Lucky Zodiac Sign: ୩୦ ମଇରେ ଗଜଲକ୍ଷ୍ମୀ ରାଜଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Luckiest Zodiac Sign, 30 May 2024 : ମଇ ୩୦ ଗୁରୁବାର ଦିନ ବୃଷ ରାଶିରେ ବୃହସ୍ପତି ଏବଂ ଶୁକ୍ରଙ୍କ ମିଳନ ହେଉଛି । ଯେଉଁଥିପାଇଁ ଗଜଲକ୍ଷ୍ମୀ ରାଜଯୋଗ ଗଠନ ହେବ । କୁମ୍ଭ ରାଶିରେ ଚନ୍ଦ୍ରଙ୍କ ଅବସ୍ଥାନ ହେବ । ଯେଉଁଠାରେ ଶନିଦେବ ପୂର୍ବରୁ ଉପସ୍ଥିତ ଅଛନ୍ତି । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ସପ୍ତମୀ ତିଥି ସହ ଗଜଲକ୍ଷ୍ମୀ ରାଜଯୋଗ ପଡୁଛି । ଏହି କାରଣରୁ ଦିନଟିର ଗୁରୁତ୍ୱ ବଢିଛି ।

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 29 May 2024-11:06 pm,
1/5

ମିଥୁନ ରାଶି -  ୩୦ ମଇ ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବାକୁ ଯାଉଛି । ଆପଣଙ୍କ ମନରେ ଆତ୍ମବିଶ୍ୱାସ ଏବଂ ନିଷ୍ଠା ରହିବ । ଲକ୍ଷ୍ୟ ପୂରଣ ହେବା ପାଇଁ କାର୍ଯ୍ୟ କରିବେ । ବ୍ୟବସାୟରେ ପୂର୍ବରୁ ଥିବା ସମସ୍ୟା ଦୂରେଇ ଯିବ । ବ୍ୟବସାୟରେ ଲାଭ ମିଳିବ । ରଣ ପରିଶୋଧ କରିବାରେ ସକ୍ଷମ ହେବେ । କ୍ୟାରିୟର ଦ୍ରୁତ ଗତିରେ ଅଗ୍ରଗତି କରିବେ । ବିଭିନ୍ନ କ୍ଷେତ୍ରରୁ ଧନ ଉପାର୍ଜନ ହେବ । ପାରିବାରିକ ଜୀବନରେ ଭାଇ ଓ ଭଉଣୀମାନଙ୍କଠାରୁ ସମର୍ଥନ ମିଳିବ । ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବେ । ବିଶେଷ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ ।

2/5

ସିଂହ ରାଶି -  ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ମଧୁର କଥାରେ ଅନ୍ୟର ମନ ଜିଣିବାରେ ସକ୍ଷମ ହେବେ । ମାନ ସମ୍ମାନରେ ବୃଦ୍ଧି ଘଟିବ । ବ୍ୟବସାୟୀମାନେ ଅଗ୍ରଗତି କରିବେ । ପ୍ରତିଯୋଗୀମାନଙ୍କୁ ପଛରେ ପକାଇବେ । ନିଯୁକ୍ତ ବ୍ୟକ୍ତିମାନେ ନିଜ କାର୍ଯ୍ୟରେ ଖୁସି ରହିବେ । ପରିବାର ଏବଂ ସାଙ୍ଗମାନଙ୍କ ଠାରୁ ଭଲ ଖବର ଶୁଣିପାରନ୍ତି । ଏକାଧିକ ଉତ୍ସରୁ ଟଙ୍କା ମିଳିପାରେ । ବୈବାହିତ ଜୀବନରେ ଜୀବନସାଥୀଙ୍କ ସହ ଭଲ ବୁଝାମଣା ରହିବ ।

3/5

ତୁଳା ରାଶି -  ଆପଣଙ୍କ ପାଇଁ ଦିନଟି ଫଳପ୍ରଦ ହେବାକୁ ଯାଉଛି । ନିଜ କାର୍ଯ୍ୟ ମାଧ୍ୟମରେ ସମାଜରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ । ଜୀବନରେ ଥିବା ଅସୁବିଧା ଦୂର ହୋଇଯିବ । ସମସ୍ତ କାର୍ଯ୍ୟକୁ ବୁଦ୍ଧିମାନର ସହ ସମାପ୍ତ କରିବାରେ ସଫଳ ହେବେ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହିତ ଥିବା ବିବାଦ ଦୂରେଇ ଯିବ । ପରିବାରର ଉନ୍ନତି ପାଇଁ କିଛି ନୂତନ ପଦକ୍ଷେପ ଗ୍ରହଣ କରିବେ । ଧନ ମିଳିବାର ସୌଭାଗ୍ୟ ରହିଛି ।

4/5

ବିଛା ରାଶି -  ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବାକୁ ଯାଉଛି । ନିଜ ପରିବାରର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବେ । ଧାର୍ମିକ କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ଅନେକ ମାଧ୍ୟମରେ ଟଙ୍କା ରୋଜଗାର କରିବାରେ ସଫଳ ହେବେ । ଏଥିସହ ଭଲ ସଞ୍ଚୟ କରିବାରେ ସକ୍ଷମ ହେବେ । ବ୍ୟବସାୟୀମାନଙ୍କୁ ସଫଳତା ମିଳିବ । ପ୍ରେମ ଜୀବନରେ ସମ୍ପର୍କରେ ମଧୁରତା ଭରିଯିବ । ନିଯୁକ୍ତ ବ୍ୟକ୍ତିମାନେ ଯାହା ବି କରିବେ ସେଥିରେ ଶୁଭ ଫଳାଫଳ ପାଇବେ । ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି । ବିନିଯୋଗରୁ ଆପଣ ଭଲ ଲାଭ ପାଇବେ । ପାରିବାରିକ ଜୀବନ ଭଲରେ କଟିବ ।

5/5

ମୀନ ରାଶି -  ଦିନଟି ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ । ବିନିଯୋଗରୁ ଭଲ ଲାଭ ପାଇବେ । ବିଦେଶ ଯାତ୍ରାର ସୁଯୋଗ ମଧ୍ୟ ମିଳିପାରେ । କ୍ୟାରିୟର କ୍ଷେତ୍ରରେ ସଫଳତା ପାଇବାରେ ସକ୍ଷମ ହେବେ । ସୁନାମ ଅର୍ଜନ କରିବେ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟ କରି ମାନସିକ ଶାନ୍ତି ମଧ୍ୟ ପାଇବେ । ବୃତ୍ତିଗତ ଜୀବନରେ ଭଲ ଲାଭ ପାଇବେ । ପୂର୍ବରୁ ଥିବା ଇଚ୍ଛା ମଧ୍ୟ ପୂରଣ ହେବ । ଭଗବାନ ବିଷ୍ଣୁଙ୍କ କୃପା ଆପଣଙ୍କ ଉପରେ ରହିବ । ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପଯୋଗୀ ପ୍ରମାଣିତ ହେବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link