Sun Transit 2024: ଧନୁ ରାଶିରେ ସୂର୍ଯ୍ୟଙ୍କ ଚଳନ, ୫ ରାଶିର ଭାଗ୍ୟ ଚମକିବ !
Sun Transit 2024: ଡିସେମ୍ବର ୨୦୨୪ରେ ସୂର୍ଯ୍ୟ ଧନୁ ରାଶିରେ ଚଳନ କରିବେ । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସମସ୍ତ ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇବ । କିନ୍ତୁ ବିଶେଷ କରି ୫ ଟି ରାଶିର ବ୍ୟକ୍ତି ଆର୍ଥିକ ଲାଭ ପାଇବେ ।
ମେଷ ରାଶି
ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅନେକ ସୁଖ ଆଣିଦେବ । ଭାଗ୍ୟ ଆପଣଣଙ୍କ ସପକ୍ଷରେ ରହିବ । ଆପଣ ଯାହା ବି କରନ୍ତୁ ନା କାହିଁକି ସବୁଥିରେ ସଫଳତା ପାଇବାର ସମ୍ଭାବନା ରହିଛି । କଠିନ ପରିଶ୍ରମ ଆପଣଙ୍କୁ ସଫଳତା ଆଣିଦେବ । ସମସ୍ତ ବିଚାରାଧୀନ କାର୍ଯ୍ୟ ଶେଷ ହେବ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଲାଭ ପାଇବେ । କାର୍ଯ୍ୟରତ ବ୍ୟକ୍ତି ଚାକିରିରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି ।
କର୍କଟ ରାଶି
ଏହି ଚଳନ ସମୟରେ ଆପଣ ଅଧିକ ଲାଭ ପାଇବେ । କୌଣସି ବାଦ ବିବାଦ କିମ୍ବା କୋର୍ଟରେ ମାମଲା ଚାଲିଥିଲେ ସେଥିରେ ସଫଳତା ମିଳିବ । ସୂର୍ଯ୍ୟ ଚଳନର ପ୍ରଭାବ କାରଣରୁ ହଠାତ୍ ଆର୍ଥିକ ଲାଭ ଯୋଗ ରହିଛି । ବ୍ୟବସାୟ ସହିତ ଜଡିତ ବ୍ୟକ୍ତି ଲାଭବାନ ହେବେ ।
ସିଂହ ରାଶି
ସୂର୍ଯ୍ୟଙ୍କ ଚଳନ ଆପଣଙ୍କ ପାଇଁ ବହୁତ ଫଳପ୍ରଦ ସାବ୍ୟସ୍ତ ହେବ । ବିବାହିତ ବ୍ୟକ୍ତି ସନ୍ତାନ ସୁଖ ପାଇପାରନ୍ତି । ଜୀବନରେ ବିଭିନ୍ନ ପ୍ରକାରର ସଫଳତା ପାଇବେ ।
ଧନୁ ରାଶି
ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନରୁ ଆପଣ ଲାଭ ପାଇବେ । ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ ଶୁଭ ଖବର ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ । ନିଜ ବକ୍ତବ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
କୁମ୍ଭ ରାଶି
ସୂର୍ଯ୍ୟଙ୍କ ଚଳନରୁ ଆପଣ ଆର୍ଥିକ ଲାଭ ପାଇପାରନ୍ତି । ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ । ଆର୍ଥିକ ସ୍ଥିତି ସୁଦୃଢ ହେବ । ସୂର୍ଯ୍ୟଙ୍କ କୃପାରୁ ଆପଣଙ୍କୁ ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ ।
ତୁଳା ରାଶି
ସୂର୍ଯ୍ୟଙ୍କ ଚଳନ ଆପଣଙ୍କ ପାଇଁ ଏତେଟା ଫଳପ୍ରଦ ନୁହେଁ । ୩୦ ଦିନ ପର୍ଯ୍ୟନ୍ତ ଆପଣ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଲକ୍ଷ୍ୟ ହାସଲ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ସହଯୋଗୀଙ୍କ ସହ ମତଭେଦ ହୋଇପାରେ । ବ୍ୟବସାୟରେ ଲାଭ ହ୍ରାସ ହେବାର ସମ୍ଭାବନା ରହିଛି ।
ମୀନ ରାଶି
ସୂର୍ଯ୍ୟଙ୍କ ଚଳନ ଦ୍ୱାରା ଆପଣ ମଧ୍ୟ ପ୍ରଭାବିତ ହେବେ । ଏହି ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ବିବାହିତ ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଉପୁଜିପାରେ । ଆପଣଙ୍କୁ ଅର୍ଥ ସଂକଟର ସାମ୍ନା କରିବାକୁ ପଡିପାରେ ।
ତୁଳା ରାଶି
ସୂର୍ଯ୍ୟଙ୍କ ଚଳନରୁ ଆପଣ ନକରାତ୍ମକ ଫଳାଫଳ ପାଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ସମସ୍ୟା ବଢିପାରେ । ଲକ୍ଷ ହାସଲ କରିବାରେ ସମର୍ଥ ହେବାର ସମ୍ଭାବନା କମ । ଛାତ୍ରଛାତ୍ରୀମାନଙ୍କ ଠାରେ ଅଧ୍ୟୟନରେ ଆତ୍ମବିଶ୍ୱାସର କମ୍ ରହିବ । ପ୍ରେମ ଜୀବନରେ ଅସୁବିଧା ବଢିପାରେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।