟ ଯୋଗ ଏବଂ ଶତାଭିଷା ନକ୍ଷତ୍ରର ଶୁଭ ମିଶ୍ରଣ ହେବାକୁ ଯାଉଛି । ଯେଉଁଥିପାଇଁ ଦିନଟିର ଗୁରୁତ୍ୱ ବଢିଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦିନଟିରେ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତିମାନେ ଉପକୃତ ହେବାକୁ ଯାଉଛନ୍ତି ।

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 26 Jun 2024-9:19 pm,
1/5

ମିଥୁନ ରାଶି- ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି । ମନରେ ସାହସ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପ୍ରତ୍ୟେକ କାର୍ଯ୍ୟକୁ ଭଲ ଭାବେ ଶେଷ କରିବେ । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିବେ । ହଠାତ୍ କୌଣସି ସ୍ଥାନରୁ ଟଙ୍କା ପ୍ରାପ୍ତ ହୋଇପାରେ । ଅସମ୍ପୂର୍ଣ୍ଣ ଥିବା କାମ ସଂପୂର୍ଣ୍ଣ କରିବେ । କାର୍ଯ୍ୟରତ ବ୍ୟକ୍ତିଙ୍କ ପାଇଁ ଭଲ ଦିନ ହେବାକୁ ଯାଉଛି । କାର୍ଯ୍ୟ ମାଧ୍ୟମରେ କିଛି ବଡ଼ ଏବଂ ନୂଆ ସଫଳକା ହାସଲ କରିବେ । ବ୍ୟବସାୟୀମାନେ ନୂଆ କୌଶଳ ଶିଖିବେ । ନିଜ ଭାଇଭଉଣୀ ଏବଂ ପଡ଼ୋଶୀଙ୍କ ସହିତ ସମ୍ପର୍କ ଭଲ ରହିବ । ପରିବାର ସଦସ୍ୟଙ୍କ ସହିତ ଧାର୍ମିକ ଯାତ୍ରା କରିପାରନ୍ତି ।

2/5

ସିଂହ ରାଶି- ଆପଣଙ୍କ ପାଇଁ ଏକ ବିଶେଷ ଦିନ । ଗ୍ରହମାନଙ୍କ ଶୁଭ ସଂଯୋଗ କାରଣରୁ ଆପଣ ଧନ ଉପାର୍ଜନ କରିବେ । ବହୁ ପରିମାଣର ଟଙ୍କା ରୋଜଗାର କରିପାରନ୍ତି । ଆପଣଙ୍କର ଅଟକିଥିବା କାର୍ଯ୍ୟ ଆରମ୍ଭ ହୋଇପାରେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ସଫଳତା ମିଳିବ । ଭଗବାନ ବିଷ୍ଣୁଙ୍କ କୃପାରୁ ଜୀବନଶୈଳୀରେ ଉନ୍ନତି ହେବ । ଜୀବନରେ ଆଗକୁ ବଢିବାକୁ ଉତ୍ସାହିତ ହେବେ । ଚାକିରି କ୍ଷେତ୍ରରେ ଭଲ ଦରମା ସହିତ ଅନ୍ୟ କମ୍ପାନୀରୁ ଅଫର ମିଳିପାରେ । କ୍ୟାରିୟରରେ ଭଲ ଅଗ୍ରଗତି କରିବେ । ଘରକୁ ବିଶେଷ ଅତିଥିଙ୍କ ଆଗମନ ହେବ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ ।

3/5

ତୁଳା ରାଶି- ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ୍ ଦେବ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇ ପାରନ୍ତି । ସାମାଜିକ କାର୍ଯ୍ୟରେ ଭାଗ ନେବାକୁ ସୁଯୋଗ ପାଇବେ । ଆପଣ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିପାରନ୍ତି । ମାନ ସମ୍ମାନ ବୃଦ୍ଧି ପାଇବ । ସମ୍ପତ୍ତି କିମ୍ବା ନୂତନ ଯାନ କିଣିବାର ଇଚ୍ଛା ପୂରଣ ହୋଇପାରେ । ଯେଉଁ କ୍ଷେତ୍ରରେ କାମ କରୁଛନ୍ତି ସେଥିରେ ଅଦ୍ଭୁତପୂର୍ବ ସଫଳତା ପାଇବେ । ଘରର ନବୀକରଣରେ ଅର୍ଥ ଖର୍ଚ୍ଚ କରିବେ । ଜୀବନସାଥୀ ଏବଂ ପିଲାମାନଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ଧାର୍ମିକ କାର୍ଯ୍ୟକଳାପ ଆପମଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ ।

4/5

ବିଛା ରାଶି- ଆପଣଙ୍କ ପାଇଁ ଖୁସିର ସମୟ ଆସିଛି । ବ୍ୟକ୍ତିଗତ ଏବଂ ବୃତ୍ତିଗତ ତିକ୍ତତାରୁ ମୁକ୍ତି ପାଇବେ । ପୁରୁଣା ବିନିଯୋଗରୁ ଭଲ ରିଟର୍ଣ୍ଣ ପାଇବାର ସମ୍ଭାବନା ଅଛି । ଆୟ ବୃଦ୍ଧି ପାଇଁ ଅନେକ ସୁଯୋଗ ପାଇବେ । ଋଣ ପରିଷୋଧ କରିବେ । ବ୍ୟବସାୟ କରୁଥିବା ବ୍ୟକ୍ତି ନୂଆ କୌଶଳ ଶିଖିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ସୁଦୃଢ ହେବ । ଚାକିରି କ୍ଷେତ୍ରରେ ଦରମା ବୃଦ୍ଧି ହେବା ସହ ପଦୋନ୍ନତି ହେବାର ସମ୍ଭାବନା ଅଛି । ସମ୍ପତ୍ତି ସହ ଜଡିତ କୌଣସି ବିବାଦ ଚାଲିଥିଲେ ତାହା ସମାଧାନ ହେବ । ପରିବାରରେ ଶୁଭ କାର୍ଯ୍ୟ ହୋଇପାରେ ।

5/5

ଧନୁ ରାଶି- ଆପଣଙ୍କ ପାଇଁ ବିଶେଷ ଦିନ ହେବାକୁ ଯାଉଛି । ଇଚ୍ଛା କରୁଥିବା ଜିନିଷ ମିଳିପାରେ । ବ୍ୟବସାୟକୁ ନେଇ କିଛି ନୂଆ ଯୋଜନା କରିବେ । ଚାକିରି କ୍ଷେତ୍ରରେ ଭଲ ସୁଯୋଗ ପାଇବେ । ଆପଣଙ୍କ ପିଲାମାନେ ଆପଣଙ୍କୁ ଗୌରବାନ୍ୱିତ କରିବେ । ଧାର୍ମିକ କାର୍ଯ୍ୟକଳାପରେ ଆଗ୍ରହ ପ୍ରକାଶ କରିବେ । ସନ୍ତାନ ପ୍ରାପ୍ତି ଇଚ୍ଛା ପୂରଣ ହେବ । ପାରିବାରିକ ପରିବେଶ ଭଲ ରହିବ । ନୂଆ ଖାଦ୍ୟ ଉପଭୋଗ କରିବାର ସୁଯୋଗ ମଧ୍ୟ ମିଳିବ । ଭାଗିଦାରୀ ବ୍ୟବସାୟରେ ଅଧିକ ସଫଳତା ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link