Lucky Zodiac Sign: ୨୮ ଜାନୁଆରୀରେ ତ୍ରିବେଣୀ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 28 January 2025: ଦିନଟିରେ କେଉଁ ୫ଟି ରାଶିକୁ ଅଧିକ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।

1/6

ମିଥୁନ ରାଶି

ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କ ପାଇଁ ଦିନଟି ବହୁତ ଭଲ । ଆଶାଠାରୁ ଅଧିକ ଲାଭ ପାଇବେ । କୌଣସି ସ୍ଥାନରୁ ଅପ୍ରତ୍ୟାଶିତ ଲାଭ ମିଳିପାରେ। ଚାକିରି କ୍ଷେତ୍ରରେ ମାନ ସମ୍ମାନ ଏବଂ ପ୍ରଭାବ ବୃଦ୍ଧି ପାଇବ। ଚାକିରି ସନ୍ଧାନରେ ଥିଲେ ଭଲ ସୁଯୋଗ ମିଳିପାରେ। ଋଣ ନେବାକୁ ଚେଷ୍ଟା କରୁଥିଲେ ସହଜରେ ମିଳିପାରିବ । ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ପାରିବାରିକ ଜୀବନ ସୁଖଦ ହେବ।

2/6

ତୁଳା ରାଶି

ଆପଣଙ୍କ ପାଇଁ ତ୍ରିବେଣୀ ଯୋଗ ଶୁଭଫଳ ପ୍ରଦାନ କରିବ । ଆପଣଙ୍କ ପ୍ରୟାସରେ ତିନିଗୁଣ ଲାଭ ପାଇବେ। ଆଶା କରିନଥିବା ବ୍ୟକ୍ତିଙ୍କଠାରୁ ମଧ୍ୟ ଆପଣଙ୍କୁ ସାହାଯ୍ୟ ମିଳିପାରେ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି । ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ । କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିପାରେ। ରାଜନୈତିକ କ୍ଷେତ୍ର ସହ ଜଡିତ କାର୍ଯ୍ୟରେ ସଫଳତା ହାସଲ କରିବେ । ନୂତନ କାମ ଆରମ୍ଭ କରିପାରନ୍ତି । ଘରୋଇ ସମସ୍ୟା ଗୁଡିକର ସମାଧାନ ହୋଇଯିବ।

3/6

ବିଛା ରାଶି

ଦିନଟିରେ ଆପଣ ମାନ ସମ୍ମାନ ପାଇବେ । ପୁରୁଣା ସମସ୍ୟା ତଥା ବାଦ ବିବାଦରୁ ମୁକ୍ତି ମିଳିବ । ବିଭିନ୍ନ ସୁତ୍ରରୁ ଆଶ୍ୱସ୍ତି ଲାଭ କରିବେ । ଦୂରଯାତ୍ରା ଲାଭଦାୟକ ଏବଂ ସଫଳ ହେବ। ବ୍ୟବସାୟରେ ଭଲ ଟଙ୍କା ରୋଜଗାର କରିବେ । ବିଦେଶରେ ପଢିବାକୁ ଚେଷ୍ଟା କରୁଥିଲେ ଶୁଭ ସଙ୍କେତ ମିଳିପାରେ । ପ୍ରତିଯୋଗିତାରେ ସଫଳତା ମିଳିବାର ଅଧିକ ସମ୍ଭାବନା ରହିଛି । ଅତୀତରେ କରିଥିବା କାମରୁ ଲାଭ ପାଇବେ । ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ଉତ୍ସାହ ମିଳିବ। ପାରିବାରିକ ଜୀବନରେ ଜୀବନସାଥୀଙ୍କ ସମର୍ଥନ ପାଇବେ ।

4/6

ମକର ରାଶି

ଆପଣଙ୍କ ପାଇଁ ଏକ ଶୁଭ ଦିନ । ନିଜ ପ୍ରୟାସରେ ସଫଳତା ହାସଲ କରିବେ । ମଧ୍ୟାହ୍ନ ପରବର୍ତ୍ତୀ ସମୟ ଆପଣଙ୍କ ପାଇଁ ଅଧିକ ଫଳପ୍ରଦ ହେବ। ସରକାରୀ କ୍ଷେତ୍ର ସହ ଜଡିତ କାମରେ ବାଧା ଥିଲେ ତାହାର ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ, ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ଉପରେ ଖୁସିବ୍ୟକ୍ତ କରିବେ । ଉନ୍ନତିର ସୁଯୋଗ ମିଳିବ। ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ବ୍ୟବସାୟରେ ଅଟକି ରହିଥିବା ଟଙ୍କା ମିଳିପାରେ । ପ୍ରତିଯୋଗିତାରେ ସଫଳତା ମିଳିବାର ସମ୍ଭାବନା ରହିଛି। ପରିବାରରେ କିଛି ଶୁଭ କାମ ହୋଇପାରେ।

5/6

କୁମ୍ଭ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଲାଭଦାୟକ ସାବ୍ୟସ୍ତ ହେବ। ନିଜ ଯୋଜନାରେ ସଫଳତା ହାସଲ କରିବାର ସମ୍ଭାବନା ରହିଛି । ଗୁରୁତ୍ୱପୂର୍ଣ୍ଣ କାମ ଗୁଡିକ ଶେଷ ହୋଇପାରେ। ଚାକିରି କ୍ଷେତ୍ରରେ ସଫଳତା ମିଳିପାରେ । ଆମଦାନୀ-ରପ୍ତାନି କାର୍ଯ୍ୟରେ ଲାଭ ଅଧିକ ମିଳିବ। ଉପରିସ୍ଥ ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷା କରି ଆପଣ ଲାଭବାନ ହେବେ । ପଦୋନ୍ନତିର ସମ୍ଭାବନା ରହିଛି। ସହଭାଗୀତାରେ କାମ କରୁଥିଲେ ସାଥୀଙ୍କ ସାହାଯ୍ୟ ପାଇବେ। ପାରିବାରିକ ଜୀବନ ସୁଖଦ ହେବ। ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।

6/6

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link