September Rashifal Tula: ସ୍ୱାସ୍ଥ୍ୟ, ଆର୍ଥିକ ସ୍ଥିତି, ପ୍ରେମ ଜୀବନ ଓ କର୍ମକ୍ଷେତ୍ରରେ କିପରି କଟିବ ୩୦ଦିନ, ଜାଣନ୍ତୁ

September Rashifal Tula: ସେପ୍ଟେମ୍ବରରେ ତୁଳା ରାଶିର କ୍ୟାରିୟର କିପରି ରହିବ ? ଗ୍ରହ ଚଳନ ଜୀବନରେ କେଉଁ ମୋଡ଼ ଆଣିବ ? ପାରିବାରିକ ଜୀବନ କିପରି ହେବ ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣନ୍ତୁ ଏଠାରେ ।

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 19 Aug 2024-5:31 pm,
1/6

ପାରିବାରିକ ଜୀବନ ସେପ୍ଟେମ୍ୱର ମାସରେ ଆପଣଙ୍କ ମନରେ ଆଧ୍ୟାତ୍ମିକତା ପ୍ରବୃତ୍ତି ବୃଦ୍ଧି ପାଇବ । ଘରେ ପୂଜାପାଠ-ରୀତିନୀତିର ଆୟୋଜନ କରିପାରନ୍ତି । ପାରିବାରିକ ପରିବେଶ ଧାର୍ମିକ ରହିବ । ପରିବାର ସଦସ୍ୟମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ବାହାରେ ଘର ସମ୍ବନ୍ଧୀୟ କଥା କହିବା ଠାରୁ ଦୂରେଇ ରୁହନ୍ତୁ ଏବଂ ପିତାମାତାଙ୍କ ଯତ୍ନ ନିଅନ୍ତୁ । ଜଣେ ସମ୍ପର୍କୀୟ ପାରିବାରିକ ବିଷୟଗୁଡ଼ିକର ଲାଭ ଉଠାଇ ଆପଣଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିପାରନ୍ତି ।

2/6

ବ୍ୟବସାୟ ଏବଂ କାର୍ଯ୍ୟ ବ୍ୟବସାୟରେ ସେପ୍ଟେମ୍ବର ମାସରେ କିଛି ନୂତନ ଚୁକ୍ତିନାମା ହୋଇପାରେ । ଆପଣଙ୍କ ଶତୃଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ । ନିଜ ବକ୍ତବ୍ୟରେ ସଂଯମତା ବଜାୟ ରଖନ୍ତୁ । ଅନାବଶ୍ୟକ ଝଗଡା କରନ୍ତୁ ନାହିଁ । ଆପଣଙ୍କୁ ଏକ ନୂତନ ଚାକିରିର ସୁଯୋଗ ମିଳିପାରେ । ତେଣୁ ସେପ୍ଟେମ୍ବର ଆପଣଙ୍କ ପାଇଁ ଜଗିରଖି ଚଳିବାର ମାସ । କର୍ମକ୍ଷେତ୍ରରେ କିଛି ବ୍ୟକ୍ତି ଆପଣଙ୍କୁ ସମର୍ଥନ କରିବେ । ଯାହା ଆପଣଙ୍କ କ୍ୟାରିଅରକୁ ଅଗ୍ରଗତି କରିବ । ସରକାରୀ କର୍ମଚାରୀମାନେ ସେପ୍ଟେମ୍ବରରେ ନିଜ ପାଇଁ କିଛି ନୂଆ କରିବାକୁ ଚିନ୍ତା କରିବେ । କିନ୍ତୁ କିଛି ପ୍ରସଙ୍ଗରେ ଉଚ୍ଚ ଅଧିକାରୀଙ୍କ ସହ ମତଭେଦ ଦେଖାଦେଇପାରେ।

3/6

ଶିକ୍ଷା ବିଦ୍ୟାଳୟରେ ପଢୁଥିବା ଛାତ୍ରମାନଙ୍କ ପାଇଁ ସେପ୍ଟେମ୍ବର ଶୁଭଫଳ ଦେବ । ପରୀକ୍ଷାରେ ସଫଳତା ପାଇବେ । ଉଚ୍ଚଶିକ୍ଷା ଅନୁସରଣ କରୁଥିବା ଛାତ୍ରମାନେ ମାସ ଆରମ୍ଭରେ ଅଧ୍ୟୟନରେ କମ୍ ଆଗ୍ରହ ପ୍ରକାଶ କରିବେ ଏବଂ ଅନ୍ୟ ଜିନିଷ ପ୍ରତି ଆକର୍ଷିତ ହେବେ । ମାସ ଶେଷ ସୁଦ୍ଧା ଆପଣଙ୍କ ସହପାଠୀ ସହିତ ଯୁକ୍ତିତର୍କ ହୋଇପାରେ । ଯଦି ଆପଣ ସରକାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ।

4/6

ପ୍ରେମ ଜୀବନ କିଛି ପ୍ରସଙ୍ଗକୁ ନେଇ ପ୍ରେମୀଜୁଗଳଙ୍କ ମଧ୍ୟରେ ମତଭେଦ ହୋଇପାରେ । କିନ୍ତୁ ଏହା ଧୀରେ ଧୀରେ ଏହା ସମାଧାନ ହୋଇଯିବ । ସାଥୀ ଆପଣଙ୍କଠାରୁ କିଛି ଆଶା କରିବେ । ତେଣୁ ସାଥୀଙ୍କ ସହ ଖୋଲାଖୋଲି କଥା ହୁଅନ୍ତୁ । ବିବାହିତ ବ୍ୟକ୍ତି ନିଜ ସାଥୀଙ୍କୁ ଅବିଶ୍ୱାସ କରିପାରନ୍ତି । ବିବାହ ଅପେକ୍ଷାରେ ଥିବା ପୁରୁଷ ଅସନ୍ତୋଷ ପ୍ରକାଶ କରିପାରନ୍ତି ।

5/6

ସ୍ୱାସ୍ଥ୍ୟ ଜୀବନ ମଧୁମେହ ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡିତ ଥିବା ବ୍ୟକ୍ତି ନିଜର ବିଶେଷ ଯତ୍ନ ନେବା ଉଚିତ । କାରଣ ମାସ ମଧ୍ୟଭାଗରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଯଦି ଆପଣଙ୍କ ବୟସ ଚାଳିଶ ବର୍ଷରୁ ଅଧିକ ତେବେ ମାସର ତୃତୀୟ ସପ୍ତାହରେ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା ଦେଖା ଦେଇପାରେ । ମାନସିକ ଚାପ ମଧ୍ୟ ସୃଷ୍ଟି ହୋଇପାରେ ।

6/6

ଶୁଭ ସଂଖ୍ୟା ଏବଂ ରଙ୍ଗ ଆପଣଙ୍କ ପାଇଁ ଶୁଭସଂଖ୍ୟା ୭ । ଶୁଭ ରଙ୍ଗ ଆକାଶି ଏବଂ ନୀଳ । ଏହି ଦୁଇଟି ଜିନିଷକୁ ପ୍ରାଥମିକତା ଦେଲେ ଆପଣଙ୍କୁ ଅଧିକ ଶୁଭଫଳ ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link