Nav Graha Transit 2025: ନୂଆବର୍ଷରେ କୁବେର ହେବେ ପ୍ରସନ୍ନ, ୫ ରାଶିରେ ହେବ ଧନ ବର୍ଷା !

Astrology 2025: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୦୨୫ ମସିହାରେ ସମସ୍ତ ୯ ଟି ଗ୍ରହର ପ୍ରଭାବ ୧୨ଟି ରାଶିରେ ରହିବ । ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସେମାନଙ୍କର ଗତିବିଧି ପରିବର୍ତ୍ତନ କରିବେ ।

1/9

ମନ, ଚିନ୍ତାଧାରା ଏବଂ ଭାବପ୍ରବଣତାକୁ ନିୟନ୍ତ୍ରଣ କରିଥାନ୍ତି ଚନ୍ଦ୍ର । ୨୦୨୫ ମସିହାରେ ଚନ୍ଦ୍ର ମୋଟ ୧୬୧ ଥର ରାଶି ଏବଂ ୩୬୧ ଥର ନକ୍ଷତ୍ର ପରିବର୍ତ୍ତନ କରିବେ । ସେହିପରି ବୁଧ ବକ୍ତବ୍ୟ ଏବଂ ବ୍ୟବସାୟ ସହ ଜଡିତ । ବୁଧ ୧୫ ଥର ରାଶି ଏବଂ ୩୪ ଥର ନକ୍ଷତ୍ର ପରିବର୍ତ୍ତନ କରିବେ । କେବଳ ସେତିକି ନୁହେଁ, ଶୁକ୍ର ମଧ୍ୟ ୧୦ ଥର ରାଶି ଏବଂ ୨୬ ଥର ନକ୍ଷତ୍ର ପରିବର୍ତ୍ତନ କରିବ ।

2/9

Horoscope 2025: ନୂଆବର୍ଷରେ ସୂର୍ଯ୍ୟ ୧୨ ଥର ରାଶି  ଏବଂ ୨୭ ଥର ନକ୍ଷତ୍ର ପରିବର୍ତ୍ତନ କରିବେ । ମଙ୍ଗଳ ୭ଥର ରାଶି ଏବଂ ୧୪ଥର ନକ୍ଷତ୍ର ପରିବର୍ତ୍ତନ କରିବେ । ଦେବଗୁରୁ ବୃହସ୍ପତି ନୂଆବର୍ଷରେ ୩ଥର ରାଶି ଓ ନକ୍ଷତ୍ର ପରିବର୍ତ୍ତନ କରିବେ । ଏଥି ସହିତ ନ୍ୟାୟର ଦେବତା ପ୍ରଭୁ ଶନିଦେବ ୨୦୨୫ ମସିହାରେ ଥରେ ରାଶି ଏବଂ ୨ଥର ନକ୍ଷତ୍ର ପରିବର୍ତ୍ତନ କରିବେ । ଛାୟା ଗ୍ରହ ରାହୁ ଥରେ ନକ୍ଷତ୍ର ପରିବର୍ତ୍ତନ କରିବେ ଏବଂ କେତୁ ଦୁଇଥର ନକ୍ଷତ୍ର ପରିବର୍ତ୍ତନ କରିବେ ।

3/9

ଜ୍ୟୋତିଷଙ୍କ ଅନୁଯାୟୀ 2025 ବର୍ଷ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ନୂଆ ବର୍ଷ ମଧ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଏବଂ କେତୁଙ୍କ ପ୍ରଭାବ ବିଭିନ୍ନ ରାଶିର ଲୋକଙ୍କ ଉପରେ ପଡିବ । ତେବେ ୨୦୨୫ ବର୍ଷ ୫ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ । ପ୍ରଭୁ କୁବେରଙ୍କ ଆଶୀର୍ବାଦ ଉକ୍ତ ରାଶି ଉପରେ ରହିବ ।

4/9

ବୃଷ ରାଶି

ଶୁକ୍ରଙ୍କ ପ୍ରଭାବରୁ ଆପଣ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ପ୍ରଗତିର ଦୃଢ ସମ୍ଭାବନା ରହିଛି । ଯଦି ଆପଣ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ସମୟ ଶୁଭ । ୨୦୨୫ ମସିହାରେ, ମାର୍ଚ୍ଚରୁ ଜୁନ୍ ଏବଂ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ହେବ ।

