Shukra Nakshatra Parivartan: ୪ ଦିନ ପରେ ୩ ରାଶିର ବ୍ୟକ୍ତିଙ୍କୁ ଧନ ଲାଭ

Shukra Nakshatra Parivartan: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଧନତେରାସ ପୂର୍ବରୁ ଅକ୍ଟୋବର ୨୭ ରେ ଶୁକ୍ର ୧ଟା ୧୫ରେ ଜ୍ୟେଷ୍ଠା ନକ୍ଷତ୍ରରେ ଚଳନ କରିବେ। ସେଠାରେ ନଭେମ୍ବର ୭ ପର୍ଯ୍ୟନ୍ତ ଶୁକ୍ର ରହିବେ । ଶୁକ୍ରଙ୍କର ଏହି ନକ୍ଷତ୍ର ପରିବର୍ତ୍ତନ କାରଣରୁ ୩ଟି ରାଶିର ବ୍ୟକ୍ତି ଉପକୃତ ହେବେ ।

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 23 Oct 2024-4:04 pm,
1/5

Shukra Nakshatra Parivartan: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଧନତେରାସ ପୂର୍ବରୁ ତଥା ଅକ୍ଟୋବର ୨୭ ରେ ଶୁକ୍ର ଜ୍ୟେଷ୍ଠା ନକ୍ଷତ୍ରରେ ଚଳନ କରିବେ। ଏହି ନକ୍ଷତ୍ରରେ ନଭେମ୍ବର ୭ ପର୍ଯ୍ୟନ୍ତ ରହିବେ । ଶୁକ୍ରଙ୍କର ଏହି ନକ୍ଷତ୍ର ପରିବର୍ତ୍ତନ ୩ଟି ରାଶି ପାଇଁ ବହୁତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି ।

2/5

ସିଂହ ରାଶି

ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ ହେବାକୁ ଯାଉଛି। ଜୀବନର ଆପଣ ଉନ୍ନତି କରିବେ । କ୍ୟାରିୟର ଦୃଷ୍ଟିରୁ ଆପଣ ନୂଆ ସୁଯୋଗ ପାଇପାରନ୍ତି । ଆପଣଙ୍କୁ ଏକ ଭ୍ରମଣରେ ଯିବାକୁ ପଡିପାରେ । ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ହେବାକୁ ଯାଉଛି । ଆପଣ ନିବେଶ କ୍ଷେତ୍ରରେ ଭଲ ରିଟର୍ନ ପାଇପାରନ୍ତି । ଅବିବାହିତ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ ।

3/5

କନ୍ୟା ରାଶି

ଶୁକ୍ରର ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଖୁସି ଖବର ଆଣିବ । କାର୍ଯ୍ୟକ୍ଷେତ୍ରରେ ଆପଣ ସଫଳତା ପାଇବେ । ସହକର୍ମୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ଆୟର ନୂଆ ଉତ୍ସ ସୃଷ୍ଟି ହେବ । ବିଭିନ୍ନ କ୍ଷେତ୍ରରୁ ଆର୍ଥିକ ଲାଭ ପାଇବେ । ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ସୁଦୃଢ ହେବ । ବିବାହିତ ଜୀବନରେ ରହିଥିବା ସମସ୍ୟାରୁ ମୁକ୍ତି ପାଇବେ । ସାଥୀଙ୍କ ସହିତ କୌଣସି ସ୍ଥାନ ଭ୍ରମଣରେ ଯାଇପାରନ୍ତି । ଦୀର୍ଘ ସମୟ ଧରି କୌଣସି ରୋଗରେ ପୀଡିତ ଥିଲେ ତାହା ଦୂର ହୋଇଯିବ ।

4/5

ମକର ରାଶି

ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହିଛି । ଶ୍ରମିକମାନଙ୍କ ଦରମା ବୃଦ୍ଧି ହୋଇପାରେ । ଭଲ କାମ ପାଇଁ ପଦୋନ୍ନତି ମିଳିପାରେ । ବ୍ୟବସାୟୀମାନେ ନୂଆ ଡିଲ୍ ପାଇବେ । ଯେଉଁଥିରେ ଭଲ ଲାଭ ମିଳିବ । ଚାକିରି ଖୋଜୁଥିଲେ ଇଚ୍ଛାକୃତ ଚାକିରିର ଅଫର ମିଳିପାରେ । ବିଦେଶରେ କାମ କରିବାର ସୁଯୋଗ ମଧ୍ୟ ପାଇପାରନ୍ତି । ପ୍ରେମ ଜୀବନରେ ଥିବା ସମସ୍ୟା ମଧ୍ୟ ଦୂର ହୋଇଯିବ ।

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link