Sahara Refund Status: ନିବେଶକମାନେ ଫେରି ପାଇବେ କି ସମ୍ପୂର୍ଣ୍ଣ ଟଙ୍କା ? ପଢନ୍ତୁ ପୂରା ଖବର

Sahara Refund Status: ନିଜର କଷ୍ଟ ଅର୍ଜିତ ଧନ ସାହାରା ଇଣ୍ଡିଆରେ ବିନିଯୋଗ କରିଥିବା ଲକ୍ଷ ଲକ୍ଷ ଲୋକଙ୍କ ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ଅଟକି ରହିଛି । କିନ୍ତୁ ଏକ ଭାଇରାଲ ବାର୍ତ୍ତାରେ ଏହା ଦାବି କରାଯାଇଛି ଯେ, ସରକାର ଖୁବ୍ ଶୀଘ୍ର ସମସ୍ତ ନିବେଶକଙ୍କ ଟଙ୍କା ଫେରସ୍ତ କରିବେ। ଆପଣଙ୍କୁ ଆଜି ଜଣାଇବୁ ଯେ, ଏହି ଦାବିର ସତ୍ୟତା କେତେ ଏବଂ ସାହାରା ଇଣ୍ଡିଆ ଫେରସ୍ତ ପୋର୍ଟାଲର ପ୍ରକ୍ରିୟା ଓ ପ୍ରକୃତରେ ଆପଣଙ୍କ ଟଙ୍କା ଫେରି ଆସିବ କି ନାହିଁ ।

1/9

ଦଶନ୍ଧି ଧରି ଏକ ନିର୍ଭରଯୋଗ୍ୟ ଆର୍ଥିକ ପ୍ରତିଷ୍ଠାନ ଭାବରେ ମାନ୍ୟତା ପାଇଥିବା ସାହାରା ଗ୍ରୁପ୍ ବର୍ତ୍ତମାନ ହଜାର ହଜାର ନିବେଶକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। 2008 ମସିହାରେ ଇଡି କାର୍ଯ୍ୟ ପରଠାରୁ ସାହାରା ବିରୋଧରେ ବିଭିନ୍ନ ପ୍ରକାରର ମାମଲା ଚାଲିଛି । ଯେଉଁ କାରଣରୁ ଲକ୍ଷ ଲକ୍ଷ ନିବେଶକଙ୍କ ଟଙ୍କା ଅଟକି ରହିଛି । ସାହାରାର ଅଧିକାଂଶ ନିବେଶକ ଗରିବ ଶ୍ରେଣୀର ଲୋକ । ଯେଉଁମାନେ ନିଜ କଷ୍ଟ ଅର୍ଜିତ ଧନ ସଞ୍ଚୟ କରି ସାହାରାରେ ନିବେଶ କରିଥିଲେ ।

2/9

2023 ମସିହା ଜୁଲାଇ ମାସରେ, ମୋଦୀ ସରକାର ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ନିମନ୍ତେ ଏକ ପୋର୍ଟାଲ ଆରମ୍ଭ କରିଥିଲେ। ଏହି ପୋର୍ଟାଲର ଉଦ୍ଦେଶ୍ୟ ଥିଲା ଯେଉଁମାନଙ୍କର ଜମା ଟଙ୍କା ସାହାରାରେ ଅଟକି ରହିଛି ସେମାନେ ଆବେଦନ କରିବା ସହ ଫେରସ୍ତ ପ୍ରକ୍ରିୟା ଅଧୀନରେ ନିଜ ଟଙ୍କାର ଦାବି କରିପାରିବେ। ସେବେଠାରୁ ଟଙ୍କା ଫେରସ୍ତ ଆଶାରେ ଏହି ପୋର୍ଟାଲ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ଆବେଦନ କରିଥିଲେ । ତଥାପି ଅଧିକାଂଶ ନିବେଶକ ଟଙ୍କା ଫେରସ୍ତ ପାଇବାରେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

3/9

ଝାଡଖଣ୍ଡରେ ଆଗକୁ ବିଧାନସଭା ନିର୍ବାଚନ ରହିଛି । କିନ୍ତୁ ତା ପୂର୍ବରୁ ସାହାରା ନିବେଶକଙ୍କ ଟଙ୍କା ଫେରସ୍ତକୁ ନେଇ ଏକ ନୂଆ ମୋଡ଼ ଆସିଛି। ଝାଡଖଣ୍ଡର ଖବରକାଗଜରେ ବିଜେପି ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞାପନରେ କୁହାଯାଇଛି ଯେ, ସାହାରା କୌଣସି ଜମାକାରୀ ନିଜ କଷ୍ଟ ଅର୍ଜିତ ଧନ ହରାଇବେ ନାହିଁ । ପ୍ରତ୍ୟେକ ଲୋକଙ୍କ ଟଙ୍କା ଫେରସ୍ତ କରାଯିବ । ଏହି ବିଜ୍ଞାପନରେ ସାହାରା ନିବେଶକଙ୍କୁ ଟଙ୍କା ଫେରସ୍ତ କରିବାକୁ ପ୍ରତିଶୃତି ଦିଆଯାଇଛି । ଏହି କାରଣରୁ ସୋସିଆଲ ମିଡିଆରେ ପୋଷ୍ଟଟି ଭାଇରାଲ ହେବାରେ ଲାଗିଛି ।

