Surya Gochar 2024: ଶନିଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ, ବଦଳିଯିବ ୫ ରାଶିର ଭାଗ୍ୟ
Sun Nakshatra Transit 2024: ସୂର୍ଯ୍ୟ ଆଜି ଅପରାହ୍ନରେ ଅନୁରାଧା ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ଶନି ଦେବ ହେଉଛନ୍ତି ଅନୁରାଧା ନକ୍ଷତ୍ରର ପ୍ରଭୁ । ସୂର୍ଯ୍ୟ ବିଶାଖା ନକ୍ଷତ୍ରରୁ ବାହାରୁ ଅନୁରାଧା ନକ୍ଷତ୍ରରେ ଚଳନ କରିବେ ।
Surya Nakshatra Gochar 2024: ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ କାରଣରୁ କେଉଁ ରାଶିର ଲୋକ ଉପକୃତ ହେବେ ।
ମେଷ ରାଶି
ସୂର୍ଯ୍ୟଙ୍କ ଏହି ଚଳନ ବିବାହିତ ଲୋକଙ୍କ ପାଇଁ ସୁଖ ଆଣିବ । ଏହି ପରିବର୍ତ୍ତନ ବର୍ଷ ଶେଷ ସୁଦ୍ଧା ଚାକିରି ଏବଂ ବ୍ୟବସାୟ ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ଭଲ ଖବର ଆଣିବ । ମାନ ସମ୍ମାନ ବୃଦ୍ଧି ଘଟିବ । ଜୀବନରେ ଉତ୍ଥାନ-ପତନ ହୋଇପାରେ । କଠିନ ପରିଶ୍ରମ ଏବଂ ନିଷ୍ଠାର ସହିତ ଆପଣ ସଫଳତା ହାସଲ କରିବେ । ଏହି ଚଳନ ସମୟରେ ପରିବାର ସହିତ ଆନନ୍ଦଦାୟକ ସମୟ ଅତିବାହିତ କରିବେ । ଦୂରଯାତ୍ରାର ସମ୍ଭାବନା ରହିଛି ।
ମିଥୁନ ରାଶି
ଆପଣଙ୍କ ପାଇଁ ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଜୀବନରେ ପ୍ରଗତି ଆଣିବ । ଚାକିରି ଏବଂ ବ୍ୟବସାୟରେ କରିଥିବା ଯୋଜନା ସଫଳ ହେବ । ବିଦେଶରେ ଅଧ୍ୟୟନ କରିବାର ସ୍ୱପ୍ନ ପୂରଣ ହୋଇପାରେ । ଦୂରଯାତ୍ରାରୁ ଆପଣ ଉପକୃତ ହେବେ । ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ବ୍ୟବସାୟରେ ଲାଭ ଅଧିକ ହେବାର ସମ୍ଭାବନା ରହିଛି ।
କନ୍ୟା ରାଶି
ସୂର୍ଯ୍ୟଙ୍କ ଚଳନ କଠିନ ପରିସ୍ଥିତିରେ ମଧ୍ୟ ଆପଣଙ୍କ ପାଇଁ ସଫଳତା ଆଣିଦେବ । ଗୁପ୍ତ ଯୋଜନା ବିଷୟରେ କାହାକୁ କୁହନ୍ତୁ ନାହିଁ । ଏହି ସମୟ ମଧ୍ୟରେ ପରିବାରଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ବିନିଯୋଗ କ୍ଷେତ୍ରରେ ଆପଣ ଭଲ ଲାଭ ପାଇବେ ।
ଧନୁ ରାଶି
ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନର ମିଶ୍ରିତ ପ୍ରଭାବ ଆପଣଙ୍କ ଉପରେ ରହିବ । ପ୍ରତିପକ୍ଷଙ୍କ ଉପରେ ଆପଣ ବିଜୟୀ ହେବେ । କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିପାରେ । ଆପଣ ଭଲ ଆୟ କରିବେ । କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ପ୍ରମାଣିତ ହେବାକୁ ଯାଉଛି । କ୍ୟାରିଅରରେ ନୂଆ ସୁଯୋଗ ମିଳିପାରେ । କୌଣସି ପ୍ରତିବନ୍ଧକ ବିନା ଆଗକୁ ବଢିବେ ।
ମୀନ ରାଶି
ସୂର୍ଯ୍ୟଙ୍କ ପ୍ରଭାବ କାରଣରୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ପୂଜାପାଠ ଏବଂ ଶୁଭ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ । ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ମାନସିକ ଶାନ୍ତି ମିଳିବ । ଆପଣଙ୍କ ନିଷ୍ପତ୍ତି କାରଣରୁ ପ୍ରଶଂସିତ ହୋଇପାରନ୍ତି । ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି । ସୂର୍ଯ୍ୟଙ୍କ ଚଳନ ସମୟରେ ବିଦେଶ ଯିବାର ଇଚ୍ଛା ପୂରଣ ହେବାର ସମ୍ଭାବନା ଅଧିକ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