5/9

ସିଂହ ରାଶି

ନିଜ କ୍ୟାରିୟରରେ ନୂତନ ସଫଳତା ହାସଲ କରିବେ । ନୂତନ ନେତୃତ୍ୱର ସୁଯୋଗ ପାଇବେ । ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ଉତ୍କୃଷ୍ଟ ଫଳାଫଳ ପାଇବା ସମ୍ଭାବନା ରହିଛି । ସରକାରୀ କାର୍ଯ୍ୟ ଏବଂ ରାଜନୀତି ସହ ଜଡିତ ବ୍ୟକ୍ତିଙ୍କ ପାଇଁ ବର୍ଷଟି ଅତ୍ୟନ୍ତ ଶୁଭ । ନିବେଶ ଏବଂ ବ୍ୟବସାୟରେ ବିପୁଳ ଲାଭ ମିଳିବାର ସମ୍ଭାବନା ଅଛି । ଆମପଣଙ୍କର ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ଜାନୁଆରୀରୁ ଏପ୍ରିଲ୍ ଏବଂ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ସମୟ ଅନୁକୂଳ ହେବ ।

6/9

ତୁଳା ରାଶି

ନୂଆବର୍ଷଟି ପ୍ରେମ ଜୀବନ ଏବଂ ଆର୍ଥିକ ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ । ଶୁକ୍ର ଏବଂ ଶନିଙ୍କ ପ୍ରଭାବ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ହେବ । ବ୍ୟବସାୟ ସହ ଜଡିତ ବ୍ୟକ୍ତି ଅପ୍ରତ୍ୟାଶିତ ଲାଭ ପାଇବେ । ବିଦେଶକୁ ଯାତ୍ରା କରିବାର ସୁଯୋଗ ମିଳିବ । ବିବାହ ଏବଂ ପ୍ରେମ ଜୀବନରେ ଶୁଭ ଫଳାଫଳ ମିଳିବ । ଅବିବାହିତ ବ୍ୟକ୍ତିଙ୍କ ବିବାହ ହେବାର ସମ୍ଭାବନା ରହିଛି । ଫେବୃଆରୀରୁ ମେ ଏବଂ ଅକ୍ଟୋବରରୁ ଡିସେମ୍ବର ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ ।

7/9

ଧନୁ ରାଶି

ଆପଣଙ୍କ ପାଇଁ ବର୍ଷଟି ଧାର୍ମିକ ଏବଂ ଅର୍ଥନୈତିକ ପ୍ରଗତିର ବର୍ଷ ବୋଲି ପ୍ରମାଣିତ ହୋଇପାରେ । ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ । ବୃହସ୍ପତିର ଶୁଭ ପ୍ରଭାବରୁ ବିପୁଳ ଆର୍ଥିକ ଲାଭ ପାଇବେ । ବିଚାରାଧୀନ କାର୍ଯ୍ୟ ଗୁଡିକ ଶେଷ ହେବ । ନୂତନ ଆରମ୍ଭ ପାଇଁ ସମ୍ଭାବନା ରହିବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିପାରେ । ସରକାରୀ ଚାକିରି ପାଇଁ ଟିକେ ଅଧିକ ପ୍ରୟାସ କଲେ ସଫଳତା ହାସଲ କରିବେ । ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ଆପଣଙ୍କ ପାଇଁ ମେ ରୁ ଅଗଷ୍ଟ ଏବଂ ନଭେମ୍ବର ମଧ୍ୟରେ ସମୟ ଅନୁକୂଳ ହେବ ।

8/9

ମକର ରାଶି

ଆପଣଙ୍କ ଇଚ୍ଛା ପୂରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସଫଳତା ହାସଲ କରିବା ପାଇଁ ଆପଣଙ୍କ ପ୍ରୟାସ ଫଳପ୍ରଦ ହେବ । ମକର ରାଶିରେ ଶନିଙ୍କ ଚଳନ ବିଶେଷ ଲାଭଦାୟକ ସାବ୍ୟସ୍ତ ହେବ । ଦୀର୍ଘ ବିଚାରାଧୀନ କାର୍ଯ୍ୟ ଗୁଡ଼ିକ ଶେଷ ହୋଇପାରେ । ଚାକିରିରେ ପଦୋନ୍ନତି ଏବଂ ବ୍ୟବସାୟ ବିସ୍ତାର ହେବାର ଦୃଢ ସମ୍ଭାବନା ରହିଛି । ସମ୍ପତ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ଆପଣ ସଫଳତା ପାଇବେ । ନୂତନ ଘର କିମ୍ବା କାର କିଣିବାର ସୁଯୋଗ ପାଇବେ । ଫେବୃଆରୀରୁ ଜୁନ୍ ଏବଂ ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ଆପଣଙ୍କ ପାଇଁ ସମୟ ଅନୁକୂଳ 

9/9

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link