Shani Gochar: ନ୍ୟାୟର ଦେବତା ଶନିଦେବଙ୍କ ପ୍ରଭାବ, ୨୦୨୫ରେ ୩ ରାଶିକୁ ମିଳିବ ଲାଭ

ଶନି କୁମ୍ଭରୁ ବାହାରି ମୀନରେ ଚଳନ କରିବେ । ଏହାର ପ୍ରଭାବ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇପାରେ । 2025 ମସିହାରେ କେଉଁ ରାଶିରେ ଶନିଙ୍କ ଧାୟା ଆରମ୍ଭ ହେବ ଜାଣନ୍ତୁ ।

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 12 Nov 2024-5:55 pm,
1/7

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ହେଉଛନ୍ତି ନ୍ୟାୟର ଦେବତା । କର୍ମଫଳ ପ୍ରଦାନକାରୀ ଗ୍ରହ ଭାବେ ଶନିଦେବଙ୍କୁ ବିବେଚନା କରାଯାଏ। ଶନି ଦେବ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କାର୍ଯ୍ୟ ଅନୁଯାୟୀ ଫଳାଫଳ ଦେଇଥାନ୍ତି । ଶନିଙ୍କ ଚଳନ ସହିତ ଶନିଙ୍କ ସାଡେ ସତୀ କିଛି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଏ । ଶନିଙ୍କ ଧାୟା କିଛି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇଥାଏ । ୨୦୨୫ ମସିହାରେ ମାର୍ଚ୍ଚ ୨୯ ରେ, ଶନି ବୃହସ୍ପତିଙ୍କ ରାଶି ମୀନରେ ଚଳନ କରିବେ । ଶନିଙ୍କ ଏହି ଚଳନ ରାତି ୧୧ଟା୧ ସମୟରେ ହେବ ।

2/7

ବର୍ତ୍ତମାନ ଶନି କୁମ୍ଭ ରାଶିଚେ ଗତି କରୁଛନ୍ତି । ଶନି କୁମ୍ଭରେ ଥିବାରୁ ଶନି ଧାୟା କର୍କଟ ଏବଂ ବିଛା ରାଶିର ଲୋକଙ୍କ ପାଇଁ ଚାଲିଛନ୍ତି । ଶନି ମୀନରେ ପ୍ରବେଶ କରିବା ମାତ୍ରେ ଏହି ଉଭୟ ରାଶି ଶନି ଧାୟାରୁ ମୁକ୍ତି ପାଇବେ ।

3/7

2025 ମସିହାରେ ଶନି ମୀନରେ ଚଳନ କରିବା ପରେ ସିଂହ ଏବଂ ଧନୁ ରାଶିରୁ ଧାୟା ଆରମ୍ଭ ହେବ । ଆସନ୍ତା ଅଢେଇ ବର୍ଷ ପର୍ଯ୍ୟନ୍ତ ଏହି ଦୁଇଟି ରାଶି ଉପରେ ଶନିଙ୍କ ଧାୟା ପ୍ରଭାବ ରହିବ । ଶନିଙ୍କ ଚଳନ ଆଧାରରେ ଶନି ଧାୟା ଏବଂ ଶନି ସାଦେସୀଙ୍କୁ ମୂଲ୍ୟାଙ୍କନ କରିଥାନ୍ତି ଜ୍ୟୋତିଷ ।

4/7

ଜ୍ୟୋତିଷଙ୍କ ଅନୁଯାୟୀ, ଶନି ଧାୟାରେ ପୀଡିତ ରାଶିର ବ୍ୟକ୍ତିବିଶେଷ ଶାରୀରିକ, ମାନସିକ ଏବଂ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟ ମଧ୍ୟରେ ଅର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ଆପଣ ସତର୍କ ରହିବା ଜରୁରୀ ଅଟେ । ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସତର୍କ ରୁହନ୍ତୁ ।

5/7

ମକର ରାଶିର ବ୍ୟକ୍ତି ଶନିଙ୍କ ସାଡେ ସତୀ ପ୍ରଭାବରୁ ମୁକ୍ତି ପାଇବେ । 2025 ମସିହାରେ କର୍କଟ ଏବଂ ବିଛା ରାଶିର ବ୍ୟକ୍ତି ମଧ୍ୟ ଶନିଙ୍କ ପ୍ରଭାବରୁ ମୁକ୍ତି ପାଇବେ।

6/7

ଶନିଙ୍କ ଧାୟା ଅବଧି ମଧ୍ୟରେ ଯତ୍ନବାନ ହେବା ଆବଶ୍ୟକ । ବିଶେଷ କରି ଗାଡି ଚଳାଇବା ସମୟରେ ସତର୍କ ରହିବା ଉଚିତ୍ । ଶନିଦେବଙ୍କ ପ୍ରଭାବ ଥିବା ରାଶି ମାଂସ ଏବଂ ମଦ୍ୟପାନଠାରୁ ଦୂରତା ବଜାୟ ରଖିବା ଉଚିତ୍ ।

7/7

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link