4/9

ସୂଚନା ମୁତାବକ, ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏକ ନିର୍ବାଚନ ରାଲିରେ କହିଥିଲେ ଯେ, ସାହାରାରେ ଫସି ରହିଥିବା ସମସ୍ତ ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ସରକାର କାର୍ଯ୍ୟ କରିବେ। ତାଙ୍କ କହିବାନୁସାରେ, ଏହା ହେଉଛି ବିଜେପିର ପ୍ରତିଶ୍ରୁତି। ତେବେ ଏହି ପ୍ରତିଶୃତି ପଛରେ କୌଣସି ଦୃଢ ଯୋଜନା ଅଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ।

5/9

ଅନ୍ୟପଟେ ସାହାରାରେ ଫସି ରହିଥିବା ନିବେଶକଙ୍କ ପାଇଁ ଟଙ୍କା ଫେରସ୍ତ ହେବା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସାହାରା ରିଫଣ୍ଡ ପୋର୍ଟାଲ ଏବଂ ଅନ୍ୟାନ୍ୟ ନୀତି ମାଧ୍ୟମରେ ରିଲିଫ ଯୋଗାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ନିବେଶକମାନଙ୍କ ପାଇଁ ସରକାରୀ ପ୍ରକ୍ରିୟା ଏବଂ ପୋର୍ଟାଲ ଗୁଡିକର ସଠିକ୍ ଉପଯୋଗ କରିବା ଏବଂ ସେମାନଙ୍କ ଟଙ୍କା ଫେରିପାଇବା ପାଇଁ ଉଦ୍ୟମ ଜାରି ରଖିବା ଜରୁରୀ ଅଟେ ।

6/9

ଗତ କିଛି ମାସ ମଧ୍ୟରେ ନିବେଶକଙ୍କୁ ସହାୟତା କରିବା ପାଇଁ ମୋଦୀ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସେପ୍ଟେମ୍ବର 2024 ରେ ସରକାର ସାହାରା ଫେରସ୍ତର ସର୍ବାଧିକ ସୀମା 10,000 ରୁ 50,000 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ପରିବର୍ତ୍ତନ ସେହି ନିବେଶକମାନଙ୍କ ପାଇଁ, ଯେଉଁମାନେ ସାହାରାର ସମବାୟ ସମିତିରେ ଅଳ୍ପ ପରିମାଣରେ ଜମା କରୁଥିଲେ ।

7/9

ସାହାରା ଫେରସ୍ତ ପୋର୍ଟାଲ ବ୍ୟବହାର କରିବା ଅତ୍ୟନ୍ତ ସହଜ । ଏହା ମାଧ୍ୟମରେ ନିବେଶକମାନେ ସେମାନଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବା ପାଇଁ ସହଜ ଅନୁଭବ କରିପାରିବେ । ପୋର୍ଟାଲରେ ଆବେଦନ କରିବାକୁ ଆଧାର ନମ୍ବର ଏବଂ ପାନ୍ କାର୍ଡ ବିଷୟରେ ସୂଚନା ପ୍ରଦାନ କରିବା ଆବଶ୍ୟକ ।

8/9

ସାହାରା ନିବେଶକମାନେ ସାହାରା ରିଫଣ୍ଡ ପୋର୍ଟାଲରେ ପଞ୍ଜୀକୃତ ହେବା ଉଚିତ ଏବଂ ସେମାନଙ୍କର ସୂଚନା ଅପଡେଟ୍ ରଖିବା ଆବଶ୍ୟକ । ଏଥିସହ ପ୍ରତ୍ୟକ ନିବେଶକ ସରକାରୀ ସୂଚନା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ନିବେଶକମାନେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାର୍ତ୍ତା ଏବଂ ବିଜ୍ଞାପନ ପ୍ରତି ସତର୍କ ରହିବା ଉଚିତ୍ ।

9/9

Disclamer: ଆପଣମାନେ ଧ୍ୟାନ ଦେବା ଆବଶ୍ୟକ ଯେ, ଏହି ତଥ୍ୟ ସୂଚନା ଆଧାରରେ ପ୍ରଦାନ କରାଯାଇଛି । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ସରକାରୀ ୱେବସାଇଟ୍ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link