Weekly Horoscope: ଅଗଷ୍ଟ ୨୫ ପୂର୍ବରୁ ଏହି ରାଶିକୁ ମିଳିବ ଖୁସି ଖବର

Weekly Horoscope: ଟଙ୍କା କାରବାର କ୍ଷେତ୍ରରେ କେଉଁ ରାଶି ସତର୍କ ରହିବା ଆବଶ୍ୟକ, ଜାଣନ୍ତୁ ସାପ୍ତାହିକ ରାଶିଫଳରେ

1/12

ମେଷ ରାଶି ଆପଣ ଚାକିରିରେ କିଛି ବଡ ଦାୟିତ୍ୱ ପାଇପାରନ୍ତି । ପୁରୁଣା ନିବେଶରୁ ଆପଣ ଆର୍ଥିକ ଲାଭ ପାଇବେ । ବିଶେଷ କରି ହୋଟେଲ କ୍ଷେତ୍ରରେ ଆପଣଙ୍କୁ ଅଧିକ ଫଳାଫଳ ମିଳିବ । ଦୂରଯାତ୍ରା ପାଇଁ ସମୟ ଶୁଭପ୍ରଦ ।

2/12

ବୃଷ ରାଶି ଆପଣଙ୍କୁ ନୂଆ ଆୟର ଉତ୍ସ ମିଳିପାରେ । ଆଇଟି କମ୍ପାନୀଗୁଡିକରେ କାର୍ଯ୍ୟ କରୁଥିବା ଲୋକଙ୍କ ଆୟ ଅଧିକ ବୃଦ୍ଧି ହେବାର ସମ୍ଭାବନା ରହିଛି । ଘର ପାଇଁ ମୂଲ୍ୟବାନ ଜିନିଷ କିଣିବାରେ ଟଙ୍କା ଖର୍ଚ୍ଚ ହେବ । ବ୍ୟବସାୟୀମାନେ ଟଙ୍କା କାରବାରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ପିତାମାତାଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କଲେ ଶୁଭଫଳ ପାଇବେ ।

3/12

ମିଥୁନ ରାଶି ଯଦି ଆପଣ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ଅଟେ । ବ୍ୟବସାୟକୁ ବଡ଼ କରିବା ପାଇଁ ଅର୍ଥର ଅଭାବ ଦୂର ହେବ । କାହାକୁ ଟଙ୍କା ଦେବା ଏବଂ ଗ୍ରହଣ କରିବା ସମୟରେ ସତର୍କ ରୁଗନ୍ତୁ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ ।

4/12

କର୍କଟ ରାଶି ନୂଆ ଗୃହ ନିର୍ମାଣ କିମ୍ବା କିଣିବା ଯୋଜନା ସଫଳ ହେବ । ଷ୍ଟକ୍ ମାର୍କେଟ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡ ମାଧ୍ୟମରେ ବିପୁଳ ଆର୍ଥିକ ଲାଭର ସମ୍ଭାବନା ଅଛି । ଚାକିରିରେ ପଦୋନ୍ନତି ପାଇବା ସମ୍ଭାବନା ଅଛି ।

5/12

ସିଂହ ରାଶି ଧାର୍ମିକ ଭ୍ରମଣରେ ଟଙ୍କା ଖର୍ଚ୍ଚ କରିବାର ସମ୍ଭାବନା ଅଛି । ସମ୍ପତ୍ତି କ୍ରୟ ଏବଂ ବିକ୍ରୟରୁ ଆର୍ଥିକ ଲାଭ ହେବ । ବ୍ୟବସାୟରେ ପରିବର୍ତ୍ତନ ଆଣିବା ଠାରୁ ଦୂରେଇ ରୁହନ୍ତୁ । ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ ।

6/12

କନ୍ୟା ରାଶି ଚାକିରି କ୍ଷେତ୍ରରେ ଦରମା ବୃଦ୍ଧି ହୋଇପାରେ । ଭ୍ରମଣ ଏବଂ ପରିବହନ ସମ୍ବନ୍ଧୀୟ ବ୍ୟବସାୟରେ ଥିବା ଲୋକମାନେ ଆର୍ଥିକ ଦୃଷ୍ଟିରୁ ଉପକୃତ ହୋଇପାରିବେ । ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ ।

7/12

ତୁଳା ରାଶି ଅର୍ଥ ଅଭାବରୁ ଅଟକି ରହିଥିବା କାର୍ଯ୍ୟ ବର୍ତ୍ତମାନ ଆଗକୁ ବଢିବ । ବ୍ୟବସାୟ ପାଇଁ ଟଙ୍କା ଖର୍ଚ୍ଚ ହୋଇପାରେ । ବିଦେଶୀ କମ୍ପାନୀଗୁଡିକରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

8/12

ବିଛା ରାଶି ସେୟାର ବଜାରରେ ବିନିଯୋଗରୁ ଆର୍ଥିକ ଲାଭ ପାଇବେ । ନିଯୁକ୍ତି ପାଇଥିବା ଲୋକଙ୍କ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ବ୍ୟବସାୟରେ ଆର୍ଥିକ ଲାଭ ହେବ ।

9/12

ଧନୁ ରାଶି ସ୍ଥଗିତ କାମଗୁଡିକୁ ପୁନଃ ଆରମ୍ଭ କରିବାରେ ଆପଣ ସଫଳ ହେବେ । ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ । କୋର୍ଟ ଏବଂ ଆଇନଗତ ମାମଲାରେ ଟଙ୍କା ଖର୍ଚ୍ଚ ହୋଇପାରେ । ବ୍ୟବସାୟରେ ସହଭାଗୀତା ସୃଷ୍ଟି କରିବାରେ ସାବଧାନ ରୁହନ୍ତୁ ।

10/12

ମକର ରାଶି ପରିବାରରେ ଶୁଭ କାର୍ଯ୍ୟକଳାପରେ ଟଙ୍କା ଖର୍ଚ୍ଚ ହୋଇପାରେ । କାର୍ଯ୍ୟରତ ଲୋକଙ୍କ ଆୟ ବୃଦ୍ଧି ପାଇବ । ପୁରୁଣା ଋଣ ପରିଶୋଧ କରିବାରେ ଆପଣ ସଫଳ ହେବେ ।

11/12

କୁମ୍ଭ ରାଶି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ଟଙ୍କା ଖର୍ଚ୍ଚ ହୋଇପାରେ । ଋଣ ଦେଇଥିବା ଟଙ୍କା ଫେରି ପାଇବେ । ବ୍ୟବସାୟରେ ଏକ ବଡ଼ ଚୁକ୍ତି ହୋଇପାରେ । ହଠାତ୍ ଟଙ୍କା ଲାଭ ହେବାରୁ ମନ ଖୁସି ହେବ ।

12/12

ମୀନ ରାଶି ବ୍ୟବସାୟୀମାନେ ନିଜ ପୁରୁଣା ଋଣ ପରିଶୋଧ କରିବାରେ ସଫଳତା ହେବେ । କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ଅନୁଭବ କରିପାରନ୍ତି । ଋଣ ଦେବା ଠାରୁ ଦୂରେଇ ରୁହନ୍ତୁ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link