Lucky Zodiac Sign: ୨୯ ମଇରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 29 May 2024: ମଇ ୨୯ ତାରିଖ ବୁଧବାର ଦିନ ଚନ୍ଦ୍ରମା ମକର ପରେ କୁମ୍ଭରେ ବିଦ୍ୟମାନ କରିବେ । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷ ଷଷ୍ଠୀ ତିଥି ରହିଛି । ଏହି ଦିନ ରବି ଯୋଗ, ଆଇନ୍ଦ୍ର ଯୋଗ ଏବଂ ଶ୍ରବଣା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଘଟୁଛି । ପ୍ରଭାବରେ ଦିନଟିର ଗୁରୁତ୍ୱ ବଢିବା ସହ କିଛି ରାଶି ପାଇଁ ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ।

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 28 May 2024-10:39 pm,
1/5

ତୁଳା ରାଶି -  ୨୯ ମଇ ଆପଣଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି । ବିନିଯୋଗ ମାଧ୍ୟମରେ ଭଲ ଆର୍ଥିକ ଲାଭ ପାଇବେ । ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ । ଏଥିସହ କର୍ମକ୍ଷେତ୍ରରେ ବରିଷ୍ଠ ସଦସ୍ୟଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ଭଗବାନ ଗଣେଶଙ୍କ କୃପାରୁ ଦୀର୍ଘ ଦିନ ଧରି ବିଚାରାଧୀନ ଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବ । କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତି ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଏବଂ ସ୍ନେହ ବୃଦ୍ଧି ପାଇବ । ଯଦି ବୈବାହିକ ଜୀବନରେ କୌଣସି ବିବାଦ ଚାଲିଥାଏ ତେବେ ତାହା ଶେଷ ହେବ ।

2/5

କର୍କଟ ରାଶି -  ୨୯ ମଇ ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ ହେବାକୁ ଯାଉଛି । ସହଜରେ ବଡ଼ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହେବେ । କୌଣସି ଆଇନଗତ ପ୍ରସଙ୍ଗରେ ବିଜୟ ପାଇବା ପରେ ମନ ଖୁସି ହେବ । ସରକାରୀ କ୍ଷେତ୍ରରୁ ଲାଭ ପାଇବେ । କର୍ମକ୍ଷେତ୍ରରେ ନିଜର ପ୍ରତିଭା ପାଇଁ ଅନ୍ୟମାନେ ଆଶ୍ଚର୍ଯ୍ୟ  ହେବେ । କ୍ୟାରିୟରରେ ଆପଣଙ୍କର ସ୍ଥିତି ସୁଦୃଢ ହେବ । ବିଦେଶରେ ରହୁଥିବା ସମ୍ପର୍କୀୟମାନଙ୍କଠାରୁ ଭଲ ଖବର ପାଇବେ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହୀ ହେବେ । ପରିବାରର ସଦସ୍ୟଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବେ । ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସହ ବୁଝାମଣା ଭଲ ରହିବ । ଏକତ୍ର ଆପଣ ପିଲାମାନଙ୍କର ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେଇପାରିବେ ।

3/5

କନ୍ୟା ରାଶି -  ୨୯ ମଇ ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଭଲ ଟଙ୍କା ରୋଜଗାର କରିବେ । ଅର୍ଥ ପ୍ରାପ୍ତି କାରଣରୁ ଖୁସି ହେବେ । ନୂତନ ବନ୍ଧୁ ସୃଷ୍ଟି କରିବାରେ ମଧ୍ୟ ସଫଳ ହେବେ । କର୍ମକ୍ଷେତ୍ରରେ ସ୍ଥିତି ଭଲ ରହିବା ସହ ସମ୍ମାନରେ ବୃଦ୍ଧି ଘଟିବ । ଆପଣଙ୍କର ମତାମତ ଏବଂ ଚିନ୍ତାଧାରାକୁ ସର୍ବତ୍ର ପ୍ରାଥମିକତା ଦିଆଯିବ । ବ୍ୟବସାୟକୁ ଆଗକୁ ନେବା ପାଇଁ ସମୟ ଅନୁକୂଳ ରହିଛି । ଧାର୍ମିକ କାର୍ଯ୍ୟକ୍ରମରେ ଜଡିତ ରହିପାରନ୍ତି । ବୈବାହିକ ଜୀବନରେ ନିଜ ସାଥୀ ପାଇଁ ଉପହାର କିଣିବାକୁ ମନ ବଳାଇବେ ।

4/5

ମକର ରାଶି -  ୨୯ ମଇ ଆପଣଙ୍କ ପାଇଁ ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି । ଭାଗ୍ୟ ଆପଣଙ୍କର ପ୍ରତିଟି କାର୍ଯ୍ୟରେ ସାଥ୍ ଦେବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ପରିଶ୍ରମର ଭଲ ଫଳାଫଳ ପାଇବେ । ମାନସିକ ଶାନ୍ତି ଅନୁଭବ କରିବେ । କ୍ୟାରିଅର ମଜବୁତ ହେବ । ଭ୍ରମଣ କରିବାର ଆନନ୍ଦ ମଧ୍ୟ ପାଇବେ । ଶିକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଥିଲେ ଇଚ୍ଛା ପୂରଣ ହେବ । ବ୍ୟବସାୟରେ ଲାଭ ଅର୍ଜନ କରିବାର ସମ୍ଭାବନା ଅଛି । ଗରିବ ଏବଂ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିବେ । ପ୍ରେମ ଜୀବନରେ ସାଥୀଙ୍କ ସହ ସମୟ ବିତିବ ।

5/5

କୁମ୍ଭ ରାଶି -  ୨୯ ମଇ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ଚାକିରୀରେ ପ୍ରମୋଶନ ସହିତ ଦରମା ବଢିବାର ସମ୍ଭାବନା ରହିଛି । ଦୂରଯାତ୍ରାରୁ ମଧ୍ୟ ଲାଭଦାୟକ ଫଳ ମିଳିବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଆହୁରୀ ନିବିଡ ହେବ । ବିଶେଷ କରି ଦାମ୍ପତ୍ୟ ଜୀବନରେ ସମୟ ଭଲରେ କଟିବ । ବ୍ୟବସାୟରେ ଭଲ ଟଙ୍କା ରୋଜଗାର କରିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link