Blackmailling to House Owner: ବଲାଙ୍ଗୀର: ବଲାଙ୍ଗିରରେ ଭଡାଟିଆଙ୍କ ଉତ୍ପାତ। ମୃଦୁ ପାନୀୟରେ ନିଶାଦେଇ ଘର ମାଲିକକୁ ବ୍ଲାକମେଲିଂ। ମାଲିକଙ୍କ ସହ ଅଶ୍ବିଲ ଭିଡିଓ ସୁଟ୍ କରି ବ୍ଲାକମେଲିଂ। ବ୍ଲାକମେଲିଂ କରି ତିନିଲକ୍ଷ ନେଇଛନ୍ତି ଭଡାଟିଆ। ପିଡିତା ପରିବାର ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ପରେ। ଦୁଇ ଅଭିଯୁକ୍ତକୁ ଥାନାରେ ପଚରା ଉଚରା କରୁଛି ପୋଲିସ। ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର। 


COMMERCIAL BREAK
SCROLL TO CONTINUE READING

ବଲାଙ୍ଗିର ସାଗର କଲୋନୀର ନିଜ ଘରେ ସ୍ତ୍ରୀ ସହ ରହୁଥିଲେ ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ମିଶ୍ର। ନିଜଘର ଭଡା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଅଗଷ୍ଟ ୫ ତାରିଖରେ ଅଭିଯୁକ୍ତ ଘର ଭଡା ପାଇଁ ଫୋନ କରିଥିଲେ ଘର ମାଲିକଙ୍କୁ। ଘର ପସନ୍ଦ ଆସିବା ପରେ ଯାଇ ରହିଥିଲେ। ପାଞ୍ଚଦିନର ରହଣି ଭିତରେ ଭଡାଟିଆ ଘର ମାଲିକଙ୍କ ଘରକୁ ଅଗଷ୍ଟ ୮ ତାରିଖରେ ଯାଇଥିଲେ। ଘରେ ଏକାକୀ ଥିଲେ ଘର ମାଲିକ। କଥାବାର୍ତ୍ତା ଭିତରେ ମଦ୍ୟପାନ ପାଇଁ ଅଫର କରିଥିଲେ ଭଡାଟିଆ ଶତୃଘ୍ନ ନାୟକ। 


ମାତ୍ର ଘର ମାଲିକ ଶ୍ୟାମସୁନ୍ଦର ମଦ୍ୟପାନ ପିଉନଥିବା କହିବା ପରେ ଥଣ୍ଡା ପାନୀୟ ପାଇଁ ପଚାରିଥିଲେ ଅଭିଯୁକ୍ତ ଭଡାଟିଆ। ମାତ୍ର କୋଲ୍ଡ ଡ୍ରିଙ୍କସରେ ନିଶା ମିଶାଇ ପିଇବାକୁ ଦେଇଥିଲେ। ସାଙ୍ଗେ ସାଙ୍ଗେ ନିଦ ଲାଗିବାରୁ ନିଜ ଘରେ ଏକାକୀ ଶୋଇପଡିଥିଲେ ଶ୍ୟାମସୁନ୍ଦର। 


ଏହା ପରେ ଖେଳ ଆରମ୍ଭ କରିଥିଲେ ବିଶ୍ବାମିତ୍ର। ଲଳିତା ନାୟକ ନାମକ ଜଣେ ଯୁବତୀକୁ ଡାକି ଅଶ୍ବିଳ ଭିଡିଓ ସୁଟ୍ କରିଥିଲେ। ପରେ ରାତି ୧୨ଟାରେ ନିଦ ଭାଙ୍ଗିବାରୁ ଦେଖିଲେ ତାଙ୍କୁ ଭାଇରାଲ ଭୟ ଦେଖାଇ ଟଙ୍କା ଆଦାୟ ପାଇଁ ବ୍ଲାକମେଲିଂ ର ପ୍ଲାନ୍ ରଚାଯାଇଛି। ସାଙ୍ଗେ ସାଙ୍ଗେ ଟଙ୍କା ଆଦାୟ ପାଇଁ ଦାବି କରିଥିଲେ ବିଶ୍ବାମିତ୍ର ଓ ଯୁବତୀ। ଫଳରେ ତାପର ଦିନ  ଏଟିଏମରୁ କାଢି ୪୦ ହଜାର, ତାପରେ ଦୁଇ ଲକ୍ଷ ପୁଣି ୬୦ ହଜାର। 


ଏମିତି ସମୁଦାୟ ତିନି ଲକ୍ଷ ଦେଇଥିଲେ ଘର ମାଲିକ ଶ୍ୟାମସୁନ୍ଦର। ଲୋକ ଲଜ୍ବା ଓ ମାନ ସମ୍ମାନ ଯିବା ଭୟରେ କାହାକୁ କହିପାରୁନଥିଲେ ଶ୍ୟାମସୁନ୍ଦର। ମାତ୍ର ପୁଣି ଟଙ୍କା ଦାବି କରିଆସୁଥିଲେ ଅଭିଯୁକ୍ତମାନେ। ଏପରିକି ଘରକୁ ଆସି ଆହୁରି ଟଙ୍କା ନଦେଲେ ଅଶ୍ବିଳ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ୍ ଦେଉଥିଲେ। ମାନସିକ ଚାପ ଅସହ୍ୟ ହେବାରୁ ପରିବାର ଲୋକଙ୍କୁ କହିଥିଲେ ଘର ମାଲିକ ଶ୍ୟାମସୁନ୍ଦର। 


ଏନେଇ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ପରେ ବିଶ୍ବାମିତ୍ର ନାୟକ ଓ ଯୁବତୀ ଲଳିତା ନାୟକକୁ ଥାନାରେ ପଚରା ଉଚରା କରୁଛି ପୋଲିସ। ବଲାଙ୍ଗିର ସହରରେ ଏବେ ମାତିଛନ୍ତି ଏମିତି ବ୍ଲାକମେଲର। ଯାହାକୁ ନେଇ ଅଧିକ ତନାଘନା କରୁଛି ପୋଲିସ। ଭଡାଦେଇ ବ୍ଲାକମେଲରଙ୍କ ଜାଲରେ ଫସିଗଲେ କି ଘରମାଲିକ। ଭାଇରାଲ ଭୟରେ ଟଙ୍କା ବି ଗଣୁଛନ୍ତି ଆଉ ଲୋକ ଲଜ୍ଜା ଭୟରେ ଆତ୍ମହତ୍ୟା ବି ବଢୁଛି।


ଅଧିକ ପଢନ୍ତୁ: ମାଲକାନଗିରିରେ ଜାଣିପାରୁନାହାନ୍ତି ଲୋକେ, ଗଲାଣି ୧୨ ଜୀବନ, ଲୋକେ ହେଲେଣି ଆତଙ୍କିତ


ଅଧିକ ପଢନ୍ତୁ: ବର୍ଷା ହେବ ହେବ କହି ହେଉନାହିଁ, କିନ୍ତୁ ଏଥର ପ୍ରବଳ ବର୍ଷିବ