Shukra Gochar 2024: ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ୫ଟି ରାଶି ରୁହନ୍ତୁ ସାବଧାନ, ନଚେତ...

Shukra Gochar 2024: ଜ୍ୟୋତିଷଙ୍କ ଅନୁଯାୟୀ, ହସ୍ତା ନକ୍ଷତ୍ରରେ ଶୁକ୍ରଙ୍କ ଚଳନ ଅଧିକାଂଶ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବାକୁ ଯାଉଛି । କିନ୍ତୁ ବିଶେଷ କରି ୫ ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଏହି ଚଳନ ନକରାତ୍ମକ ପ୍ରଭାବ ପକାଇବ ।

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 30 Aug 2024-2:59 pm,
1/5

ମେଷ ରାଶି

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ପ୍ରଭାବ କାରଣରୁ ଆପଣଙ୍କୁ ସାବଧାନ ହେବାର ଆବଶ୍ୟକତା ରହିଛି । ଆପଣଙ୍କ ଖର୍ଚ୍ଚ ଅଧିକ ହୋଇପାରେ । ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟୀଙ୍କ କ୍ଷେତ୍ରରେ କ୍ଷତି ସହିବାକୁ ପଡିପାରେ । ଚାକିରି କ୍ଷେତ୍ରରେ ମଧ୍ୟ ନକାରାତ୍ମକ ଫଳାଫଳ ମିଳିପାରେ । ମାନସିକ ଚାପ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ।

2/5

କର୍କଟ ରାଶି

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ପ୍ରଭାବରୁ ଆପଣଙ୍କୁ ନକରାତ୍ମକ ଫଳାଫଳ ମିଳିପାରେ । ଅଫିସରେ ସହକର୍ମୀ କିମ୍ବା ବସଙ୍କ ସହିତ ମତଭେଦ ହୋଇପାରେ । ବ୍ୟବସାୟରେ କ୍ଷତି ଅଧିକ ହେବାରୁ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ । ଘରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ, ଚୋରି ହେବାର ସମ୍ଭାବନା ରହିଛି । ମାପି ଚୁପି କଥାବାର୍ତ୍ତା କରନ୍ତୁ ।

3/5

କନ୍ୟା ରାଶି

ଶୁକ୍ରଙ୍କ ଉତ୍ତରା ଫାଲଗୁଣୀରୁ ହସ୍ତା ନକ୍ଷତ୍ରକୁ ଚଳନ ଆପଣଙ୍କ ଜୀବନରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ପଡିପାରେ । ଆୟଠାରୁ ଅଧିକ ଖର୍ଚ୍ଚ ଅଧିକ ହେବ । ଚାକିରି କ୍ଷେତ୍ରରେ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ବିପୁଳ ଅର୍ଥ ନଷ୍ଟ ହେବାର ସମ୍ଭାବନା ରହିଛି ।

4/5

ଧନୁ ରାଶି

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ଜୀବନରେ ଗଭୀର ପ୍ରଭାବ ପକାଇପାରେ । ବ୍ୟବସାୟରେ ଆପଣ ଆର୍ଥିକ କ୍ଷତି ସହିପାରନ୍ତି । ବ୍ୟବସାୟ ସହଭାଗୀମାନଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ । ବେସରକାରୀ ଚାକିରିରେ କାମ କରୁଥିବା ବ୍ୟକ୍ତିମାନେ କାର୍ଯ୍ୟ ଚାପ ଭୋଗିବେ । ସମ୍ପର୍କ ଉପରେ ବିଶ୍ୱାସ କମିବା ହେତୁ ଦୂରତା ବଢିପାରେ ।

5/5

ମୀନ ରାଶି

ଆପଣଙ୍କୁ ଏହି ସମୟରେ ସତର୍କ ରହିବା ଆବଶ୍ୟକ । ଟଙ୍କା ନଷ୍ଟ ହେତୁ ମନ ଅସ୍ଥିର ରହିବ । କାମ କରିବା ଭଳି ଅନୁଭବ କରିବେ ନାହିଁ । କୌଣସି କାରଣରୁ ପଡ଼ୋଶୀମାନଙ୍କ ସହିତ ଝଗଡା ହୋଇପାରେ । ଆପଣଙ୍କର ଯୋଗାଯୋଗ କୌଶଳର ଅବନତି ହେତୁ ଆପଣଙ୍କର କାର୍ଯ୍ୟ ପ୍ରଭାବିତ ହେବ । ବୃତ୍ତିଗତ କାର୍ଯ୍ୟରେ ମଧ୍ୟ ସମସ୍ୟା ବୃଦ୍ଧି ପାଇପାରେ । ପ୍ରେମ ଜୀବନ ନୈରାଶ୍ୟଜନକ ରହିବ । ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link