old man arrested: ଶ୍ୱଶୁରର ପାଶବିକ ଅତ୍ୟାଚାର, ବୋହୁ ଗୁରୁତର
ମାଧବ ଚନ୍ଦ୍ର ସାହୁ ଚାକିରିରୁ ଅବସର ନେବା ପରେ ଗାଁରେ ରହୁଛନ୍ତି। ଅବସର ନେବା ପରେ ନିଜେ ପୃଥକ ରହିବା ସହିତ ବିଭିନ୍ନ ସମୟରେ ଏକମାତ୍ର ପୁଅ ଅଶୋକ ସାହୁକୁ ହଇରାଣ କରୁଥିଲେ।
ଜଳେଶ୍ୱର(ଦିଲ୍ଲୀପ ଦାସ): ପୂତ୍ର ବୋହୁକୁ ଅସଦାଚରଣ ଉଦ୍ୟମ କରି ବିଫଳ ହେବା ପରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଶ୍ବଶୁରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଶ୍ବଶୁର ଜଣକ ହେଲେ ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ମନ୍ଦାରସାହି ପଞ୍ଚାୟତର କାଳାହୀ ଗ୍ରାମର ୮୬ ବର୍ଷୀୟ ମାଧବ ଚନ୍ଦ୍ର ସାହୁ ।
ମାଧବ ଚନ୍ଦ୍ର ସାହୁ ଚାକିରିରୁ ଅବସର ନେବା ପରେ ଗାଁରେ ରହୁଛନ୍ତି। ଅବସର ନେବା ପରେ ନିଜେ ପୃଥକ ରହିବା ସହିତ ବିଭିନ୍ନ ସମୟରେ ଏକମାତ୍ର ପୁଅ ଅଶୋକ ସାହୁକୁ ହଇରାଣ କରୁଥିଲେ।ପରେ ଝିଅ ଜ୍ବାଇଁ ବୁଝାସୁଝା କରାଇବା ପରେ ଅଶୋକ ନିର୍ମାଣ କରିଥିବା ଘରେ ମାଧବ ରହୁଥିଲେ। ଘରେ କେହି ନଥିବା ବେଳେ ବିଭିନ୍ନ ସମୟରେ ସେ ନିଜ ପୁତ୍ରବଧୂକୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଏହାକୁ ନେଇ ବାରମ୍ବାର ପାଟିତୁଣ୍ଡ ଓ ଗଣ୍ଡଗୋଳ ହେଉଥିଲା।
ଗତ ଅଗଷ୍ଟ ୨୬ ତାରିଖ ଶୁକ୍ରବାର ମଧ୍ୟାହ୍ନରେ ଘରେ କେହି ନଥିବା ସୁଯୋଗରେ ମାଧବ ତାଙ୍କ ପୂତ୍ରବଧୂକୁ ଅସଦାଚରଣ କରିଥିଲେ। ଏହାକୁ ବିରୋଧ କରି ପୁତ୍ରବଧୂ ତାଙ୍କ କବଳରୁ ଖସି ଆସିବାରେ ସଫଳ ହୋଇଥିଲେ। ମାତ୍ର ନିଜ ମନ୍ଦ ଉଦ୍ଦେଶ୍ୟ ବିଫଳ ହେବାରୁ ଘର ଭିତରେ ଥିବା ଏକ ଲୁହା ଶାବଳ ନେଇ ମାଧବ ପୂତ୍ରବଧୂଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିଥିଲେ। ଏଥିରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏତିକିରେ ମାଧବ ଶାନ୍ତ ହୋଇନଥିଲେ। ଘରର କବାଟ ବନ୍ଦ କରି ପୂତ୍ରବଧୂଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଏକ ଦାଉଲି ନେଇ ତାଙ୍କ ଗୋଡ଼,ହାତ,ପିଠି ଓ ଶରୀରର ବିଭିନ୍ନ ଅଂଶକୁ ଅତି ନୃଶଂସ ଭାବେ ହାଣି ଥିଲେ।
ଚିତ୍କାର ଶୁଣି ପଡୋଶୀ ଦୁଇ ଜଣ ମହିଳା ସେଠାରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରେ ପଶି ଗୁରୁତର ପୂତ୍ରବଧୂକୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ। ଏସମ୍ପର୍କରେ ପୁଅ ଅଶୋକଙ୍କୁ ଫୋନ ଯୋଗେ ଖବର ଦେବା ସହ ଅନ୍ୟ ପଡୋଶୀଙ୍କ ସହାୟତାରେ ତାଙ୍କୁ ସ୍ଥାନୀୟ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ପ୍ରଥମେ ବାଲେଶ୍ଵର ଏବଂ ସେଠାରୁ କଟକ ବଡ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ଅଶୋକ ଘରକୁ ଫେରି ସୋମବାର ଭୋଗରାଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିବା ସହିତ ଶ୍ବଶୁର ମାଧବକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ମାଧବଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଶଶୁର ର ଏପରି କାରନାମା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।