Shukra Nakshatra Parivartan 2024: ଧାର୍ମିକ ବିଶ୍ୱାସ ଅନୁଯାୟୀ ଶୁକ୍ରଙ୍କୁ ସୁଖ, ସମୃଦ୍ଧି ଏବଂ ସୌନ୍ଦର୍ଯ୍ୟ ସହିତ ଜଡିତ ଥିବା ଗ୍ରହ ବୋଲି ବିବେଚନା କରାଯାଏ। ଯେତେବେଳେ ଶୁକ୍ର ରାଶି ପରିବର୍ତ୍ତନ କରନ୍ତି ସେହି ସମୟରେ ଉଭୟ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ସମସ୍ତ ୧୨ ଟି ରାଶି ବ୍ୟକ୍ତିବିଶେଷଙ୍କ ଜୀବନରେ ପଡିଥାଏ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜୁଲାଇ ୧୦, ୨୦୨୪  ସନ୍ଧ୍ୟା ୬ଟା୧୦ରେ ଅଶ୍ଳେଷା ନକ୍ଷତ୍ରରେ ଚଳନ କରିବେ। ଏହି ଚଳନ ପାଞ୍ଚଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କ'ଣ ।


COMMERCIAL BREAK
SCROLL TO CONTINUE READING

ମକର ରାଶି
ଛାତ୍ରମାନେ କରିଥିବା ପ୍ରୟାସ ସଫଳ ହେବ । ପରୀକ୍ଷାରେ ଭଲ ମାର୍କ ରହିବ । ପୋଷାକ ବ୍ୟବସାୟୀମାନେ ଅଧିକ ଆୟ କରିବେ । ଚାକିରିରେ ମାନ ସମ୍ମାନ ବୃଦ୍ଧି ପାଇବା ସହ ଧନ ମିଳିବ । ନୂଆ ଘର କିଣିବାର ସମ୍ଭାବନା ରହିଛି ।


ମୀନ ରାଶି
ବ୍ୟବସାୟୀମାନଙ୍କ ଧନ ସମ୍ପତ୍ତି ବୃଦ୍ଧି ପାଇବ । ନୂଆ ଯାନବାହନ କିଣିପାରନ୍ତି । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବାର ସମ୍ଭାବନା ରହିଛି । ସାମାଜିକ କାର୍ଯ୍ୟ ସହିତ ଜଡିତ ବ୍ୟକ୍ତିଙ୍କ ପତିଆରା ବୃଦ୍ଧି ପାଇବ । ଆପଣଙ୍କ ନେଇଥିବା ନିଷ୍ପତ୍ତି ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହେବ ।


ତୁଳା ରାଶି
ବ୍ୟବସାୟୀଙ୍କ ଆୟ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରିପାରନ୍ତି । ନୂଆ ଯାନବାହାନ କିଣିବା ପାଇଁ ଏହା ସର୍ବୋତ୍ତମ ସମୟ । ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ହୋଇପାରେ । ଉଭୟ ଦରମା ଏବଂ ପଦୋନ୍ନତି ବୃଦ୍ଧି ପାଇବ ।


ମୀନ ରାଶି
କ୍ରୀଡା ଏବଂ କଳା ସହିତ ଜଡିତ ବ୍ୟକ୍ତି ମନ ପସନ୍ଦର କାର୍ଯ୍ୟ ପାଇବେ । ସଚ୍ଚୋଟ ଏବଂ ପରିଶ୍ରମୀ ହୋଇ କାର୍ଯ୍ୟ କରିବେ । ଆପଣଙ୍କର ପଦୋନ୍ନତିର ସମ୍ଭାବନା ରହିଛି । ପୋଷାକ ଏବଂ ବାସନ ବ୍ୟବସାୟ ସହ ଜଡିତ ବ୍ୟକ୍ତି ଲାଭରେ ରହିବେ । ବ୍ୟବସାୟୀଙ୍କ ସଞ୍ଚୟ ବୃଦ୍ଧି ପାଇବ ।


ବିଛା ରାଶି
ଜଳ ଏବଂ ଲୁହା କାରବାର ସହ ଜଡ଼ିତ ଥିବା ବ୍ୟବସାୟୀଙ୍କ ରୋଜଗାର ବୃଦ୍ଧି ହେବ । ଘର ସହ ଜଡିତ କୌଣସି ମାମଲା କୋର୍ଟରେ ଚାଲିଥିଲେ ସେଥିରେ ସଫଳତା ପାଇବାର ସମ୍ଭାବନା ରହିଛି । ଭାଗିଦାରୀରେ ବ୍ୟବସାୟ ଆରମ୍ଭ କରିବା ନିଷ୍ପତ୍ତି ଠିକ୍ ହେବ । ବିବାହିତ ଦମ୍ପତିଙ୍କ ଜୀବନରେ ପ୍ରେମ ବୃଦ୍ଧି ପାଇବ  ।


ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 


Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)